Kolkata: ପଶ୍ଚିମ ବଙ୍ଗରେ BJP ନେତାଙ୍କୁ ଗୁଳି କରି ହତ୍ୟା କରାଗଲା; ରାଜ୍ୟପାଳ ମମତା ଓ DGPଙ୍କୁ ଡକାଇଲେ

ବିଜେପି ନେତାଙ୍କ ହତ୍ୟା ହେବା ପରେ ପଶ୍ଚିମ ବଙ୍ଗରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଛି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମଧ୍ୟରାତ୍ରିରୁ ଉତ୍ତର ୨୪ ପରଗଣା ଜିଲ୍ଲାରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Kolkata: ପଶ୍ଚିମ ବଙ୍ଗରେ BJP ନେତାଙ୍କୁ ଗୁଳି କରି ହତ୍ୟା କରାଗଲା; ରାଜ୍ୟପାଳ ମମତା ଓ DGPଙ୍କୁ ଡକାଇଲେ
ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ସହ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ
  • News18 Odia
  • Last Updated: October 5, 2020, 6:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ପଶ୍ଚିମ ବଙ୍ଗରେ (West Bengal) ରାଜନୈତିକ ହିଂସା ବନ୍ଦ ହେବାର ନାମ ନେଉନାହିଁ। ଉତ୍ତର ୨୪ ପରଗଣା ଜିଲ୍ଲାରେ ବିଜେପି ନେତା ମନୀଷ ଶୁକ୍ଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି (BJP Leader shot Dead) । ଏହି ମାମଲାରେ ରାଜ୍ୟପାଳ ଜଗଦୀପ ଧନଖଡ଼ (Governor Jagdeep Dhankhar) ସଜ୍ଞାନ ନେଇଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ରାଜ୍ୟପାଳ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee), ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ) ଓ ଡିଜିପିଙ୍କୁ ଡକାଇଛନ୍ତି । ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ବାରକପୁରରେ ୧୨-ଘଣ୍ଟିଆ ବନ୍ଦ ଆହ୍ୱାନ ଦେଇଛି ।

ସୂଚନା ଅନୁସାରେ ଜିଲ୍ଲାର ଟିଟାଗଡ଼ ଥାନା ସାମନାରେ ମନୀଷ ଶୁକ୍ଲାଙ୍କୁ ହତ୍ୟା କରାଯାଇଛି । କୁହାଯାଉଛି ଯେ ମନୀଷ ଶୁକ୍ଳା ରବିବାର ସନ୍ଧ୍ୟା ପ୍ରାୟ ୮:୩୦ ସମୟରେ ଟିଟାଗଡ଼ ଥାନା ସାମନାରେ ଥିବା ପାର୍ଟି ଅଫିସରେ ବସିଥିଲେ । ଏହି ସମୟରେ କେତେକ ବାଇକ୍ ଆରୋହୀ ସେଠାକୁ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ମନୀଷଙ୍କୁ ପ୍ରଥମେ ବାରାକପୁରର ବିଏନ୍ ବୋଷ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଗୁରୁତର ଅବସ୍ଥା ଦେଖି ତାଙ୍କୁ ସେଠାରୁ ଆପୋଲୋ ହସ୍ପିଟାଲକୁ ନେଇ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।



ବିଜେପି ନେତାଙ୍କ ହତ୍ୟା ହେବା ପରେ ପଶ୍ଚିମ ବଙ୍ଗରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଛି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମଧ୍ୟରାତ୍ରିରୁ ଉତ୍ତର ୨୪ ପରଗଣା ଜିଲ୍ଲାରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଏହି ମାମଲାକୁ ଗୁରୁତ୍ୱର ସହ ବିଚାର କରି ରାଜ୍ୟପାଳ ଜଗଦୀପ ଧନଖଡ଼ ସୋମବାର ଦିନ ରାଜ୍ୟର ଡିଜିପିଙ୍କ ସମେତ ସମସ୍ତ ଅଧିକାରୀଙ୍କୁ ରାଜ ଭବନକୁ ଡକାଇ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

CBI ତଦନ୍ତ ଦାବି ଲେ କୈଳାଶ ବିଜୟଭର୍ଗି

ବିଜେପି ନେତା କୈଳାଶ ବିଜୟଭର୍ଗିୟ ଏହି ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ବିଜୟଭର୍ଗିୟ (Kailash Vijayvargiya) କହିଛନ୍ତି ଯେ ପଶ୍ଚିମ ବଙ୍ଗରେ ଅନୁପ୍ରବେଶକାରୀମାନେ ଦେଶବିରୋଧୀ କାର୍ଯ୍ୟକଳାପରେ ଜଡିତ ଥିବାରୁ ସେମାନଙ୍କୁ ରାଜ୍ୟରେ ଆଶ୍ରୟ ଦିଆଯାଇପାରିବ ନାହିଁ ।

ଏହା ବି ପଢ଼ନ୍ତୁ | ହାଥରସ ଯିବା ବାଟରେ ରାହୁଳ ଓ ପ୍ରିୟଙ୍କା କାର୍‌ରେ ହସୁଥିଲେ; BJP କହିଲା ‘‘ରାଜନୈତିକ ଶାଗୁଣାବାଦ’’

ଏହା ବି ପଢ଼ନ୍ତୁ | ଆଉ ନାହାନ୍ତି BJD ନେତା ପ୍ରଦୀପ ମହାରଥୀ; କରୋନାରୁ ସୁସ୍ଥ ହେବା ପରେ ବିଗିଡ଼ିଥିଲା ସ୍ୱାସ୍ଥ୍ୟ

ବିଜୟଭର୍ଗିୟ ରାଜ୍ୟର ତୃଣମୂଳ କଂଗ୍ରେସ ସରକାରଙ୍କ ଉପରେ ଭୋଟ୍ ବ୍ୟାଙ୍କ ପାଇଁ ତୁଷ୍ଟିକରଣ ନୀତି ଅନୁସରଣ କରୁଥିବା ଅଭିଯୋଗ କରିଛନ୍ତି ।



ବିଜୟଭର୍ଗିୟ କହିଛନ୍ତି ଯେ ପଶ୍ଚିମ ବଙ୍ଗ ରାଜ୍ୟକୁ ଏକ ଦେଶବିରୋଧୀ ଧର୍ମଶାଳାରେ ପରିଣତ କରାଯାଇପାରିବ ନାହିଁ, ଯେଉଁଠି କେହି ବି ଆସି ରହିବେ ଓ ଦେଶବିରୋଧୀ କାର୍ଯ୍ୟକଳାପରେ ଯୋଗ ଦେବେ । ଅନୁପ୍ରବେଶକାରୀଙ୍କ ଆଗମନ ପାଇଁ ସେ ମମତା ବାନାର୍ଜୀଙ୍କ ସରକାରଙ୍କୁ ଦାୟୀ କରିଛନ୍ତି । ବିଜୟଭର୍ଗିୟ ଦାବି କରିଛନ୍ତି ଯେ ମମତା ବାନାର୍ଜୀ ସରକାର ଭୋଟ୍ ବ୍ୟାଙ୍କ ପାଇଁ ତୁଷ୍ଟିକରଣ ନୀତି ଆପଣେଇଛନ୍ତି ।
Published by: Anand Shankar Thankur Das
First published: October 5, 2020, 6:50 PM IST
corona virus btn
corona virus btn
Loading