News18 Odia Digital
ମଣିପୁର: ମଙ୍ଗଳବାର ମଣିପୁର(Manipur)ର ଥୋବାଲ ଜିଲ୍ଲାରେ ଜଣେ ବିଜେପି ନେତା(BJP leader Shot)ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବାବେଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ଥବାଲ ପୋଲିସ ଅଧୀକ୍ଷକ ହବିଜାମ ଯୋଗେଶଚନ୍ଦ୍ର କହିଛନ୍ତି ଯେ ଭାରତୀୟ ଜନତା ପାର୍ଟିର ରାଜ୍ୟ ୟୁନିଟର ପୂର୍ବତନ ସୈନିକ ସେଲର ସଂଯୋଜକ ଲେଶରାମ ରାମେଶ୍ୱର ସିଂଙ୍କୁ ହତ୍ୟା କରାଯାଇଛି। ଘଟଣା ସମୟରେ ଲେଶରାମ ରମେଶ୍ୱର ସିଂ କ୍ଷତ୍ରି ଲାଇକାଇ ଅଞ୍ଚଳରେ ଥିବା ତାଙ୍କ ଘର ବାହାରେ ଠିଆ ହୋଇଥିଲେ।
ପୋଲିସ ଅଧୀକ୍ଷକ କହିଛନ୍ତି ଯେ ରେଜିଷ୍ଟ୍ରେସନ ନମ୍ବର ବିନା ଦୁଇ ଜଣ କାରରେ ଆସି ସକାଳ ପ୍ରାୟ ୧୧ ଟା ସମୟରେ ସିଂଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କ ଛାତିରେ ଗୁଳି ବାଜିବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଯୋଗେଶଚନ୍ଦ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଘଟଣାର କିଛି ଘଣ୍ଟା ପରେ ନାଓରେମ ରିକି ପଏଣ୍ଟିଂ ସିଂ ନାମକ ଏହି ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ନାଓରେମ ରିକି ବିଷ୍ଣୁପୁର ଜିଲ୍ଲାର କିନା ନିବାସୀ। ତାଙ୍କୁ ଇମ୍ଫାଲ ପଶ୍ଚିମ ଜିଲ୍ଲାର ହାଓବାମ ମାରାକ ଅଞ୍ଚଳରୁ ଗିରଫ କରାଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।