- News18 Odia
- Last Updated :
- Other, India
News18 Odia Digital
Karnataka Election 2023: ୨୦୨୩ ଦେଶର ରାଜନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚଳିତ ବର୍ଷ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି, ଯାହା ୨୦୨୪ ରେ ହେବାକୁ ଥିବା ସାଧାରଣ ନିର୍ବାଚନର ଗତି ସ୍ଥିର କରିବ। ଏଭଳି ପରିସ୍ଥିତିରେ ବିଜେପି ନିଜର ପ୍ରମୁଖ ନେତାମାନଙ୍କୁ ନିର୍ବାଚନ ରାଜ୍ୟରେ ନିୟୋଜିତ କରିବା ଆରମ୍ଭ କରିଥିଲା। ଏହି କ୍ରମରେ ବିଜେପି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ(Dharmendra Pradhan)ଙ୍କୁ କର୍ଣ୍ଣାଟକ(Karnataka) ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ପ୍ରଦାନ କରିଛି। ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି ।
ଏହା ସହିତ ବିଜେପି ହାଇକମାଣ୍ଡ ତାମିଲନାଡୁ(Tamilnadu)ର ରାଜ୍ୟ ସଭାପତି କେ ଅନ୍ନାମଲାଇଙ୍କୁ ରାଜ୍ୟରେ ନିର୍ବାଚନ ସହ-ପ୍ରଭାରୀ ଦାୟିତ୍ୱ ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ମୁଖ୍ୟାଳୟର ଦାୟିତ୍ୱରେ ଥିବା ଅରୁଣ ସିଂ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।
ଚଳିତ ବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ ନିର୍ବାଚନ ହେବାକୁ ପ୍ରାୟ ତିନି ମାସ ବାକି ଅଛି। ଏଭଳି ପରିସ୍ଥିତିରେ ରାଜ୍ୟରେ ବିଜେପି ନିଜର ସମ୍ପୂର୍ଣ୍ଣ ଶକ୍ତି ଖର୍ଚ୍ଚ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ସହିତ ବିଜେପି ସାମାଜିକ ବିକାଶ ମାଧ୍ୟମରେ ନିର୍ବାଚନରେ ପ୍ରବେଶ କରିବାର ରଣନୀତି ଉପରେ କାର୍ଯ୍ୟ କରୁଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।