ଦୀପିକା ପାଦୁକୋନ ଜେଏନୟୁ ନ ଯାଇ ମୁମ୍ବାଇରେ ରହି ନାଚ଼ିବା ଦରକାର: ବିଜେପି ନେତା ଗୋପାଳ ଭାର୍ଗବ

ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ ଜେଏନୟୁ ପହଞ୍ଚିବା ପରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାମ ନେଉଁନାହିଁ । ଏହି କ୍ରମରେ ବିଜେପି ନେତା ଗୋପାଲ ଭାର୍ଗବ ଦୀପିକାଙ୍କ ଉପରେ ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

ଦୀପିକା ପାଦୁକୋନ ଜେଏନୟୁ ନ ଯାଇ ମୁମ୍ବାଇରେ ରହି ନାଚ଼ିବା ଦରକାର: ବିଜେପି ନେତା ଗୋପାଳ ଭାର୍ଗବ
ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ
  • News18 Odia
  • Last Updated: January 10, 2020, 4:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ପହଞ୍ଚିବା ପରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାମ ନେଉନାହିଁ । ଏହି କ୍ରମରେ ମଧ୍ୟପ୍ରଦେଶ ବିଧାନସଭାର ବିରୋଧି ଦଳ ନେତା ଗୋପାଳ ଭାର୍ଗବ ଦୀପିକାଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ଭାର୍ଗବ ଦୀପିକାଙ୍କ ନାମ ନନେଇ ‘‘ହିରୋଇନଙ୍କୁ ଜେଏନୟୁ ଯିବା ବଦଳରେ ମୁମ୍ବାଇରେ ରହି ନୃତ୍ୟ କରିବା ଦରକାରଥିଲା । ଜେଏନୟୁ କାହିଁକି ଯାଉଥିଲେ ତାହା ବୁଝିପାରୁନାହିଁ । ଏହି ପ୍ରକାରର ଡର୍ଜନେ ଲୋକ ହୋଇଗଲେଣି ଯେଉଁମାନେ ନିଜକୁ କଳାକାର ଏବଂ ଆକ୍ଟିଭିଷ୍ଟ ବୋଲି କହୁଛନ୍ତି ।

ଭାର୍ଗବଙ୍କ ପୂର୍ବରୁ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୁତି ଇରାନୀ ମଧ୍ୟ ଦୀପିକାଙ୍କୁ ଟାର୍ଗେଟ କରି ଜେଏନୟୁ ଯିବା ଦୀପିକାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି କିନ୍ତୁ ସେ ଟୁକଡେ ଟୁକଡେ ଗ୍ୟାଙ୍ଗ ସହିତ ଯାଇ ଛିଡ଼ାହୋଇଛନ୍ତି ତାହା ଜାଣିବା ଦରକାର । ସେହିପରି ବିଜେପି ନେତା ତଥା ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ କହିଛନ୍ତି କି କେବଳ ଫିଲ୍ମ କଳାକାର ନୁହଁନ୍ତି ଅନେକ ଭାରତୀୟ ନେତାମାନେ ଭାରତୀୟ ସଭ୍ୟତା ଏବଂ ଦେବାଦେବୀଙ୍କ ଅପମାନ କରିସାରିଛନ୍ତି । ଅଭିନେତ୍ରୀ ସେହିମାନଙ୍କ ସହିତ ଛିଡ଼ାହେବାକୁ ଯାଇଥିଲେ ଯେଉଁମାନେ ଦେଶ ବିରୋଧୀ ନାରା ଦେବା ସହ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିଲେ । ଦେଶ ଏବେ ଏପରି ଲୋକଙ୍କୁ ଚିହ୍ନିସାରିଲାଣି ।

ଜେଏନୟୁ କ୍ୟାମ୍ପସରେ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ସହ ଦୀପିକା ପାଦୁକୋନ


ଜେଏନୟୁ ହିଂସା ପରେ ଦୀପିକା ଜେଏନୟୁ ଯାଇ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କୁ ଭେଟିଥିବାରୁ ତାଙ୍କ ଫିଲ୍ମ ‘ଛପାକ ’ ବହିଷ୍କାର କରିବାକୁ ଦାବି କରିଥିଲେ ।

ଏହା ପରେ ବି ଦୀପିକାଙ୍କ ପ୍ରଶଂସକ, ରାଜନେତା ଏବଂ ଫିଲ୍ମ କମ୍ୟୁନିଟି ସମେତ ସମସ୍ତ ପକ୍ଷର ସମର୍ଥନ ମିଳିଛି । ମଧ୍ୟପ୍ରଦେଶରେ କମଳନାଥ ସରକାର ଛପାକକୁ ଶୁଳ୍କ ମୁକ୍ତ କରିଛନ୍ତି । ସେହିପରି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ତାଙ୍କ କାର୍ଯ୍ୟକର୍ତ୍ତାମାନଙ୍କ ଲାଗି ଏକ ହଲ ବୁକିଂ କରିଥିବା ଜଣାପଡ଼ିଛି ।

 
First published: January 10, 2020, 4:33 PM IST