କଂଗ୍ରେସର ଏହା ଭାରତ ଯୋଡ ନୁହେଁ, ଭାରତ ତୋଡ଼ ଆନ୍ଦୋଳନ: ସମ୍ବିତ ପାତ୍ର

କଂଗ୍ରେସର ଏହା ଭାରତ ଯୋଡୋ ନୁହେଁ, ଭାରତ ତୋଡ଼ ଆନ୍ଦୋଳନ: କଂଗ୍ରେସର ଟ୍ୱିଟକୁ ନେଇ ବିଜେପି ନେତା ସମ୍ବିତ ପାତ୍ରଙ୍କ ପ୍ରତିକ୍ରିୟା

ସମ୍ବିତ ପାତ୍ର (ପ୍ରତୀକାତ୍ମକ ଛବି)

ସମ୍ବିତ ପାତ୍ର (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ନୂଆ ଦିଲ୍ଲୀ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ (ଆରଏସଏସ) ବିଷୟରେ ଏକ ଟୁଇଟକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି। କଂଗ୍ରେସର ଟ୍ୱିଟରେ ଜବାବ ଦେଇ ବିଜେପି କହିଛି ଯେ କଂଗ୍ରେସର ଭାରତ ଯୋଡ ଯାତ୍ରା ଦେଶର ଲୋକଙ୍କୁ ଯୋଡିବାକୁ ଯାଉନାହିଁ ବରଂ ସେମାନଙ୍କ ମଧ୍ୟରେ ନିଆଁ ଲଗାଇବାକୁ ଯାଉଛି।

କଂଗ୍ରେସରର ଏହି ଟ୍ୱିଟକୁ ନେଇ ବିଜେପି ନେତା ସମ୍ବିତ ପାତ୍ର କହିଛନ୍ତି ଯେ ବିଜେପି ଓ ଆରଏସଏସକୁ ପ୍ରତିନିଧିତ୍ୱ କରୁଥିବା ଏହି ଫଟୋକୁ କଂଗ୍ରେସ ଟ୍ୱିଟ୍ କରି ଏଥିରେ ନିଆଁ ଜଳୁଥିବା ଦେଖାଯାଇଛି। ଲୋକଙ୍କୁ ଉତ୍ସାହିତ କରିବା ପାଇଁ କଂଗ୍ରେସ ଏପରି ଟୁଇଟ୍ କରିଛି। ସେମାନଙ୍କର ହେଉଛି ଭାରତ ଯୋଡ ଯାତ୍ରା, ନିଆଁ ଲଗାଇବା ଯାତ୍ରା। କଂଗ୍ରେସ ଏଭଳି ଫଟୋ ଟ୍ୱିଟ୍ କରିବା ପ୍ରଥମ ଘଟଣା ନୁହେଁ।

ସମ୍ବିଟ୍ ପାତ୍ର କହିଛନ୍ତି,"ରାହୁଲ ଗାନ୍ଧି ଏହି ଫଟୋ ଟୁଇଟ୍ କରି ଆପଣ ଏହି ଦେଶରେ ହିଂସା ଚାହୁଁଛନ୍ତି କି? ଆପଣ ଚାହାଁନ୍ତି କି ଲୋକମାନେ ପରସ୍ପରକୁ ଜାଳି ଦିଅନ୍ତୁ? ଏହା 'ଭାରତ ଯୋଡ ଆନ୍ଦୋଳନ' ନୁହେଁ ବରଂ 'ଭାରତ ତୋଡ' ଓ 'ନିଆଁ ଲଗାଅ ଆନ୍ଦୋଳନ' କଂଗ୍ରେସ ଏହି ଫଟୋକୁ ତୁରନ୍ତ ହଟାଇବା ଉଚିତ୍"।

ସୋମବାର ସକାଳେ କଂଗ୍ରେସ ନିଜ ଟ୍ୱିଟରେ #ଭାରତଯୋଡ଼ଯାତ୍ରା ହ୍ୟାସଟ୍ୟାଗ ବ୍ୟବହାର କରି ଲେଖିଥିଲା ଯେ ପର୍ଯ୍ୟାୟକ୍ରମେ ଆମେ ଦେଶକୁ ଘୃଣାର ପରିବେଶରୁ ମୁକ୍ତ କରିବା ଓ ବିଜେପି-ଆରଏସଏସ ଦ୍ୱାରା ହୋଇଥିବା କ୍ଷତିପୂରଣ ପାଇଁ ଲକ୍ଷ୍ୟ ହାସଲ କରିବୁ। ଟ୍ୱିଟ୍‌ରେ ଖାକି ସର୍ଟ ଜଳୁଥିବା ଚିତ୍ର ଥିଲା।

ଏହି ଟ୍ୱିଟରେ ଆରଏସଏସର ନାମ ଉଲ୍ଲେଖ କରାଯାଇ ନାହିଁ, ଯଦିଓ ଚିତ୍ରରେ ଦେଖାଯାଇଥିବା ଖାକି ପ୍ୟାଣ୍ଟ ଏହି ସଂଗଠନକୁ ସୂଚାଉଛି। କଂଗ୍ରେସର ଏହି ଟ୍ୱିଟ ପରେ ଆରଏସଏସ ନେତା ଏମ ବୈଧ କହିଛନ୍ତି ଯେ ସେମାନେ (କଂଗ୍ରେସ) ଲୋକଙ୍କୁ ଘୃଣା ସହ ଯୋଡିବାକୁ ଚାହୁଁଛନ୍ତି। ସେମାନେ ଆମ ପାଇଁ ଦୀର୍ଘ ଦିନରୁ ଘୃଣା ପାଳିଆସୁଛନ୍ତି। ତାଙ୍କ ପିତା ଓ ଜେଜେବାପା ଆରଏସଏସକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଆରଏସଏସ ବନ୍ଦ ହୋଇନଥିଲା ବରଂ ବିସ୍ତାର ହେବାକୁ ଲାଗିଲା କାରଣ ଆମେ ଲୋକଙ୍କ ସମର୍ଥନ ପାଇବାକୁ ଲାଗିଲୁ।

ଟ୍ୱିଟ ଉପରେ ନିଜର ପ୍ରତିକ୍ରିୟା ରଖିଛି କଂଗ୍ରେସ ।  ବିଜେପି ଓ ଆରଏସଏସକୁ କଂଗ୍ରେସ ପ୍ରତି ଆକ୍ରୋଶ ହେବା ଦରକାର ନାହିଁ । ଟି-ସର୍ଟ ଓ ଅଣ୍ଡରୱେୟାର ଉପରେ ଟିପ୍ପଣୀ କରିବା ଏକଦମ ବେକାର କଥା। ଆମେ ଏହାର ପ୍ରକୃତ କାରଣ କହିଦେଲେ ଆପଣ ହସିବେ । ମୁଁ ଏହି ଉପରେ କହିବାକୁ ଚାହୁଁନାହିଁ । ଯଦି ସେମାନେ ଏହାକୁ ମୁଦ୍ଦା କରିବା ପାଇଁ ଚାହୁଁଛନ୍ତି ତେବେ ଜଣା ପଡ଼ିବ ଯେ ସେମାନେ ଡରି କରି ଅଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ ।
Published by:Soumya Das
First published: