News18 Odia Digital
ନୂଆ ଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ବିରୋଧୀଙ୍କୁ ପ୍ରଶଂସା କରି କହିଛନ୍ତି। ବିଜେପି ଓ ଆରଏସଏସ ମୋତେ ବିରୋଧ କରୁଛନ୍ତି,କିନ୍ତୁ ମୋର ଆପତ୍ତି ନାହିଁ। ସେ ମୋର ଗୁରୁ ପରି। ଯେତେବେଳେ ସେମାନେ ମୋତେ ଟାର୍ଗେଟ କରନ୍ତି, ମୁଁ ଅଧିକ ଶକ୍ତିଶାଳୀ ହୁଏ। ସେମାନେ ଭଲ ତାଲିମ ଦେଉଛନ୍ତି। ବିଜେପିର ଟାର୍ଗେଟରୁ ମୁଁ ଉପକୃତ ହୋଇଛି।
ରାହୁଲ ଗାନ୍ଧି କହିଛନ୍ତି, 'ମୁଁ ବିଶେଷ ଭାବରେ ଆରଏସଏସ ଏବଂ ବିଜେପିର ଲୋକଙ୍କୁ ଧନ୍ୟବାଦ ଦେଉଛି କାରଣ ସେମାନେ ଯେତେ ଟାର୍ଗେଟ କରିବେ, ଆମକୁ ସଂସ୍କାର କରିବାର ସୁଯୋଗ ମିଳିବ। ମୁଁ ଚାହୁଁଛି ସେମାନେ ଅଧିକ ଜୋର ଟାର୍ଗେଟ କରନ୍ତୁ ଯାହା ଦ୍ୱାରା କଂଗ୍ରେସ ଦଳ ସେମାନଙ୍କ ଆଦର୍ଶ ଭଲ ଭାବରେ ବୁଝିବେ।
ଘୃଣା ଏବଂ ହିଂସା ବିରୋଧରେ ଭାରତ ଯୋଡ ଯାତ୍ରା ଆରମ୍ଭ ହୋଇଛି। ଆମକୁ ଭାରତ ଯୋଡ ଯାତ୍ରାରୁ ବହୁତ କିଛି ଶିଖିବାକୁ ମିଳିଛି। ଏଥି ସହ ବିରୋଧୀ ଦଳର ଜଣେ ନେତାଙ୍କ ସହ ଜଡିତ ଏକ ପ୍ରଶ୍ନର ଉତ୍ତରରେ ରାହୁଲ ଗାନ୍ଧି କହିଛନ୍ତି -ବିରୋଧୀ ଦଳର ନେତାମାନେ ଆମ ସହ ଛିଡା ହୋଇଛନ୍ତି ଓ ଆମେ ଏହା ଜାଣୁ। ଯେଉଁମାନେ ଭାରତକୁ ସଂଯୋଗ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଭରତ ଯୋଡ ଦ୍ୱାର ଖୋଲା ଅଛି। ଆମେ କାହାକୁ ଆସିବାକୁ ଅଟକାଇବୁ ନାହିଁ। ମାୟାବତୀ ଜି ଏବଂ ଅଖିଲେଶ ଜି ମଧ୍ୟ ଭାରତରେ ପ୍ରେମ ଚାହାଁନ୍ତି, ଘୃଣା ନୁହେଁ।
ଏକ ପ୍ରଶ୍ନର ଉତ୍ତରରେ ରାହୁଲ ଗାନ୍ଧି କହିଛନ୍ତି ଯେ ବିଜେପି ସହ ଆମର ବିଚାରଧାରାର ପୁରୁଣା ଲଢେଇ ଅଛି। ଆମେ ଏହି ଯୁଦ୍ଧରେ ଜିତିବା। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ଲୋକଙ୍କ ପାଖରେ ଟଙ୍କା ଏବଂ ପାଣ୍ଠିର ଅଭାବ ନାହିଁ। ସେମାନେ ଅଭିଯାନ ଚଳାନ୍ତି। କୌଣସି ଅଭିଯାନ ସତ୍ୟକୁ ଲୁଚାଇ ପାରିବ ନାହିଁ। ମୋ ପ୍ରତିଛବିକୁ ଖରାପ କରିବା ପାଇଁ ସେମାନେ ନିଶ୍ଚିତ ଭାବରେ ୫-୬ କୋଟି ଖର୍ଚ୍ଚ କରିଥିବେ, ସେମାନେ ହୁଏତ ଟିକେ ଅଧିକ ଖର୍ଚ୍ଚ କରିପାରିବେ, କିନ୍ତୁ ଏହାର କୌଣସି ପ୍ରଭାବ ନାହିଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।