ଆଜି ଜାତୀୟ ଯୁବା ଦିବସ, ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ: ଏହି ମହାନ ଭାରତୀୟଙ୍କୁ ସ୍ମରଣ କଲେ ପ୍ରଧାନ ମନ୍ତ୍ରୀ ମୋଦି

‘‘ମୋତେ ମୋ’ ରାଷ୍ଟ୍ର ଉପରେ ଗର୍ବ ଅନୁଭବ ହୋଇଥାଏ କାରଣ ଏହା ବିଶ୍ବର ସମସ୍ତ ଧର୍ମ ଏବଂ ସମସ୍ତ ଦେଶରୁ ପ୍ରତାରିତମାନଙ୍କୁ ଶରଣ ଦେଇଥାଏ,’’ କହିଥିଲେ ବିବେକାନନ୍ଦ । ପ୍ରଧାନମନ୍ତ୍ରୀ ମୋଦି କାଲି (ଜାନୁଆରୀ ୧୧) ରାତିରେ ବେଲୁର ମଠରେ ରହିଥିଲେ । ଆଜି (୧୨ ତାରିଖ) ସକାଳେ ସେ ସ୍ବାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଆଜି ଜାତୀୟ ଯୁବା ଦିବସ, ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ: ଏହି ମହାନ ଭାରତୀୟଙ୍କୁ ସ୍ମରଣ କଲେ ପ୍ରଧାନ ମନ୍ତ୍ରୀ ମୋଦି
ବେଲୁର ମଠରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି
  • News18 Odia
  • Last Updated: January 12, 2020, 10:43 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଭାରତରେ ଜାତୀୟ ଯୁବା ଦିବସ ଭାବେ ପାଳନ କରାଯାଇଥାଏ । ଯୁକ୍ତରାଷ୍ଟ୍ର ଆମେରିକାର ଶିକାଗୋଠାରେ ୧୮୯୩ରେ ଅନୁଷ୍ଠିତ ବିଶ୍ବ ଧର୍ମ ସଂସଦରେ ଅଭିଭାଷଣ ଦେବାପରେ ଜଣେ ମହାନ ଆଧ୍ୟାତ୍ମିକ ସନ୍ଥ ଭାବେ ତାଙ୍କର ଖ୍ୟାତି ବଢ଼ିଥିଲା ।

୧୨ଜାନୁଆରୀ ୧୮୬୩ରେ ଜନ୍ମଗ୍ରହଣ କରିଥିବା ସ୍ବାମୀ ବିବେକାନନ୍ଦଙ୍କ ବାଲ୍ୟନାମ ନରେନ୍ଦ୍ରନାଥ ଦତ୍ତ ଥିଲା । ୪ ଜୁଲାଇ ୧୯୦୨ରେ ମାତ୍ର ୩୮ ବର୍ଷ ବୟସରେ ସେ ଶେଷ ନିସ୍ବାସ ତ୍ୟାଗ କରିଥିଲେ । ମାତ୍ର ଏହି ସ୍ବଳ୍ପ ଜୀବନକାଳ ମଧ୍ୟରେ ବିବେକାନନ୍ଦ ଏକ ପ୍ରେରଣାଦାୟୀ ଜୀବନ ବଞ୍ଚିଥିଲେ । ସ୍ବାମୀଜୀ ଜଣେ ଦୂରଦର୍ଶୀ ତଥା ତ୍ୟାଗୀ ରାଷ୍ଟ୍ରଭକ୍ତ ଥିଲେ । ଏହା ସହ ଜଣେ ଧାର୍ମିକ ଏବଂ ସମାଜ ସୁଧାରକ ଭାବେ ଲୋକପ୍ରିୟ ହୋଇପାରିଥିଲେ । ସେ ଭାରତର ଧର୍ମ ଏବଂ ବେଦକୁ ପୂରା ବିଶ୍ବ ସାମ୍ନାରେ ପ୍ରସ୍ତୁତ କରିପାରିଥିଲେ । ତାଙ୍କର ଜନ୍ମ ତିଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଲୁରସ୍ଥିତ ମଠରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ବେଲୁର ମଠରେ ସ୍ବାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜିଳି ଅର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି


ବିବେକାନନ୍ଦ ୧୯ଶ ଶତାବ୍ଦୀରେ ମହାନ ଆଧ୍ୟାତ୍ମିକ ସନ୍ଥ ରାମକୃଷ୍ଣ ପରମହଂସଙ୍କର ଜଣେ ପ୍ରମୁଖ ଶିଷ୍ୟ ଥିଲେ । ପରେ ପଶ୍ଚିମବଙ୍ଗରେ ରାମକୃଷ୍ଣ ମିଶନ ଏବଂ ରାମକୃଷ୍ଣ ମଠ ସ୍ଥାପନ କରିଥିଲେ । ସ୍ବାମୀଜୀ ସେ ସମୟର ପ୍ରଖ୍ୟାତ ଧର୍ମଗୁରୁମାନଙ୍କୁ ‘ଆପଣ ଭଗବାନଙ୍କୁ ଦେଖିଛନ୍ତି କି’ ପ୍ରଶ୍ନ ପଚାରୁଥିଲେ । ତେବେ କୌଣସି ସାଧକ ତାଙ୍କୁ ଏହାର ସନ୍ତୋଷଜନକ ଉତ୍ତର ଦେଇପାରୁନଥିଲେ ।

ପରେ  ସେ ରାମକୃଷ୍ଣ ପରମହଂସଙ୍କୁ ସେହି ପ୍ରଶ୍ନ ପଚାରିବାରୁ ରାମକୃଷ୍ଣ ‘ହଁ ମୁଁ ଦେଖିଛି’ ବୋଲି କହିବା ସହ ସେତିକି ସ୍ପଷ୍ଟ ଭାବରେ ଦେଖିପାରେ ଯେମିତି ତୁମକୁ ଦେଖିପାରୁଛି ବୋଲି କହିଥିଲେ । ରାମକୃଷ୍ଣ ଏବଂ ବିବେକାନନ୍ଦଙ୍କ ମଧ୍ୟରେ ଏକ ଅଦ୍ବିତୀୟ ଗୁରୁ-ଶିଷ୍ୟର ସମ୍ପର୍କ ରହିଥିଲା । ଯାହା ମାତ୍ର ୧୮ ବର୍ଷୀୟ ନରେନ୍ଦ୍ରନାଥଙ୍କ ଭିତରେ ପରିର୍ବତ୍ତନର ଶିଖା ଜାଗ୍ରତ କରି ତାଙ୍କୁ ସ୍ବାମୀ ବିବେକାନନ୍ଦ ଭାବେ ବିଖ୍ୟାତ କରିଦେଇଥିଲା ।

ସ୍ବାମୀ ବିବେକାନନ୍ଦ


ସ୍ବାମୀଜୀଙ୍କ କେତେକ ମହାନ ବାଣୀ

‘‘ଉଠ, ଜାଗ୍ରତ ହୁଅ ଏବଂ ଯେତେ ପର୍ଯ୍ୟନ୍ତ ଲକ୍ଷ୍ୟ ସ୍ଥଳରେ ନପହଞ୍ଚିଛ ସେ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖ ।’’

‘‘ପୃଥିବୀର କୌଣସି ଧର୍ମ ଗରିବଙ୍କ ବେକ ଉପରେ ଛିଡ଼ା ହୋଇ ନ ଥାଏ । ବିଶେଷକରି ହିନ୍ଦୁ ଧର୍ମରେ ଏମିତ କମ୍ ହୋଇଥାଏ ।’’

‘‘ମୋତେ ମୋ ରାଷ୍ଟ୍ର ଉପରେ ଗର୍ବ ଅନୁଭବ ହୋଇଥାଏ କାରଣ ଏହା ବିଶ୍ବର ସମସ୍ତ ଧର୍ମ ଏବଂ ସମସ୍ତ ଦେଶରୁ ପ୍ରତାରିତମାନଙ୍କୁ ଶରଣ ଦେଇଥାଏ । ସାମ୍ପ୍ରଦାୟିକତା, କଠୋରତା ଏବଂ ବଂଶବାଦ ଲମ୍ବା ସମୟ ଧରି ଏହି ସୁନ୍ଦର ପୃଥିବୀରେ ରହି ଏହାକୁ ବିଶାକ୍ତ କରିଦେଇଛି ଯଦି ଏସବୁ ପୃଥିବୀରେ ନ ଥାନ୍ତା ତାହାଲେ ମାନବ ସମାଜ ବର୍ତ୍ତମାନ ତୁଳନାରେ ଅଧିକ ଉନ୍ନତ ହୋଇଥାନ୍ତା ।’’
Published by: Durgamadhab Rath
First published: January 12, 2020, 10:43 AM IST
corona virus btn
corona virus btn
Loading