News18 Odia Digital
BJP mlas bureaucrat son arrested: କର୍ଣ୍ଣାଟକ ବିଜେପି ବିଧାୟକ ମଦଲ ବିରୁପାକ୍ଷପ୍ପାଙ୍କ ପୁଅଙ୍କୁ ଗିରଫ କରିଛି ପୋଲିସ। ତାଙ୍କ ଘରୁ ନଗଦ ୬ କୋଟି ଟଙ୍କା ଜବତ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି। କର୍ଣ୍ଣାଟକ ଲୋକାୟୁକ୍ତ ତାଙ୍କ ଘରେ ଚଢ଼ାଉ ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ସେହିପରି ଗୁରୁବାର ଦିନ ବିଧାୟକ ମଦଲ ବିରୁପାକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ ମଦଲ ୪୦ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରିବା ବେଳେ ରେଡ ହ୍ୟାଣ୍ଡେଡରେ ଧରାପଡ଼ିଥିଲେ।
ଯାହାପରେ କର୍ଣ୍ଣାଟକ ସରକାରଙ୍କ ଦୁର୍ନୀତି ବିରୋଧୀ ଲୋକାୟୁକ୍ତ ସଂସ୍ଥା ପ୍ରଶାନ୍ତଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ। ପ୍ରଶାନ୍ତଙ୍କ ଘରେ ଲୋକାୟୁକ୍ତ ସଂସ୍ଥା ୬ କୋଟି ଟଙ୍କା ପାଇଥିଲେ।
ସେହିପରି ପ୍ରଶାନ୍ତଙ୍କ ଅଫିସରେ ୧.୭ କୋଟି ଟଙ୍କା ମଧ୍ୟ ଜବତ କରାଯାଇଛି। ପ୍ରଶାନ୍ତ ତାଙ୍କ ଅଫିସରେ ଲାଞ୍ଚ ଗ୍ରହଣ କରୁଥିବାବେଳେ ଲୋକାୟୁକ୍ତ ଅଧିକାରୀ ତାଙ୍କୁ ଧରିଥିଲେ। ଏ ସଂକ୍ରାନ୍ତରେ ପଚରାଉଚରା ପାଇଁ ଲୋକାୟୁକ୍ତ ବିଧାୟକ ମଣ୍ଡଳ ବିରୁପାକ୍ଷପ୍ପାଙ୍କୁ ଡକାଇ ପାରେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।