ଥରୁରଙ୍କୁ ଭୋଟ ଦେଇଥିବା ନେତା BJPରେ ମିଶି ପାରନ୍ତି: ଆସାମ CM

କଂଗ୍ରେସର ସେହି ୧ହଜାର କର୍ମୀ ହେଉଛନ୍ତି ଗଣତାନ୍ତ୍ରିକ ବ୍ୟକ୍ତି ଯେଉଁମାନେ ଶଶି ଥରୁରଙ୍କୁ ଭୋଟ୍ ଦେବାର ସାହସ ରଖିଥିଲେ। ମୁଁ ଆଶା କରୁଛି ସେ ଶୀଘ୍ର ବିଜେପିରେ ଯୋଗଦେବେ।

ହିମନ୍ତ ବିଶ୍ୱ ଶର୍ମା (ପ୍ରତୀକାତ୍ମକ ଛବି)

ହିମନ୍ତ ବିଶ୍ୱ ଶର୍ମା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କଂଗ୍ରେସକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଶଶି ଥରୁରଙ୍କୁ ଭୋଟ୍ ଦେଇଥିବା ବ୍ୟକ୍ତି ଶୀଘ୍ର ବିଜେପିରେ ଯୋଗଦେଇପାରନ୍ତି। ଭୋଟ ଗଣତି ପୂର୍ବରୁ ମଧ୍ୟ କଂଗ୍ରେସର ତଥାକଥିତ ଆଭ୍ୟନ୍ତରୀଣ ନିର୍ବାଚନର ଫଳାଫଳ ଜଣାଶୁଣା ଓ ଘୋଷଣା କରାଯାଇଥିଲା ବୋଲି ସିଏମ୍ କହିଛନ୍ତି। କଂଗ୍ରେସର ସେହି ୧ହଜାର କର୍ମୀ ହେଉଛନ୍ତି ଗଣତାନ୍ତ୍ରିକ ବ୍ୟକ୍ତି ହେଉଛନ୍ତି ସେହି  ଯେଉଁମାନେ ଶଶି ଥରୁରଙ୍କୁ ଭୋଟ୍ ଦେବାର ସାହସ ରଖିଥିଲେ। ମୁଁ ଆଶା କରୁଛି ସେ ଶୀଘ୍ର ବିଜେପିରେ ଯୋଗଦେବେ।

ସିଏମ୍ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) କାର୍ଯ୍ୟକାରୀ କରିବାକୁ ସଂକଳ୍ପବଦ୍ଧ ଏବଂ ଏହାର ନିୟମ ଆଗାମୀ ଦିନରେ କାର୍ଯ୍ୟକାରୀ ହେବ।  'ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମ୍ମିଳନୀ'ରେ ସେ କହିଛନ୍ତି ଯେ ଜଣେ ହିନ୍ଦୁଙ୍କର ନିଜ ମାତୃଭୂମିର ନାଗରିକ ହେବା ଏକ ବୈଧ ଅଧିକାର ଓ ବିଜେପି ସମ୍ପୂର୍ଣ୍ଣ ଭାବେ CAA ସପକ୍ଷରେ ଅଛି।

କାହିଁକି CAA ର ନିୟମ ଏପର୍ଯ୍ୟନ୍ତ ଫ୍ରେମ୍ ହୋଇନାହିଁ? ଏହି ପ୍ରଶ୍ନ ଉପରେ ଶର୍ମା କହିଛନ୍ତି ଯେ କିଛି ଲୋକ ଅଛନ୍ତି ଯେଉଁମାନେ CAA ବିରୋଧରେ ବିରୋଧ କରୁଥିଲେ ଓ ଏହା ପରେ କରୋନା ମହାମାରୀ ଆସିଲା। ପ୍ରକ୍ରିୟା ଚାଲିଛି, କିନ୍ତୁ ବିଜେପି ଏପର୍ଯ୍ୟନ୍ତ ପ୍ରତିଶ୍ରୁତିବଦ୍ଧ।  ସଂସଦ ଏହି ବିଲ୍ ପାରିତ କରିଛି ଏବଂ ଆପଣ ଭବିଷ୍ୟତରେ CAA ର ନିୟମ ଦେଖିବେ।

ବିଜେପି ଏହାକୁ ନିର୍ବାଚନ ଜିମିକ୍ ଭାବରେ ବ୍ୟବହାର କରୁଛି ବୋଲି ଯୁକ୍ତି ପ୍ରତ୍ୟାଖ୍ୟାନ କରିଛନ୍ତି। CAA ଆମର ପ୍ରତିବଦ୍ଧତାର ଏକ ଅଂଶ, ଏହା ଆମର ଆଦର୍ଶର ଏକ ଅଂଶ। ଆମେ ଏହାକୁ କାର୍ଯ୍ୟକାରୀ କରିବୁ। କିଛି ଲୋକ ପ୍ରଶ୍ନ କରୁଥିଲେ ଯେ ରାମ ମନ୍ଦିର କେଉଁଠାରେ, କେବେ ନିର୍ମାଣ ହେବ, କିନ୍ତୁ ବର୍ତ୍ତମାନ ଆପଣ ରାମ ମନ୍ଦିର ଦେଖିବେ। କିଛି ଲୋକ ପ୍ରଶ୍ନ କରୁଥିଲେ ଯେ ଯେତେବେଳେ ଧାରା ୩୭୦ ଅପସାରିତ ହେବ, ଏହାକୁ ହଟାଇ ଦିଆଯାଇଛି। ସେପରି ଭାବରେ ଆପଣ ୟୁନିଫର୍ମ ସିଭିଲ୍ କୋଡ୍ ଏବଂ CAA କାର୍ଯ୍ୟକାରୀ ହେଉଥିବା ଦେଖିବେ।

CAA ଅଧୀନରେ ଆଫଗାନିସ୍ତାନ, ପାକିସ୍ଥାନ ଏବଂ ବାଂଲାଦେଶରୁ ଆସୁଥିବା ଅଣ ମୁସଲମାନମାନଙ୍କୁ (ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ) ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଡିସେମ୍ବର ୧୧,୨୦୧୯ ରେ ସଂସଦରେ CAA ପାରିତ ହୋଇଥିଲା। ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଦଳର ସଭାପତି କରିଥିବାରୁ ଶର୍ମା ତାଙ୍କ ପୂର୍ବତନ ପାର୍ଟି କଂଗ୍ରେସକୁ ସମାଲୋଚନା କରିଥିଲେ। ଶର୍ମା କହିଛନ୍ତି ଯେ ଯଦି ଶଶି ଥରୁର ନିର୍ବାଚନରେ ​​ଜିତିଥାନ୍ତେ ତେବେ ସେ କହିଥାନ୍ତେ ଯେ ଗଣତନ୍ତ୍ର କଂଗ୍ରେସକୁ ଫେରିଛି।
Published by:Soumya Das
First published: