News 18 Odia Digital
BJP Formula For Election: ବିଧାନସଭା ନିର୍ବାଚନରେ ବିଜେପି କ୍ରମାଗତ ଭାବରେ ଏକ ଫର୍ମୁଲା ଆପଣାଇଛି । ଯାହା ତିନୋଟି ରାଜ୍ୟରେ ହିଟ୍ ପ୍ରମାଣିତ ହୋଇଛି। ଏବେ ଏହାର ପରୀକ୍ଷା (karnataka Election 2023) କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ହେବାକୁ ଯାଉଛି ।
ଅନ୍ୟ ଦଳରେ ମୁଖ୍ୟମନ୍ତ୍ରୀ ବଦଳାଇବା ନେଇ ବହୁତ ଅସୁବିଧା ଓ ହଟ୍ଟଗୋଳ ହୋଇଥାଏ । କିନ୍ତୁ BJPରେ ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତନକୁ ନେଇ କୌଣସି ବିବାଦ ସାମ୍ନାକୁ ଆସେନାହିଁ । ବର୍ଷକ ମଧ୍ୟରେ ଚାରିଟି ରାଜ୍ୟରେ ବିଜେପି CM ବଦଳାଇଛି । ଏହା ଦଳକୁ ବିଜୟୀ କରାଇବାରେ ସାହାଯ୍ୟ କରିଥିବା କୁହାଯାଉଛି । ଏହାର ସଦ୍ୟତମ ଉଦାହରଣ ହେଉଛି ତ୍ରିପୁରା, ଯେଉଁଠାରେ କିଛି ମାସ ପୂର୍ବରୁ ସିଏମ୍ ପରିବର୍ତ୍ତନ ହୋଇଥିଲେ ଏବଂ ଦଳ ଆଣ୍ଟି-ଇନ୍କମ୍ବେନ୍ସି ବା ସରକାର ବିରୋଧୀ ହାୱାରୁ ନିଜକୁ ରକ୍ଷା କରି ପୁଣି ଥରେ କ୍ଷମତାକୁ ଫେରିଥିଲା।
ତ୍ରିପୁରା (Tripura) ପ୍ରଥମ ରାଜ୍ୟ ନୁହେଁ, ଏହାପୂର୍ବରୁ ଗୁଜୁରାଟ (Gujarat)ରେ ସମାନ ସୂତ୍ର ପ୍ରୟୋଗ କରି ବିଜେପି ସରକାରକୁ ଫେରିଛି, କିନ୍ତୁ ଏହାର ପ୍ରଥମ ସଫଳ ପରୀକ୍ଷଣ ଉତ୍ତରାଖଣ୍ଡରେ କରାଯାଇଥିଲା। ଏଠାରେ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଥରେ ନୁହେଁ, ଦୁଇଥର ବଦଳାଇ ଦେଇଛି।
ଉତ୍ତରାଖଣ୍ଡରେ କିପରି ବାଜି ପାଲଟାଇଲା ବିଜେପି ?ଉତ୍ତରାଖଣ୍ଡ ରାଜ୍ୟ ଗଠନ ପରେ କୌଣସି ଦଳ କ୍ରମାଗତ ଭାବରେ ଦ୍ଵିତୀୟଥର ପାଇଁ ସରକାର ଗଠନ କରିନଥିଲା, କିନ୍ତୁ ୨୦୨୨ ବିଧାନସଭା ନିର୍ବାଚନରେ BJP ଏହା କରିଦେଖାଇଥିଲା। ବିଜେପିର ବିଜୟ ସୂତ୍ରକୁ ବୁଝିବାକୁ ହେଲେ ଆମକୁ ଇତିହାସକୁ ଯିବାକୁ ପଡିବ । ୨୦୧୭ ରେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହୋଇଥିଲା ଯେଉଁଥିରେ ବିଜେପି ଜିତିଥିଲା। ବିଜେପି ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ନିର୍ବାଚନ ପୂର୍ବରୁ କଂଗ୍ରେସ ବିଦ୍ରୋହୀଙ୍କ ଏକ ଗୋଷ୍ଠୀ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ। ସେହି ଶିବିରର ବିଧାୟକଙ୍କ ଅସନ୍ତୋଷ ତ୍ରିବେନ୍ଦ୍ର ସିଂ ରାୱତଙ୍କ ବିରୋଧରେ ବୃଦ୍ଧି ପାଇବାରେ ଲାଗିଥିଲା। ପରିସ୍ଥିତିକୁ ଅଧିକ ଖରାପ ନକରିବା ପାଇଁ, 2021ରେ ଅର୍ଥାତ ଚାରି ବର୍ଷ ପରେ ବିଜେପି ମୁଖ୍ୟମନ୍ତ୍ରୀ ବଦଳାଇ ସିଂହାସନ ତିରଥ ସିଂ ରାୱତଙ୍କୁ ଦେଇଥିଲା ।
ତିରଥ ସିଂ ରାୱତ ମୁଖ୍ୟମନ୍ତ୍ରୀ ହେବା ପରେ ମାତ୍ର ୪ ମାସ ବିତିଥିଲା କିନ୍ତୁ ପୁଣିଥରେ CM ପରିବର୍ତ୍ତନ କରିବାକୁ ପଡ଼ିଲା। ଜୁଲାଇ ୪, ୨୦୨୧ ରେ ବିଜେପି ପୁଷ୍କର ସିଂ ଧାମିଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ୨୦୨୨ ମସିହାରେ ପୁଷ୍କର ସିଂ ଧାମିଙ୍କ ନେତୃତ୍ୱରେ ବିଜେପି ନିର୍ବାଚନକୁ ଓହ୍ଲାଇ ପୁଣିଥରେ ରାଜ୍ୟରେ ସରକାର ଗଠନ କରିଥିଲା।
ଗୁଜୁରାଟରେ ବିଜେପିର ବିଜୟ ଫର୍ମୁଲାଗୁଜରାଟକୁ ବିଜେପିର ଲାବୋରୋଟୋରୀ ବା ପ୍ରୟୋଗଶାଳା କୁହାଯାଏ। ଗୁଜୁରାଟ ହିଁ ନରେନ୍ଦ୍ର ମୋଦିଙ୍କୁ ଏକ ବ୍ରାଣ୍ଡ ଭାବରେ ପ୍ରତିଷ୍ଠିତ କରିଥିଲା। ଗୁଜୁରାଟ ଜିତିବା ପାଇଁ ବିଜେପି ସମସ୍ତ ପ୍ରୟାସ ଓ ନୂଆ ଫର୍ମୁଲା ଏଠାରେ ପ୍ରୟୋଗ କରିଥାଏ। ୨୦୧୭ରେ ନିର୍ବାଚନ ପରେ ବିଜେପି ବିଜୟ ରୁପାଣିଙ୍କୁ ଗୁଜୁରାଟରେ ସିଏମ୍ କରିଥିଲା। ଚାରି ବର୍ଷ ପରେ ବିଜେପି ଅନୁଭବ କଲା ଯେ ରୁପାନିଙ୍କ ବିଷୟରେ ରାଜ୍ୟରେ ପରିବେଶ ଭଲ ନାହିଁ। ସେପ୍ଟେମ୍ବର ୨୦୨୧ରେ, ବିଜେପି ପଟେଲ ସମ୍ପ୍ରଦାୟର ପ୍ରଭାବଶାଳୀ ନେତା ଭୁପେନ୍ଦ୍ର ପଟେଲଙ୍କୁ ରାଜ୍ୟର ସିଏମ୍ କରିଥିଲା। ବିଜେପିର ଏହି ରଣନୀତି କାମ କଲା ଏବଂ ୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ସର୍ବାଧିକ ସଂଖ୍ୟକ ଆସନ ଜିତି ଇତିହାସ ସୃଷ୍ଟି କରିଥିଲା।
ତ୍ରିପୁରାରେ ମାଣିକ ଶାହ ସଫଳBJPର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରି ନିର୍ବାଚନରେ ଜିତିବାର ସଦ୍ୟତମ ଉଦାହରଣ ହେଉଛି ତ୍ରିପୁରା। ୨୦୧୮ ରେ, ବିଜେପି ତ୍ରିପୁରାରେ ବାମପନ୍ଥୀ ଗଡ଼କୁ ଧ୍ୱଂସ କରିଥିଲା। ତାପରେ ବିଜେପି ରାଜ୍ୟରେ ଦଳର ସଭାପତି ବିପ୍ଲବ ଦେବଙ୍କୁ ସିଏମ କରିବାକୁ ନିଷ୍ପତ୍ତି ନେଇଥିଲା। ବିପ୍ଲବ ଦେବ ନିର୍ଦ୍ଦେଶକ୍ରମେ କାମ ଆରମ୍ଭ କଲେ। ଚାରି ବର୍ଷ ହେବା ବେଳକୁ ବିପ୍ଲବ ଦେବଙ୍କ ବିରୋଧରେ ବିଧାୟକଙ୍କ ଅସନ୍ତୋଷ ବଢୁଥିବା ସଂକେତ ମିଳିଥିଲା । ଏଥିଯୋଗୁଁ କେତେକ ବିଧାୟକ ଦଳ ଛାଡିଥିବା ମଧ୍ୟ କୁହାଗଲା। ତେଣୁ ନିର୍ବାଚନର କିଛି ମାସ ପୂର୍ବରୁ ବିଜେପି ବିପ୍ଲବ ଦେବଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ମାର୍ଚ୍ଚ ୨ ରେ ଆସିଥିବା ତ୍ରିପୁରା ବିଧାନସଭା ନିର୍ବାଚନର ଫଳାଫଳ ପ୍ରମାଣିତ କରିଛି ଯେ ବିଜେପିର ଷ୍ଟ୍ରାଟେଜି ସଫଳ ହୋଇଛି ।
କର୍ଣ୍ଣାଟକରେ ଏହି ସୂତ୍ର ହିଟ୍ ହେବକି ?ଦୁଇ ମାସ ମଧ୍ୟରେ କର୍ଣ୍ଣାଟକରେ ନିର୍ବାଚନ ହେବାର ସମ୍ଭାବନା ରହିଛି। କର୍ଣ୍ଣାଟକ ହେଉଛି ଦକ୍ଷିଣରେ ବିଜେପିର ଏକମାତ୍ର ଗଡ଼। ଏହାକୁ ବଞ୍ଚାଇବା ପାଇଁ ବିଜେପି ଯଥାସମ୍ଭବ ଚେଷ୍ଟା କରୁଛି। ଏହି କାରଣରୁ ୨୦୨୧ରେ ବିଜେପି ଭେଟେରାନ ନେତା ବି.ଏସ୍ ୟେଦିୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବଦଳାଇ ବାସଭାରାଜ ବୋମ୍ମାଇଙ୍କୁ ଏହି ପଦରେ ବସାଇଲା। ଏବେ ଦେଖିବାକୁ ବାକି ରହିଲା ଗଡ଼ ରକ୍ଷା ପାଇଁ ବିଜେପି ପୁରୁଣା ଫର୍ମୁଲା ଆପଣାଇବ କି ?
ଏହି ରାଜ୍ୟଗୁଡିକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନକରିବାରୁ ହୋଇଛି କ୍ଷତିଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୁଜୁରାଟ ସହିତ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଠାରେ ବିଜେପି ସିଏମ୍ ବଦଳାଇ ନଥିଲା ଏବଂ ଜୟରାମ ଠାକୁରଙ୍କ ଉପରେ ବିଶ୍ୱାସ ରଖିଥିଲା। ହେଲେ ଦଳକୁ ପରାଜିତ ହେବାକୁ ପଡିଥିଲା, ହିମାଚଳରେ ସରକାର ଗଠନ କଲା କଂଗ୍ରେସ ।
ଏହାପୂର୍ବରୁ ଝାଡଖଣ୍ଡରେ ମଧ୍ୟ ବିଜେପି ରଘୁବର ଦାସଙ୍କ ନେତୃତ୍ୱରେ ନିର୍ବାଚନ ଲଢିଥିଲା। ଏଠାରେ ମଧ୍ୟ ଦଳ ଫେଲ୍ ମାରିଲା । କଂଗ୍ରେସ ସହିତ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ମିଶି ଏଠାରେ ସରକାର ଗଠନ କରିଥିଲେ ଏବଂ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହୋଇଥିଲେ।
Report- Abhisek Purohit
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।