ଝାଡ଼ଖଣ୍ଡ ବି ବିଜେପି ହାତରୁ ଗଲା: JMM-କଂଗ୍ରେସ ମେଣ୍ଟ ସରକାର ଗଢ଼ିବ; ହେମନ୍ତ ସୋରେନ୍‌ ନୂଆ ମୁଖ୍ୟମନ୍ତ୍ରୀ

ଝାଡ଼ଖଣ୍ଡରେ ଗତ ପାଞ୍ଚ ବର୍ଷ ଧରି ଶାସନରେ ରହିବା ସତ୍ୱେ ବିଧାନସଭା ନିର୍ବାଚ଼ନରେ ବିଜେପିକୁ ମୋଟ ୮୧ ଟି ଆସନରୁ ମିଳିଛି ମାତ୍ର ୨୫ଟି । ବିରୋଧୀ ଜେଏମଏମ, କଂଗ୍ରେସ ଓ ଆରଜେଡି ମହାମେଣ୍ଟକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିଛି । ହେମନ୍ତ ସୋରେନ୍‌ ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ।

ଝାଡ଼ଖଣ୍ଡ ବି ବିଜେପି ହାତରୁ ଗଲା: JMM-କଂଗ୍ରେସ ମେଣ୍ଟ ସରକାର ଗଢ଼ିବ; ହେମନ୍ତ ସୋରେନ୍‌ ନୂଆ ମୁଖ୍ୟମନ୍ତ୍ରୀ
ହେମନ୍ତ ସୋରେନ୍‌ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେଉଛନ୍ତି ।
  • News18 Odia
  • Last Updated: December 23, 2019, 9:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ରାଞ୍ଚି: ବିଜେପି ହାତରୁ ଖସିଲା ପୁଣି ଏକ ରାଜ୍ୟ । ଝାଡ଼ଖଣ୍ଡରେ ବିଜେପିକୁ ଲାଗିଲା ଶକ୍ତ ଧକ୍କା । ଗତ ପାଞ୍ଚ ବର୍ଷ ଧରି ବିଜେପି ଶାସନରେ ଥିବା ଏହି ରାଜ୍ୟରେ ଏବେ ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟ ସରକାର ଗଢ଼ିବ । ନିର୍ବାଚ଼ନରେ ଏହି ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ୍‌ ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ।

ଝାଡ଼ଖଣ୍ଡ ଜନାଦେଶରେ ବହୁ ବଡ଼ ବଡ଼ ନେତାଙ୍କୁ ଲାଗିଛି ଜୋରଦାର ଝଟକା । ପରାଜୟର ମୁହଁ ଦେଖିଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରଘୁବର ଦାସ । ଜନାଦେଶକୁ ସ୍ବୀକାର କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ।

ବିଧାନସଭା ନିର୍ବାଚନରେ ବିରୋଧୀ ଜେଏମଏମ, କଂଗ୍ରେସ ଓ ଆରଜେଡି ମହାମେଣ୍ଟକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିଥିଲା । ୮୦ ସଦସ୍ୟ ବିଶିଷ୍ଟ ୱିଧାନସଭାରେ ଏହି ମେଣ୍ଟର ଛାମୁଆ ଦଳ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌) କୁ ୩୦ଟି ସିଟ୍‌ ମିଳିଥିବାବେଳେ କଂଗ୍ରେସକୁ ୧୬ଟି ଏବଂ ଆର୍‌ଜେଡିକୁ ଗୋଟିଏ ଆସନ ମିଳିଛି ।

ଜେଏମ୍‌ଏମ୍‌ର କାର୍ଯ୍ୟକରୀ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ରଘୁବର ଦାସଙ୍କ ନେତୃତ୍ବାଧୀନ ବିଜେପି ସରକାରକୁ ଝାଡ଼ଖଣ୍ଡର ଭୋଟରମାନେ ଏଥର ପ୍ରତ୍ୟାଖ୍ୟାନ କରିଛନ୍ତି ।

ଝାଡ଼ଖଣ୍ଡର ଜନତା ଏଥର ଜେଏମ୍‌ଏମ୍‌, କଂଗ୍ରେସ ଓ ଆର୍‌ଜେଡି ଉପରେ ଭରସା କରିଛି ।


ଗତ ପାଞ୍ଚ ବର୍ଷ ଧରି ଶାସନରେ ଥିବା ସତ୍ୱେ ବିଜେପିକୁ ମୋଟ ୮୧ ଟି ଆସନରୁ ମିଳିଛି ମାତ୍ର ୨୫ଟି । ସେହିପରି ଜେଭିଏମ୍‌କୁ ୩ଟି ଏବଂ ଆଜ୍‌ସୁକୁ ୨ଟି ଆସନ ମିଳିଥିବା ବେଳେ ଅନ୍ୟାନ୍ୟଙ୍କୁ ୪ଟି ଆସନ ମିଳିଛି ।

ଜେଏମ୍‌ଏମ୍‌ ମେଣ୍ଟକୁ ଜିତାଇଥିବାରୁ ରାଜ୍ୟର ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି ଜେଏମ୍‌ଏମ୍‌ ମୁଖ୍ୟ ତଥା ହେମନ୍ତଙ୍କ ପିତା ଶିବୁ ସୋରେନ୍‌ ।  ଏଥି ସହ ସେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ କ୍ଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।

ଏଇ ନିର୍ବାଚ଼ନରେ ୨୦୧୪ରେ ୩୭ଟି ଆସନ ପାଇଁ ଆଜସୁର ସହଯୋଗରେ ସରକାର ଗଢିଥିବା ବିଜେପି ବେଶ୍ ପଛରେ ପଡି଼ ଏବେ ବିରୋଧୀ ସ୍ଥାନରେ ରହିଛି । ହାଇଟେକ୍‌ ପ୍ରଚାର କରିଥିଲେ ବି ବିଜେପିକୁ କ୍ଷତିର ସାମନା କରିବାକୁ ପଡିଛି । ଖୋଦ୍ ମୁଖ୍ୟମନ୍ତ୍ରୀ ରଘୁବର ଦାସ ନିଜ ଜାମସେଦପୁର ଇଷ୍ଟ ଆସନରୁ ପରାସ୍ତ ହୋଇଛନ୍ତି । ଜନମତକୁ ସମ୍ମାନ ଦେଇ ସେ ପରାଜୟ ସ୍ବୀକାର କରିଛନ୍ତି ।

ବିଧାନସଭାର ୮୧ଟି ଆସନ ପାଇଁ ପାଞ୍ଚଟି ପର୍ଯ୍ୟାୟରେ ହୋଇଥିଲା ମତଦାନ । ଏଥର ନିର୍ବାଚନରେ ଏକାକୀ ଲଢି଼ଥିଲା ବିଜେପି । ଶେଷରେ ଏହି ଏକ୍‌ଲା ଚଲୋ ନିଷ୍ପତ୍ତି ବୁମେରାଂ ହେଲା ଦଳ ପାଇଁ । ବିଜେପି ତା’ର ସହଯୋଗୀଙ୍କୁ ନଜରଅନ୍ଦାଜ କରିଥିଲେ ମଧ୍ୟ ବିରୋଧୀ ଦଳ ଏକଜୁଟ୍ ହୋଇ ନିର୍ବାଚ଼ନ ଲଢିଥିଲେ ।

ନିର୍ବାଚ଼ନ ପୂର୍ବରୁ ବିଜେପିର କିଛି ବରିଷ୍ଠ ନେତା ଟିକେଟ୍ ନ ପାଇ ବିରୋଧୀ କ୍ୟାମ୍ପରେ ସାମିଲ ହୋଇଥିଲେ । ଏହା ଛଡା ଏକ ଆଦିବାସୀ ବହୁଳ ରାଜ୍ୟରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ କଥିତ ଆଦିବାସୀ ବିରୋଧୀ ନୀତି ବିଜେପିର ପରାଜୟର ଆଉ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି ।
Published by: Anand Shankar Thankur Das
First published: December 23, 2019, 9:01 PM IST
corona virus btn
corona virus btn
Loading