ବିଜେପି ସାଂସଦ ରବି କିଶନଙ୍କଠୁ ୩ କୋଟି ଟଙ୍କା ଠକେଇ; ମାମଲା ରୁଜୁ

ସାଂସଦ ରବି କିଶନ ଜଣେ ବ୍ୟବସାୟୀଙ୍କ ନାମରେ ଅଭିଯୋଗ କରିଛନ୍ତି। ମୁମ୍ବାଇର ଜଣେ ବ୍ୟବସାୟୀ ତାଙ୍କଠୁ ୩.୨୫ କୋଟି ଟଙ୍କା ଠକି ନେଇଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି।

ରବି କିଶନ (ପ୍ରତୀକାତ୍ମକ ଛବି)

ରବି କିଶନ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଉତ୍ତରପ୍ରଦେଶର ଗୋରଖପୁରର ସାଂସଦ ରବି କିଶନ ଜଣେ ବ୍ୟବସାୟୀଙ୍କ ନାମରେ ଅଭିଯୋଗ କରିଛନ୍ତି। ମୁମ୍ବାଇର ଜଣେ ବ୍ୟବସାୟୀ ତାଙ୍କଠୁ ୩.୨୫ କୋଟି ଟଙ୍କା ଠକି ନେଇଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି। ସାଂସଦଙ୍କ ପିଆର ପବନ ଦୁବେ କହିଛନ୍ତି ଯେ ସାଂସଦ ରବି କିଶନଙ୍କଠୁ ମୁମ୍ବାଇର ଜଣେ ବ୍ୟବସାୟୀଙ୍କଠୁ ୩.୨୫ କୋଟି ଟଙ୍କା ଠକିଛନ୍ତି ଓ ସେ ଏହି ବିଷୟରେ କ୍ୟାଣ୍ଟ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି।

ବ୍ୟବସାୟୀଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।  ପୋଲିସ ନିକଟରେ ଦାଖଲ ହୋଇଥିବା ରିପୋର୍ଟ ଅନୁଯାୟୀ, ୨୦୧୨ ମସିହାରେ ରବି କିଶନ ପୂର୍ବ ମୁମ୍ବାଇର ବାସିନ୍ଦା ଜୈନ ଜିତେନ୍ଦ୍ର ରମେଶ ନାମକ ଜଣେ ବ୍ୟକ୍ତିଙ୍କୁ ୩.୨୫ କୋଟି ଟଙ୍କା ଦେଇଥିଲେ ଓ ଯେତେବେଳେ ସେ ତାଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ, ସେତେବେଳେ ସେ ତାଙ୍କୁ ୩୪ ଲକ୍ଷ ର ୧୨ଟି ଚେକ୍ ଦେଇଥିଲେ। ଯେତେବେଳେ ସାଂସଦ ଡିସେମ୍ବର ୭, ୨୦୨୧ ରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ବ୍ୟାଙ୍କ ରୋଡ୍ ଗୋରଖପୁର ଶାଖାରେ ୩୪ ଲକ୍ଷ ଚେକ୍ ଜମା କରିଥିଲେ, ସେତେବେଳେ ଚେକ୍ ବାଉନ୍ସ ହୋଇଯାଇଥିଲା।

କ୍ରମାଗତ ଭାବରେ ଟଙ୍କା ମାଗିବା ସତ୍ତ୍ବେ ବ୍ୟବସାୟୀ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ। ପରେ ସାଂସଦ ପୋଲିସ ନିକଟରେ ଅଭିଯୋଗ କରିଥିଲେ। କ୍ୟାଣ୍ଟ ଷ୍ଟେସନ ଦାୟିତ୍ୱରେ ଥିବା ଶଶି ଭୂଷଣ ରାୟ କହିଛନ୍ତି ଯେ ପୋଲିସ ଏକ ମାମଲା ରୁଜୁ କରି ଏ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।
Published by:Soumya Das
First published: