ପବନ କଲ୍ୟାଣଙ୍କ ଜନସେନା ପାର୍ଟି ସାହାଯ୍ୟରେ ଦକ୍ଷିଣ ଭାରତରେ ନିଜର ରାଜେନୈତିକ ଭିତ୍ତିଭୂମି ସୁଦୃଢ଼ କରିବ ବିଜେପି

ବିଜେପି ଭାବୁଛି କି ତେଲୁଗୁ ମେଗାଷ୍ଟାର ଏବଂ କାପୁ ଭୋଟ ବେସ ୨୦୨୪ରେ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଅଧିକ ସିଟ୍ ହାସଲ କରିବାରେ ସାହାଯ୍ୟ କରିବ ।

ପବନ କଲ୍ୟାଣଙ୍କ ଜନସେନା ପାର୍ଟି ସାହାଯ୍ୟରେ ଦକ୍ଷିଣ ଭାରତରେ ନିଜର ରାଜେନୈତିକ ଭିତ୍ତିଭୂମି ସୁଦୃଢ଼ କରିବ ବିଜେପି
ମେଗାଷ୍ଟାର ପବନ କଲ୍ୟାଣ ନିଜ ପାର୍ଟି ପ୍ରଜାରାଜ୍ୟମ କାର୍ଯ୍ୟାଳୟରେ
  • News18 Odia
  • Last Updated: January 19, 2020, 1:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ହାଇଦ୍ରାବାଦ: ଦିକ୍ଷଣ ଭାରତ ରାଜନୀତିରେ ମେଗାଷ୍ଟାର ପବନ କଲ୍ୟାଣଙ୍କ ପାର୍ଟି ଜନସେନା ୨୬ ଅଗଷ୍ଟ ୨୦୦୮ର ଶୃତିକୁ ପୁଣିଥରେ ତାଜା କରିବା ସହ ସେତେବେଳେ ମେଗାଷ୍ଟାର ଚିରଞ୍ଜୀବୀଙ୍କ ପାର୍ଟି ଲଞ୍ଚର ତୁଳନା ଏନଟି ରାମାରାଓଙ୍କ ସହ କରିଥିଲେ । ଆନ୍ଧ୍ରପ୍ରଦେଶର ମଧ୍ୟବର୍ତ୍ତୀ ଜାତି କାପୁକୁ ସମର୍ଥନର ଆଧାର ବୋଲି କୁହାଯାଇଥିଲା । ଯାହା ଉପରେ ପ୍ରଜା ରାଜ୍ୟମର ଭାଗ୍ୟ ନିର୍ଭର କରୁଥିଲା । କାରଣ ସୀମାନ୍ଧ୍ରରରେ ଏମାନଙ୍କର ସଂଖ୍ୟା ଜନସଂଖ୍ୟାର ଏକ ଚତୁର୍ଥାଂଶ ଥିବାବେଳ ପାର୍ଟି ସେମିଥି କିଛି କରିନପାରି ୨୦୧୧ରେ କଂଗ୍ରେସରେ ନିଜ ପାର୍ଟିକୁ ମିଶାଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମନ୍ତ୍ରୀମଣ୍ଡଳରେ ପର୍ଯ୍ୟଟନ ମନ୍ତ୍ରୀ ହୋଇଥିଲେ । ଏହାପରେ ଗୋଦାବରୀରେ ବହୁତ ପାଣି ବହିଯାଇଥିବାବେଳେ ୨୦୧୪ରେ ଆନ୍ଧ୍ରରୁ ଅଲଗା ହୋଇ ତେଲେଙ୍ଗାନା ଏକ ନୂଆ ରାଜ୍ୟ ହୋଇଛି ଏବଂ ଓ୍ବାଇ.ଏସ୍. ରାଜଶେଖର ରେଡ୍ଡୀଙ୍କ ପୁତ୍ର ଜଗନ ରେଡ୍ଡୀ ଚନ୍ଦ୍ରବାବୁ ନାଇଡୁଙ୍କୁ ହରାଇ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏବେ ଆନ୍ଧ୍ରପ୍ରଦେଶରେ କଂଗ୍ରେସର ସ୍ଥିତି ନଗଣ୍ୟ ହୋଇଯାଇଛି ।

ବର୍ତ୍ତମାନ ଆଉଜଣେ ତେଲୁଗୁ ମେଗାଷ୍ଟାର ପବନ କଲ୍ୟାଣ ୨୦୧୪ରୁ ନିଜର ରାଜନୈତିକ ପୃଷ୍ଠଭୂମି ତିଆରି କରିବାରେ ଲାଗିଛନ୍ତି । ଚିରଞ୍ଜୀବୀଙ୍କ ଭଳି ତାଙ୍କ ପାର୍ଟି ମଧ୍ୟ କାପୁ ସମୁଦାୟ ଉପରେ ତାଙ୍କ ପାର୍ଟି ନିର୍ଭର କରୁଛି ବୋଲି କୁହାଯାଉଛି । ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସ୍ଥିତି ବହୁତ ଭଲ ନାହିଁ । ୨୦୧୪ ପରେ ନିଜର ଭୋଟ ସେୟାର ଏବଂ ରାଜନୈତିକ ଭାଗ୍ୟରେ ପରିବର୍ତ୍ତନ ହୋଇଥିଲେ ବି ରାଜ୍ୟରେ ଦଳର ସ୍ଥିତି ସେତିକି ଦୃଢ଼ ହୋଇପାରିନାହିଁ । ତାଜା ଘଟଣାକ୍ରମରେ ବିଜେପି ରାଜ୍ୟରେ ନିଜର ସ୍ଥିତିକୁ ଦୁଢ଼ କରିବା ଲାଗି ପବନ କଲ୍ୟାଣଙ୍କ ପାର୍ଟି ସହ ମେଣ୍ଟ କରିବାକୁ ଯାଉଛି । ବିଜେପିର ଏହା ସାଯ୍ୟରେ ଏକ ସମୁଦାୟ ସାହାଯ୍ୟରେ ରାଜ୍ୟରେ ନିଜର ରାଜନୈତିକ ଭିତ୍ତିଭୂମିକୁ ଦୃଢ଼ କରିବାକୁ ଚେଷ୍ଟା କରିବାକୁ ଚେଷ୍ଟା କରୁଛି ଯେଉଁଥିରେ ବିଜେପି ଧୁରନ୍ଧର ଅଟେ । ସାଧାରଣ ଧାରଣା ଅପେକ୍ଷା ବିଜେପି ମନ୍ଦିର ଅପେକ୍ଷା ମଣ୍ଡଳ ମାଧ୍ୟମରେ ଅଧିକ ଲୋକଙ୍କୁ ପାର୍ଟି ସହ ଯୋଡ଼ିବାରେ ସଫଳ ହୋଇପାରିଛି । ଉତ୍ତରପ୍ରଦେଶ ଏବଂ ବିହାରରେ ବିଜେପି ସମସ୍ତ ପଛୁଆବର୍ଗଙ୍କ ଭୋଟ ହାତେଇଥିବାବେଳେ ଗୁଜୁରାଟରେ ଦଳର ପ୍ରଦର୍ଶନ ଆଶିଂକ ଭାବେ ପଟେଲ ସମୁଦାୟର ସମର୍ଥନ ସହ ଜଡ଼ିତ ହୋଇରହିଛି ଏବଂ ମଧ୍ୟପ୍ରଦେଶରେ ମଧ୍ୟ ଏହି ସମାନ ସ୍ଥିତି । ମହାରାଷ୍ଟ୍ରରେ ମରାଠାଙ୍କ ବିନା ବିଶେଷ କରି ପଛୁଆବର୍ଗ ବିଜେପିର ମୁଳ ଭୋଟ ବ୍ୟାଙ୍କ । ଏହି ସବୁ ରାଜ୍ୟରେ ଉଚ୍ଚଜାତିରେ ଲୋକମାନେ ମଧ୍ୟ ବିଜେପିର ଏକ ବଡ଼ ଭୋଟ ବ୍ୟାଙ୍କ ।

ଦକ୍ଷିଣ ଭାରତରେ ଭାଜପାର ଏଣ୍ଟ୍ରି ପୂର୍ବରୁ ସଫଳ ସାମାଜିକ ପ୍ରୟୋଗ ମାଧ୍ୟମରେ ହୋଇସାରିଛି ଯେତେବେଳେ ପାର୍ଟି ଜନତା ପରିବାରର ନେତୃତ୍ବଶୂନ୍ୟତାର ଲାଭ ଉଠାଇଥିଲା । ୧୯୮୦ରୁ  ୯୦ ଦଶକରେ ତିନିଥର ମୁଖ୍ୟମନ୍ତ୍ରୀ ରହିଥିବା ରାମକୃଷ୍ଣ ହେଗଡ଼େଙ୍କ ସ୍ବୀକାର୍ଯ୍ୟତା ବିଜେପିର ବିସ୍ତାର ପାଇଁ ଅନେକାଂଶରେ ସାହଯ୍ୟ କରିଥିଲା । ତେବେ ଜାତିରେ ବ୍ରାହ୍ମଣ, ହେଗଡ଼େଙ୍କ ସହ ଲିଙ୍ଗାୟତ ଏବଂ ଅନ୍ୟ ପ୍ରମୁଖ ସାମାଜିକ ଜାତିର ଲୋକମାନେ ବିଜେପିର ନେତୃତ୍ବ କରୁଥିବା ଦେଖାଯାଇଥିଲା । ହେଗଡ଼େଙ୍କ ମୃତ୍ୟୁପରେ ବିଜେପି ଲିଙ୍ଗାୟତ ଭୋଟ ବ୍ୟାଙ୍କକୁ ନିଜ ପାଖକୁ ଆଣିବାକୁ ଚେଷ୍ଟା ଆରମ୍ଭ କରିଦେଇଥିଲା ଏବଂ ୧୦ ବର୍ଷ ପରେ ବିଏସ୍ ୟେଦୁୟୁରେପ୍ପାଙ୍କୁ ମୁଖ୍ୟମନ୍ତ୍ରୀ କରିବାରେ ସଫଳ ହୋଇଥିଲା ।

କେରଳରେ ବିଜେପି ସବୁଠୁ ବଡ଼ ହିନ୍ଦୁ ସାମାଜିକ ସମୁହ ଶ୍ରୀ ନାରାୟଣ ଧର୍ମ ପରିପଲାନା ୟୋଗମ (ଏସ୍ଏନଡିପିଡ) ସହ ମେଣ୍ଟ କରିବାକୁ ପ୍ରୟାସ କରିଛି । ତାମିଲନାଡ଼ୁରେ ପାର୍ଟି ଦକ୍ଷିଣ ଜିଲ୍ଲାମାନଙ୍କରେ ଉପସ୍ଥିତି ଥିବା ଏକ ଜାତି ସମୂହ ଦେବନ୍ଦ୍ରକୁଲମ ବେଲାରମାନଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଛି ।

ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ପାର୍ଟି ଏହି ଚେଷ୍ଟା କରିଥିଲେବି ଅସଫଳ ରହିଥିଲା । ତେବେ ପାର୍ଟି ଭାବୁଛି କି ପବନ କଲ୍ୟାଣଙ୍କ ପାର୍ଟି ଏବଂ କାପୁ ଭୋଟ ବ୍ୟାଙ୍କ ସାହାଯ୍ୟରେ ୨୦୨୪ରେ ଲୋକସଭା ଏବଂ ବିଧାନସଭାରେ ବିଜୟୀ ହେବାକୁ ରାସ୍ତା ତିଆରି କରିପାରିବ । କିନ୍ତୁ ପବନ କଲ୍ୟାଣ ନିଜ ସହ କଳାକାର ଚିରଞ୍ଜୀବୀଙ୍‌କ ଦ୍ବାରା କରାଯାଇଥିବା ଫଇସଲାରୁ ବୁଦ୍ଧି ଶିଖିବେ । ପ୍ରଜାରାଜ୍ୟମ କଂଗ୍ରେସରେ ବିଲୟ ହୋଇଯାଇଥିବାବେଳେ ଜନସେନା ନିଜର ଜାତିଗତ ଆଧାର ଜରିଆରେ ଅସ୍ତିତ୍ବ ବଞ୍ଚାଇବାକୁ ଚେଷ୍ଟା କରିବ ।

 
First published: January 19, 2020, 1:13 PM IST
corona virus btn
corona virus btn
Loading