ବିଜେପି ସାଂସଦ ଜନାର୍ଦନ ମିଶ୍ର
- News18 Odia
- Last Updated :
- Other, India
News 18 Odia Digital
ରେୱା: ବିଜେପି ସାଂସଦ ଜନାର୍ଦନ ମିଶ୍ରଙ୍କର ନିକଟରେ ଏକ ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ୍ ଭିଡିଓରେ ସେ ଖାଲି ହାତରେ ପାଇଖାନାକୁ ରଗଡ଼ି ରଗଡ଼ି ସଫା କରୁଥିବାର ଦୃଶ୍ୟ ଦେଖିବାକୁ ମିିଳିଛି। ସାଂସଦ ଜଣକ ପାଇଖାନା ସଫା କରିବା ପାଇଁ ବିନା କିଛି ବ୍ରସ୍ ରେ ଖାଲି ହାତରେ ସଫା କରୁଥଲେ। ମିଶ୍ର ମଧ୍ୟ ଏହି ଭିଡିଓକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରି ଲେଖିଛନ୍ତି, “ଦଳ ଦ୍ୱାରା ପରିଚାଳିତ ସେବା ପଖଓ୍ବାଡା ଅଧୀନରେ ଯୁବ ମୋର୍ଚ୍ଚା, ବାଳିକା ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ପରେ ବିଦ୍ୟାଳୟର ଶୌଚାଳୟ ସଫା କରିଥିଲି।”
ସୂଚନା ଅନୁଯାୟୀ ସେ ଏକ ବାଳିକା ବିଦ୍ୟାଳୟକୁ ଯାଇଥିଲେ। ସେଠାରେ ପାଇଖାନା ମଇଳା ହୋଇଥିବା ଦେଖି ସେ ସଫା କରିବାକୁ ବାହାରି ପଡ଼ିଲେ।ସେ ଖାଲି ହାତରେ ରଗଡ଼ି ରଗଡ଼ି ପାଇଖାନା ସଫା କରିଥିଲେ। ଏହି ଭିଡିଓକୁ ସୋସିଆଲ୍ ମିଡିଆରେ ବହୁ ବ୍ୟବହାରକାରୀ ନାପସନ୍ଦ କରିଛନ୍ତି। ସେ ପାଇଖାନା ସଫା କରିବା ବେଳେ ହାତରେ ଗ୍ଲୋବ୍ସ କି ମୁହଁରେ ମାସ୍କ ନଥିବାରୁ ଏହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି କହି ବହୁ ବ୍ୟବହାରକାରୀ ସମାଲୋଚନା କରିଛନ୍ତି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।