Happy B'day KL Rahul: ପିତାଙ୍କ ଗୋଟିଏ ଭୁଲ୍ ଓ ରୋହନରୁ ବନିଗଲେ କେ.ଏଲ୍ ରାହୁଲ

Happy B'day KL Rahul: ଟିମ୍ ଇଣ୍ଡିଆର ଷ୍ଟାର୍ ଖେଳାଳି ତଥା ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍ ରାହୁଲ ଆଜି ଅର୍ଥାତ୍ ୧୮ ଏପ୍ରିଲରେ ୨୯ ବର୍ଷରେ ପାଦ ଥାପିଛନ୍ତି ।

Happy B'day KL Rahul: ପିତାଙ୍କ ଗୋଟିଏ ଭୁଲ୍ ଓ ରୋହନରୁ ବନିଗଲେ କେ.ଏଲ୍ ରାହୁଲ
ଟିମ୍ ଇଣ୍ଡିଆର ଷ୍ଟାର୍ ଖେଳାଳି ତଥା ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍ ରାହୁଲ
  • News18 Odia
  • Last Updated: April 18, 2021, 9:25 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଅଧିନାୟକ ବିରାଟ କୋହଲି (Virat Kohli) ଓ ରୋହିତ ଶର୍ମାଙ୍କ (Rohit Sharma) ପରେ କେ.ଏଲ୍ ରାହୁଲ ସେହି ନାମ ଯାହା ଏକ କଷ୍ଟଦାୟକ ଲାଗୁଥିବା ମ୍ୟାଚରେ ମଧ୍ୟ ଜିତିବାର ଆଶା ଦେଇଥାଏ । ୱିକେଟ୍ କିପିଂ ହେଉ କିମ୍ବା ବ୍ୟାଟିଂ ସବୁଥିରେ ପ୍ରଶଂସକଙ୍କ ହୃଦୟରେ କେ.ଏଲ୍ ରାହୁଲ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଚଳିତ ଆଇପିଏଲରେ ପଞ୍ଜାବ କିଙ୍ଗ୍ସର ନେତୃତ୍ୱ ନେଉଥିବା କେ.ଏଲ୍ ରାହୁଲଙ୍କୁ ଆଜି ଅର୍ଥାତ୍ ୧୮ ଏପ୍ରିଲ ୨୯ ବର୍ଷ ବୟସ ହୋଇଛି ଓ ସେ ନିଜ ଜନ୍ମଦିନରେ ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ଖେଳିବାକୁ ଫିଲ୍ଡକୁ ଓଲ୍ହାଇବେ ।

୧୯୯୨ ରେ ଜନ୍ମଗ୍ରହଣ କରିଥିବା କେ.ଏଲ୍ ରାହୁଲଙ୍କ ସମ୍ପୂର୍ଣ୍ଣ ନାମ କନ୍ନୁର ଲୋକେଶ ରାହୁଲ (Lokesh Rahul) । ତାଙ୍କ ପିତା ଡକ୍ଟର ଲୋକେଶ ଜଣେ ଇଞ୍ଜିନିୟର ଓ ମା' ରାଜେଶ୍ୱରୀ ଜଣେ ପ୍ରଫେସର ଅଟନ୍ତି । ଆଜି କେ.ଏଲ୍ ରାହୁଲ ନିଜ ନାମକୁ ସମଗ୍ର ବିଶ୍ୱରେ ସ୍ଥାନିତ କରିଛନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କ ପିତାଙ୍କ ଗୋଟିଏ ଭୁଲ ଯୋଗୁଁ ତାଙ୍କ ନାମ ରାହୁଲ ହୋଇ ଯାଇଥିଲା । ବାସ୍ତବରେ ତାଙ୍କ ପିତା ସୁନୀଲ ଗାଭାସ୍କରଙ୍କ ଜଣେ ବଡ଼ ପ୍ରଶଂସକ ଥିଲେ । ସେ ଭାବିଥିଲେ ଯେ ସେ ଗାଭାସ୍କରଙ୍କ ପୁଅ ରୋହନଙ୍କ ନାମରେ ନିଜ ପୁଅଙ୍କ ନାମ ରଖିବେ ।

ନାମ ଭୁଲିଯାଇଥିଲେ ପିତା
କେ.ଏଲ୍ ରାହୁଲଙ୍କ ନାମକରଣର କାହାଣୀ ଅତ୍ୟନ୍ତ ଆକର୍ଷଣୀୟ । ପ୍ରକୃତରେ କେ.ଏଲ୍ ଲୋକେଶ ନିଜ ପୁଅର ନାମକାରଣ ସମୟରେ ରୋହନ ନାମକୁ ଭୁଲି ଯାଇଥିଲେ । ସେ ଅନୁଭବ କଲେ ଯେ ଗାଭାସ୍କରଙ୍କ ପୁଅର ନାମ ରାହୁଲ ଓ ଏହି ନାମ ନିଜ ପୁଅର ରଖି ଦେଇଥିଲେ ।

ହେବାକୁ ଚାହୁଁଥିଲେ ଜଣେ ଇଞ୍ଜିନିୟର, ହୋଇଗଲେ କ୍ରିକେଟର
ରାହୁଲଙ୍କ ପିତା ଚାହୁଁଥିଲେ ଯେ ସେ ଜଣେ ଇଞ୍ଜିନିୟର ହୁଅନ୍ତୁ । ସେ ଭଲ ପାଠ ପଢୁଥିଲେ କିନ୍ତୁ କ୍ରୀଡା ପ୍ରତି ସେ ଅଧିକ ଜଡିତ ଥିଲେ । ୧୧ ବର୍ଷ ବୟସରେ ସେ କ୍ରିକେଟକୁ ଗମ୍ଭୀରତାର ସହ ନେବା ଆରମ୍ଭ କରିଥିଲେ । ଖେଳକୁ ଆଗକୁ ନେବାରେ ତାଙ୍କ ପରିବାର ତାଙ୍କୁ ସବୁବେଳେ ସାହାଯ୍ୟ କରୁଥିଲେ । ୨୦୧୦ ରେ ସେ କର୍ଣ୍ଣାଟକରୁ ନିଜର ପ୍ରଥମ ଶ୍ରେଣୀ କ୍ରିକେଟ୍ କରିୟର୍ ଆରମ୍ଭ କରିଥିଲେ ।

୧୦ ବର୍ଷରେ ଏକ ଲମ୍ବା ରାସ୍ତା
ପ୍ରଥମ ଶ୍ରେଣୀ କ୍ରିକେଟ୍ କରିୟର ଆରମ୍ଭ କରିବାର ୧୦ ବର୍ଷ ମଧ୍ୟରେ କେ.ଏଲ୍ ରାହୁଲ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛନ୍ତି । ତାଙ୍କ ନାମରେ ଅନେକ ରେକର୍ଡ ମଧ୍ୟ ଅଛି । ସେ ହେଉଛନ୍ତି ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏ ତିନୋଟି ଫର୍ମାଟରେ ଛକା ମାରି ଶତକ ପୂରଣ କରିବାର ରେକର୍ଡ ରହିଛି । ସେ ମଧ୍ୟ ଏକମାତ୍ର ଖେଳାଳି ଯିଏକି ଟି -୨୦ ଇଣ୍ଟରନ୍ୟାସନାଲରେ ଚତୁର୍ଥ ବ୍ୟାଟିଂ କରିବାକୁ ଆସି ଏକ ଶତକ ହାସଲ କରିଛନ୍ତି । ରାହୁଲ ୨୦୧୪ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ କ୍ରିକେଟରେ, ୨୦୧୬ ରେ ଜିମ୍ବାୱେ ବିପକ୍ଷରେ ODI ଓ ଟି -୨୦ କ୍ରିକେଟରେ ଡେବ୍ୟୁ କରିଥିଲେ । ସେ ୩୬ ଟି ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚରେ ୨ ହଜାର ୬ ରନ୍, ୩୮ ଟି ODI ରେ ୧୫୦୯ ଓ ୪୯ ଟି -୨୦ ମ୍ୟାଚରେ ୧୫୫୭ ରନ୍ କରିଛନ୍ତି ।
Published by: Jagdish Barik
First published: April 18, 2021, 9:25 AM IST