ଟିକେଟ ଦେଲାନି ଦଳ; ବିଜେପି ନେତାଙ୍କୁ ହଠାତ କଲ କଲେ ମୋଦି....

ଟିକେଟ ନ ପାଇ ନିରାଶ ଥିଲେ ବିଜେପି ନେତା । କଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାପରେ...

ହଠାତ କଲ କଲେ ମୋଦି....

ହଠାତ କଲ କଲେ ମୋଦି....

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Karnataka Election 2023: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) କର୍ଣ୍ଣାଟକ (Karnataka)ର ଭାରତୀୟ ଦଳର ନେତା ତଥା ଦିଗଜ ନେତା ଓ ପୂର୍ବ ମନ୍ତ୍ରୀ କେଏସ ଇଶ୍ୱରପ୍ପା(KS Eshwarappa )ଙ୍କୁ କଲ କରିଛନ୍ତି । ଇଶ୍ୱରପ୍ପା ଶିବମୋଗା ବିଧାନସଭା ଆସନରୁ ନିଜ ପୁଅ ପାଇଁ ଟିକେଟ ମାଗିିଥିଲେ । କିନ୍ତୁ ଦଳ ଟିକେଟ ଦେଇନଥିଲା । କିନ୍ତୁ ସେ ନାରାଜ ହୋଇଯିବେ ଓ ପ୍ରଚାର କରିବେ ନାହିଁ ବୋଲି ଦଳ ଭାବିଥିଲା । କିନ୍ତୁ ଈଶ୍ୱରପ୍ପା ଦଳର ନିଷ୍ପତ୍ତିକୁ ସମ୍ମାନ କରିବା ସହ ଦଳ ପ୍ରତି ତାଙ୍କର ନିଷ୍ଠା ଦେଖାଇଥିବାରୁ ମୋଦି ତାଙ୍କୁ ଫୋନରେ ପ୍ରଶଂସା କରିଛନ୍ତି।

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବା ପୂର୍ବରୁ ହିଁ ଈଶ୍ୱରପ୍ପା ନିଜ ଆଡ଼ୁ ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେଉଥିବା କଥା ଘୋଷଣା କରିଥିଲେ। ଏସବୁ ଭିତରେ ତାଙ୍କୁ ମନାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଆଡ଼ୁ ତାଙ୍କୁ କଲ କରିଛନ୍ତି । ଫୋନ କଥାବାର୍ତ୍ତାର ଭିଡିଓକୁ ଈଶ୍ୱରପ୍ପା ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁଥିରେ ଈଶ୍ୱରପ୍ପା ଫୋନରେ ମୋଦିଙ୍କୁ କହିଛନ୍ତି ଯେ “ମୋ ଭଳି ଜଣେ ସାଧାରଣ କର୍ମୀଙ୍କୁ ଆପଣଙ୍କ ଭଳି ନେତା ଫୋନ କରିବା ଅତ୍ୟନ୍ତ ଭାଗ୍ୟର କଥା।” ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଦଳ ପ୍ରତି ଆପଣ ନିଷ୍ଠା ଦେଖାଇଛନ୍ତି। ଆପଣଙ୍କ ଉପରେ ମୁଁ ବହୁତ ଖୁସି। ତେଣୁ ମୁଁ ଆପଣଙ୍କ ସହ କଥା ହେବାକୁ ନିଷ୍ପତ୍ତି ନେଇଥିଲି। ମୁଁ କର୍ଣ୍ଣାଟକା ଗସ୍ତରେ ଗଲେ, ଆପଣଙ୍କ ସହ ନିଶ୍ଚିତ ଭେଟ କରିବି।”

ଅକ୍ଷୟ ତୃତୀୟାରେ କିଣିବେକି ସୁନା? ୧୦ ଗ୍ରାମ କିଣିଲେ ମିଳିବ ଏହି ଫାଇଦା

ଈଶ୍ୱରପ୍ପା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। କର୍ଣ୍ଣାଟକରେ ବିଜେପିର ବିଜୟକୁ ନେଇ ସବୁ ପ୍ରକାରର ପ୍ରଚେଷ୍ଟା କରିବେ ବୋଲି ଫୋନ ଯୋଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଫୋନ ଆଲୋଚନା ପରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି, “ମୁଁ କେବେ ସ୍ୱପ୍ନରେ ସୁଧା ଭାବି ନଥିଲି ଯେ ମୋଦିଜି ମୋତେ ଫୋନ କରିବେ। ତାଙ୍କ ଆଚାର ଓ ବ୍ୟବହାର ଅତ୍ୟନ୍ତ ପ୍ରେରଣାଦାୟକ।”
Published by:Soumya Das
First published: