ଝାଡ଼ଖଣ୍ଡରେ ମଉଳିଲା ପଦ୍ମ: ପୁଣି ଲେଉଟିଲା ସୋରେନ୍ ସରକାର; ବିଜେପିକୁ ଶକ୍ତ ଆଘାତ

କ’ଣ ପାଇଁ ଝାଡ଼ଖଣ୍ଡରେ ବିଜେପି ଆଶାତୀତଭାବେ ତଳକୁ ଖସିଲା ତାହା ଏବେ ଦଳ ପାଇଁ ଗମ୍ଭୀର ଅନୁଧ୍ୟାନର ବିଷୟ । ଲୋକସଭା ନିର୍ବାଚ଼ନରେ ରାଜ୍ୟରେ ବିଜେପିର ଭୋଟ ସେୟାର ୫୧ ପ୍ରତିଶତ ଥିବା ବେଳେ ବିଧାନସଭା ନିର୍ବାଚ଼ନରେ ମାତ୍ର ୩୩ ପ୍ରତିଶତ ପାଖାପାଖି ପହଞ୍ଚିଯାଇଥିବାର ଅନୁମାନ କରାଯାଉଛି ।

ଝାଡ଼ଖଣ୍ଡରେ ମଉଳିଲା ପଦ୍ମ: ପୁଣି ଲେଉଟିଲା ସୋରେନ୍ ସରକାର; ବିଜେପିକୁ ଶକ୍ତ ଆଘାତ
ହେମନ୍ତ ସୋରେନଙ୍କ ମୁହଁରେ ବିଜୟର ହସ ।
  • News18 Odia
  • Last Updated: December 23, 2019, 12:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚ଼ନରେ ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟକୁ ବହୁମତ ମିଳିବାର ସଙ୍କେତ ସ୍ପଷ୍ଟ ହୋଇଛି । ୮୦ ସିଟ୍ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ପାଇଁ ହୋଇଥିବା ନିର୍ବାଚ଼ନରେ ମୋଦି ମ୍ୟାଜିକ୍‌ ଫେଲ୍ ମାରିଥିବା ପରିଦର୍ଶିତ ହେଉଛି ।

ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନେତୃତ୍ବରେ ଲଢ଼ୁଥିବା ବିଜେପିକୁ ଆଶାତିତ ଭୋଟ ମିଳିପାରି ନାହିଁ । ଫଳରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା (ଜେଏମ୍‌ଏମ୍‌) ନେତୃତ୍ୱାଧୀନ ବିରୋଧୀ ଗଠବନ୍ଧନ ସବୁଠୁ ଅଧିକ ଆସନ ଜିତିଥିବା ମେଣ୍ଟ ଭାବେ ସାମନାକୁ ଆସିଛି ।

ଝାଡ଼ଖଣ୍ଡରେ ବିଜେପି ପରାଜିତ ହୋଇଛି । ପରାଜୟର କାରଣ ଖୋଜାଯିବ ଏବଂ ଏ ନେଇ ତୃଣମୂଳ ସ୍ତରରେ ସମୀକ୍ଷା କରାଯିବ,’’ ନିଜ ପ୍ରତିକ୍ରିୟାରେ କହିଛନ୍ତି ରଘୁବର । ହେଲେ ସେ ତଥାପି ଆଶାବାଦୀ ଥିବା ଲାଗୁଛନ୍ତି । ଆଜସୁ ମୁଖ୍ୟ ସୁଦେଶ ମାହାତୋଙ୍କ ସହ ସରକାର ଗଠନ ପାଇଁ ରଘୁବର କଥାବାର୍ତ୍ତା ଆରମ୍ଭ କରିଦେଇଥିବାର ସୂଚ଼ନା ମିଳିଛି ।

ଭୋଟ୍‌ ଗଣତିରେ ସନ୍ଧ୍ୟା ସୁଦ୍ଧା ଜେଏମଏମ ୪୩ରୁ ଅଧିକ ସିଟ୍ ରେ ଆଗୁଆ ଥିବା ବେଳେ ବିଜେପି ମାତ୍ର ୨୩ଟି ସିଟ୍ ରେ ଆଗୁଆ ରହିଛି । ତଥାପି ଦୃଢ଼ ଆଶାବାଦୀ ଥିବା କହିଛନ୍ତି ରଘୁବର । ତାଙ୍କର ବିଗତ ୫ ବର୍ଷର ଶାସନ ଏବଂ ଝାଡ଼ଖଣ୍ଡବାସୀଙ୍କ ପାଇଁ ସେ କରିଥିବା ସେବା ତଥା ଲୋକାଭିମୁଖି ଯୋଜନାଗୁଡ଼ିକ ବିଜେପିକୁ ନିଶ୍ଚୟ ସଫଳତା ଆଣିଦେବ ବୋଲି ସେ କହିଛନ୍ତି ।

ନିକଟ ଅତୀତ ଉପରେ ଆଖି ପକାଇଲେ ମହାରାଷ୍ଟ୍ରରେ ବିଜେପିର ଚ଼େଷ୍ଟା ଫେଲ୍ ମାରିଥିଲା । ମାତ୍ର ଅରୁଣାଚଳ ପ୍ରଦେଶ ଓ ତ୍ରିପୁରାରେ ବିଜେପି ବାଜିମାତ କରିଥିଲା ।

କ’ଣ ପାଇଁ ଝାଡ଼ଖଣ୍ଡରେ ବିଜେପି ଆଶାତୀତଭାବେ ତଳକୁ ଖସିଲା ତାହା ଏବେ ଦଳ ପାଇଁ ଗମ୍ଭୀର ଅନୁଧ୍ୟାନର ବିଷୟ । ଲୋକସଭା ନିର୍ବାଚନରେ ରାଜ୍ୟରେ ବିଜେପିର ଭୋଟ ସେୟାର ୫୧ ପ୍ରତିଶତ ଥିବା ବେଳେ ବିଧାନସଭା ନିର୍ବାଚନରେ ମାତ୍ର ୩୩ ପ୍ରତିଶତ ପାଖାପାଖି ପହଞ୍ଚିଯାଇଥିବାର ଅନୁମାନ କରାଯାଉଛି ।

ରଘୁବର ଦାସଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ବି ପାର୍ଟିକୁ ମିଳି ପାରି ନାହିଁ ଆଶାନୁରୂପ ଭୋଟ୍ । ବିଜେପି ସରକାରଙ୍କ ନୀତିରେ ଆଦିବାସୀ ନାରାଜ ଥିଲେ ନା ରାଲିଗୁଡ଼ିକରେ ବିଜେପିର ଆକ୍ରମଣାତ୍ମକ ଢଙ୍ଗ ଦଳକୁ ଜନତାଙ୍କ ଠାରୁ ଦୂରେଇ ନେଲା, ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ରାଜନୈତିକ ବିଶ୍ଳେଷକମାନଙ୍କ କହିବା ଅନୁସାରେ ଜଳ, ଜଙ୍ଗଲ ଓ ଜମି ପାଇଁ ଆଦିବାସୀମାନେ ବିଜେପି ସରକାର ଉପରେ ନାରାଜ ଥିଲେ । ଆଦିବାସୀମାନେ ସେମାନଙ୍କ ଜମିକୁ ସରକାର ଜବରଦଖଲ ପାଇଁ ଆଇନରେ ସଂଶୋଧନ ଆଣିଥିବାରୁ ବିଜେପି ଠାରୁ ଦୂରେଇ ଯାଇଥିଲେ । ଏ ସବୁ ପ୍ରମୁଖ କାରଣରୁ ପ୍ରତିଶୋଧପରାୟଣ ହୋଇ ଆଦିବାସୀ ସମ୍ପ୍ରଦାୟମାନେ ବିଜେପିକୁ ଭୋଟ ଦେଇନାହାନ୍ତି ବୋଲି ମତ ପ୍ରକାଶ ପାଉଛି ।

ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ୍‌ସ୍‌ ୟୁନିୟନ (ଆଜୁସୁ) ସହ ପୂର୍ବରୁ ବିଜେପିର ମହାଗଠବନ୍ଧନ ଥିଲା । କିନ୍ତୁ ନିର୍ବାଚ଼ନ ତାରିଖ ଘୋଷଣା ହେବା କ୍ଷଣି ସବୁ ଓଲଟପାଲଟ ହୋଇ ଯାଇଥିଲା । ବିଜେପିଠୁ ସମ୍ପର୍କ ଛିନ୍ନ କରିଥିଲା ଆଜ୍‌ସୁ ।
Published by: Anand Shankar Thankur Das
First published: December 23, 2019, 12:23 PM IST
corona virus btn
corona virus btn
Loading