News 18 Odia Digital
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନକୁ ୧୮ ମାସେ ବାକିଥିବା ବେଳେ ଏବେ ଠାରୁ କସରତ ଆରମ୍ଭ କରିଦେଲେଣି ସବୁ ଦଳ । ଭାରତୀୟ ଜନତା ପାର୍ଟି ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଲୋକସଭା ନିର୍ବାଚନ ପାଇଁ ବିଜେପି ୧୩ଟି ରାଜ୍ୟର ନୂଆ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତି କରିଛି ଦଳ । ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି ନୂଆ ତାଲିକା ଘୋଷଣା କରିଛନ୍ତି ।
ଏହି ତାଲିକାରେ ପ୍ରଥମ ସ୍ଥାନରେ ବିହାରର ପ୍ରଭାରୀଙ୍କ ନାମ ରହିଛି । ବିନୋଦ ତାୱଡେଙ୍କୁ ବିହାରର ପ୍ରଭାରୀ ଭାବରେ ନିଯୁକ୍ତି କରାଯାଇଛି । ବିପ୍ଳବ କୁମାର ଦେବଙ୍କୁ ହରିୟାଣାର ପ୍ରଭାରୀ ଭାବରେ ନିଯୁକ୍ତି କରାଯାଇଛି । ସେହିପରି ଓମ ମଥୁରଙ୍କୁ ଛତିଶଗଡର ପ୍ରଭାରୀ ଭାବରେ ନିଯୁକ୍ତି କରାଯାଇଥିବା ବେଳେ ନୀତିନ ନବୀନଙ୍କୁ ସହ-ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଛି । ସେହିପରି ଲକ୍ଷ୍ମୀକାନ୍ତ ବାଜପାଇଙ୍କୁ ଝାଡଖଣ୍ଡ, ପ୍ରକାଶ ଜାଭଡେକରଙ୍କୁ କେରଳ, ପି ମୁରଲୀଧର ରାଓଙ୍କୁ ମଧ୍ୟପ୍ରଦେଶ, ବିଜୟ ରୂପାନିଙ୍କୁ ପଞ୍ଜାବ, ତରୁଣ ଚୁଘଙ୍କୁ ତେଲେଙ୍ଗାନା , ମଙ୍ଗଲ ପାଣ୍ଡେଙ୍କୁ ପଶ୍ଚିମବଙ୍ଗ ଏବଂ ସମ୍ବିତ ପାତ୍ରଙ୍କୁ ଉତ୍ତର-ପୂର୍ବର ପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି ।
ସହ-ପ୍ରଭାରୀଙ୍କ ନାମପ୍ରଭାରୀମାନଙ୍କ ସହିତ ବିଜେପି ମଧ୍ୟ ସହ-ପ୍ରଭାରୀଙ୍କ ତାଲିକା ପ୍ରକାଶ କରିଛି । ବିହାର ସହ-ପ୍ରଭାରୀ ଭାବେ ସାଂସଦ ହରିଶ ଦ୍ୱିବେଦୀ ଦାୟିତ୍ଵ ମିଳିଥିବା ବେଳେ, ସେହିପରି ବିଧାୟକ ନୀତିନ ନବୀନଙ୍କୁ ଛତିଶଗଡ, ସାଂସଦ ଡଃ ରାଧା ମୋହନ ଅଗ୍ରୱାଲଙ୍କୁ କେରଳ, ପଙ୍କଜ ମୁଣ୍ଡେ ଓ ଡଃ ରାମଶଙ୍କର କ୍ୟାଥେରିଆଙ୍କୁ ମଧ୍ୟପ୍ରଦେଶର ସହ-ପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି । ସେହିପରି ବିଜୟ ରାହତକରଙ୍କୁ ରାଜସ୍ଥାନ, ଅମିତ ମାଲଭିଆ ଓ ଆଶା ଲାକ୍ରାଙ୍କୁ ପଶ୍ଚିମବଙ୍ଗ ଏବଂ ରିତୁରାଜ ସିହ୍ନାଙ୍କୁ ଉତ୍ତର ପୂର୍ବର ସହ-ପ୍ରଭାରୀ ଭାବରେ ନିଯୁକ୍ତି ମିଳିଛି ।
୨୦୨୪ ପାଇଁ ନୀତିଶ କୁମାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନଡିଏ ସହ ସମ୍ପର୍କ ଛିନ୍ନ କରିବା ପରେ ନୀତିଶ କୁମାର ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିରୋଧୀ ଦଳମାନଙ୍କୁ ପିଏମ ମୋଦିଙ୍କ ବିରୋଧରେ ଏକଜୁଟ କରିବା ପାଇଁ ନୀତିଶ ଦେଶର ଅନେକ ନେତାଙ୍କୁ ଭେଟିଛନ୍ତି । ନିକଟରେ ଦିଲ୍ଲୀ ଯାଇଥିବା ସମୟରେ ନୀତିଶ କୁମାର ୧୦ ଜଣ ବିରୋଧୀ ଦଳର ନେତାଙ୍କୁ ଭେଟିଥିଲେ। ଦିଲ୍ଲୀରେ ତାଙ୍କର ତିନି ଦିନିଆ ରହିବା ସମୟରେ ନୀତିଶ କୁମାର କଂଗ୍ରେସ ନେତା ରାହୁଲ ଗାନ୍ଧି, ଜେଡିଏସ ନେତା ଏଚଡି କୁମାରସ୍ୱାମୀ, ସିପିଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ସିପିଆଇ ସାଧାରଣ ସମ୍ପାଦକ ଡି ରାଜାଙ୍କୁ ଭେଟିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।