Bipin Rawatଙ୍କ ହେଲିକପ୍ଟର୍ ‘‘ଆକାଶରେ ହଠାତ ଗାୟବ୍ ହୋଇଗଲା…’’; ଶେଷ ମୁହୂର୍ତ୍ତର VIDEO

Bipin Rawat helicopter disappeared in sky before crash, watch video | ହେଲିକପ୍ଟରର ଶେଷ ମୁହୂର୍ତ୍ତର ଭିଡିଓ ବନାଇଥିବା ଜଣେ ବିବାହ ଫଟୋଗ୍ରାଫର୍ କହିଛନ୍ତି ଯେ ହେଲିକପ୍ଟରଟି କିଛି ସମୟ ପାଇଁ ବାୟୁରେ ଦେଖାଗଲା ଓ ହଠାତ୍ ଅଦୃଶ୍ୟ ହୋଇଗଲା । କିଛି ମିନିଟ୍ ପରେ ବଡ଼ ଶବ୍ଦ ହେଲା ଓ ଦୂରରୁ ଧୂଆଁ ଉଠୁଥିବା ଦେଖାଗଲା ।

ଜେନେରାଲ୍ ବିପିନ ରାୱତ; (ଡାହାଣ) ହେଲିକପ୍ଟରର ଆକାଶରୁ ଖସିବା ପୂର୍ବ ମୁହୂର୍ତ୍ତର ଦୃଶ୍ୟ

ଜେନେରାଲ୍ ବିପିନ ରାୱତ; (ଡାହାଣ) ହେଲିକପ୍ଟରର ଆକାଶରୁ ଖସିବା ପୂର୍ବ ମୁହୂର୍ତ୍ତର ଦୃଶ୍ୟ

  • Share this:
News18 Odia Digital

ନୂଆ ଦିଲ୍ଲୀ: ତାମିଲ ନାଡୁର କୁନୁରରେ ହେଲିକପ୍ଟର୍‌ ଦୁର୍ଘଟଣାରେ (helicopter crash) ଶହୀଦ ହୋଇଥିବା ଦେଶର ପ୍ରଥମ ସି.ଡି.ଏସ୍. ଜେନେରାଲ୍ ବିପିନ ରାୱତ (CDS Gen Bipin Rawat) ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ତାଙ୍କର ଦୁଇ ଝିଅ ରୀତିନୀତି ସହିତ ତାଙ୍କ ଶେଷ କୃତ୍ୟ (Bipin Rawat funeral) ସମ୍ପନ୍ନ କରିଛନ୍ତି । ଜେନେରାଲ ରାୱତଙ୍କ ବଡ ଝିଅ ତାଙ୍କୁ ମୁଖାଗ୍ନି ଦେଇଛନ୍ତି । ସାରା ଦେଶ ଜେନେରାଲ୍‌ ରାୱତଙ୍କ ଦେହାନ୍ତରେ ମର୍ମାହ ହୋଇରହିଥିବା ବେଳେ ହେଲିକପ୍ଟର୍‌ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇପାରି ନାହିଁ । ଜଣାପଡ଼ିନାହିଁ ଏହି ଭୟଙ୍କର ଘଟଣା ଏକ ଦୁର୍ଘଟଣା ଥିଲା ନା ଏକ ଷଡ଼ଯନ୍ତ୍ର ଥିଲା ।

ଏବେ ଜେନେରାଲ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର (Bipin Rawat helicopter crash) ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି (Helicopter Crash Viral Video) । ଏହି ଭାଇରାଲ ଭିଡିଓରେ ଦେଖାଯାଉଥିବା ହେଲିକପ୍ଟର୍‌ ବିଷୟରେ କୁହାଯାଉଛି ଯେ ତାହା ତାମିଲ ନାଡୁର କୁନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସେନାର ସେହି Mi17V5 ହେଲିକପ୍ଟର ।

ଏହା ବି ପଢ଼ନ୍ତୁ | CDS Bipin Rawat Death: ‘‘ବିପିନ ରାୱତ ବଞ୍ଚିଥିଲେ, ପାଣି ମାଗିଥିଲେ,’’ କହିଲେ ଜଣେ ପ୍ରତ୍ୟକ୍ଷଦର୍ଶୀ



ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଇଏ ଅଭିନେତା-MP ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା; ପେଶାରେ ସେ ଜଣେ ସାମ୍ବାଦିକା କବି

କୁହାଯାଉଛି ଯେ ହେଲିକପ୍ଟରର ଏହି ଭିଡିଓ ଫୁଟେଜ୍ ସେହି ସହରରେ ଥିବା ଜଣେ ବିବାହ ଫଟୋଗ୍ରାଫରଙ୍କ କ୍ୟାମେରାରେ କଏଦ ହୋଇଥିଲା । ଯେତେବେଳେ ବିନିନ ରାୱତଙ୍କୁ ନେଇ ଯାଉଥିବା ହେଲିକପ୍ଟରଟି ଆକାଶରେ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଥିଲା ସେତିକି ବେଳେ ତା’ର ଏହି ଭିଡିଓ ରେକର୍ଡ଼ କରାଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଏହା ହେଉଛି ସେହି ସମାନ ହେଲିକପ୍ଟର୍‌ ଯେଉଁଥିରେ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ମୋ’ଟ ୧୪ ଜଣ ଲୋକ ବସିଥିଲେ । ଭିଡିଓ ରେକର୍ଡ କରିଥିବା ବ୍ୟକ୍ତି ଜଣକ କହିଛନ୍ତି ଯେ ତାଙ୍କୁ ଲାଗିଥିଲା ଯେ ହେଲିକପ୍ଟରଟି ଘନ କୁହୁଡ଼ି ଭିତରେ ଅଟକି ରହିଯାଇଥିଲା ।

ଏହା ବି ପଢ଼ନ୍ତୁ | Gen Bipin Rawat helicopter crash: ସେହି ହେଲିକପ୍ଟର୍ ଥିଲା ଅତ୍ୟାଧୁନିକ, ଆସିଥିଲା ରୁଷରୁ



ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅନଲାଇନରେ ହେଲା ବାହାଘର; କନ୍ୟା ଘର ବଲାଙ୍ଗିରରେ, ବର ଘର ମୁମ୍ବାଇରେ, ବିବାହ ଆମେରିକାରେ

କୋଏମ୍ବାଟୁରର ୫୨-ବର୍ଷୀୟ ବିବାହ ଫଟୋଗ୍ରାଫର୍‌ ୱାଇ ଜୋ ଓରଫ କଟ୍ଟି ନିଜ ବନ୍ଧୁ ନଜର୍‌ ଓ ତାଙ୍କ ପରିବାର ସହିତ ଏକ ଫଟୋ ସୁଟ୍ ପାଇଁ ସେହି ଅଞ୍ଚଳକୁ ଯାଇଥିଲେ । ସେ ଫଟୋ ସୁଟିଂ କରୁଥିବା ବେଳେ ଆକାଶରେ ଏକ ହେଲିକପ୍ଟର ଦେଖିଥିଲେ ଯାହାକୁ ସେ ନିଜ କ୍ୟାମେରାରେ କଏଦ କରିଥିଲେ । ଫଟୋଗ୍ରାଫରଙ୍କ କହିବା ଅନୁସାରେ ହେଲିକ୍ୟାପ୍ଟରଟି କିଛି ସମୟ ପାଇଁ ବାୟୁରେ ଦେଖାଯିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିଲା ।

ଏହା ବି ପଢ଼ନ୍ତୁ | Gen Bipin Rawat helicopter crash: ୧୩ଟି ମୃତ ଦେହକୁ DNA ପରୀକ୍ଷା ଦ୍ୱାରା ଚିହ୍ନଟ କରାଯିବ



ଏହା ବି ପଢ଼ନ୍ତୁ | ବିବାହରେ ସସପେନ୍ସ: ରାତି ସାରା ଚାହିଁ ରହିଲେ ତପସ୍ୱିନୀ, ହେଲେ ତାଙ୍କୁ ଛାଡ଼ି ‘‘ଫେରାର୍’’ ହେଲେ ଡଃ ସୁମିତ

କଟ୍ଟି ଓ ତାଙ୍କ ସାଙ୍ଗମାନେ ଏକ ପାହାଡ଼ ଉପରେ ନିର୍ମିତ ରେଲୱେ ଟ୍ରାକରେ ବୁଲୁଥିଲେ ଓ ସେଇଠି ଫଟୋ ଉଠାଉଥିଲେ । ତା’ ପରେ କଟ୍ଟି ଏକ ହେଲିକପ୍ଟରର ଶବ୍ଦ ଶୁଣିଥିଲେ । ହେଲିକପ୍ଟର ଆସୁଥିବା ଦେଖି ସେ ତା’ର ଭିଡିଓ ନେବା ଆରମ୍ଭ କରିଥିଲେ । କଟ୍ଟି କହିଛନ୍ତି ଯେ ହେଲିକପ୍ଟରଟି କିଛି ସମୟ ପାଇଁ ବାୟୁରେ ଦେଖାଗଲା କିନ୍ତୁ ପରେ ତାହା ହଠାତ୍ ଅଦୃଶ୍ୟ ହୋଇଗଲା । କିଛି ମିନିଟ୍ ପରେ ଏକ ଉଚ୍ଚ ଶବ୍ଦ ଆସିଲା ଓ ଦୂରରୁ ବୁଦା ଭିତରୁ ଧୂଆଁ ଉଠୁଥିବା ଦେଖାଗଲା । କଟ୍ଟି କହିଛନ୍ତି ଯେ ସେତେବେଳେ ଯାଇ ସେ ଅନୁଭବ କଲେ ଯେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।
Published by:Anand S.T. Das
First published: