ଦଳ ଭିତରେ ଲାଗିଛି କଡ଼ା ଟକ୍କର: ୟୁପିରେ ବିଜେପି-ସପା; ପଞ୍ଜାବରେ କଂଗ୍ରେସ-ଆପ

ଉତ୍ତରପ୍ରଦେଶରେ ବିଜେପି ଆଗୁଆ ଥିବା ବେଳେ ପଞ୍ଜାବ ଓ ଉତ୍ତରାଖଣ୍ଡରେ କଂଗ୍ରେସ ଆଗୁଆ ରହିଛି। ୟୁପିରେ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ କଡ଼ା ଟକ୍କର ଚାଲିଛି।

ୟୁପିରେ ବିଜେପି-ସପା ମଧ୍ଯରେ ଲଢ଼େଇ ଚାଲିଛି (ପ୍ରତୀକାତ୍ମକ ଛବି)

ୟୁପିରେ ବିଜେପି-ସପା ମଧ୍ଯରେ ଲଢ଼େଇ ଚାଲିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଆଜି ସକାଳ ୮ଟାରୁ ୫ ରାଜ୍ୟ ବିଧାନସଭା ନିର୍ବାଚନରେ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ଭୋଟ୍ ଗଣତି ଚାଲିଛି।ଉତ୍ତରପ୍ରଦେଶର ୪୦୩, ଉତ୍ତରାଖଣ୍ଡର ୭୦, ପଞ୍ଜାବର ୧୧୭, ଗୋଆ ୪୦ ଓ ମଣିପୁରର ୬୦ଟି ଆସନ ପାଇଁ ଭୋଟ୍‌ ଗଣତି ଚାଲିଛି। ଅପରାହ୍ଣ ସୁଦ୍ଧା ସବୁକିଛି ସ୍ପଷ୍ଟ ହୋଇଯିବ।

ଟ୍ରେଣ୍ଡ୍‌ ଅନୁସାରେ, ଉତ୍ତରପ୍ରଦେଶରେ ବିଜେପି ଆଗୁଆ ଥିବାବେଳେ ପଞ୍ଜାବ ଓ ଉତ୍ତରାଖଣ୍ଡରେ କଂଗ୍ରେସ ଆଗୁଆ ରହିଛି।ୟୁପିରେ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ କଡ଼ା ଟକ୍କର ଚାଲି ଥିବାବେଳେ ପଞ୍ଜାବରେ କଂଗ୍ରେସ ଓ ଆପ୍‌ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ସେହିପରି ଉତ୍ତରାଖଣ୍ଡରେ ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର ଚାଲିଥିବା ନଜର ଆସିଛି।

ଉତ୍ତରପ୍ରଦେଶରେ ୪୦୩ ଆସନରୁ ବିଜେପି ୧୨୧ଟି ଆସନରେ ଆଗୁଆ ଥିବାବେଳେ ସପା ୭୭ଟି ଆସନ, କଂଗ୍ରେସ ୦୨ଟି ଆସନ, ବିଏସ୍‌ପି ୪ଟି ଆସନରେ ଆଗୁଆ ରହିଛି। ସେହିପରି ଉତ୍ତରାଖଣ୍ଡରେ ୭୦ଟି ଆସନରୁ ବିଜେପି ୨୮ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୨୫ଟି, ବିଏସ୍‌ପି ଓ ଅନ୍ୟାନ୍ୟ ପାର୍ଟି ଏପର୍ଯ୍ୟନ୍ତ ଖାତା ଖୋଲି ପାରି ନାହାନ୍ତି। ପଞ୍ଜାବରେ ୧୧୭ ଆସନରୁ ଆପ୍‌ ୪୦ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୩୬ଟି ଆସନରେ ଅକାଳୀ ଦଳ ୧୫ଟି ଆସନରେ ବିଜେପି ୨ଟି ଆସନରେ ଆଗୁଆ ରହିଛି।
Published by:Soumya Das
First published: