News18 Odia Digital
Bill Gates Makes Chapati: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ବିଲ୍ ଗେଟ୍ସଙ୍କ (Bill Gates) ଏକ ଭିଡିଓ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଭାରତୀୟ ଶୈଳୀରେ ରୁଟି ତିଆରି କରୁଥିବାର ନଜର ଆସୁଛନ୍ତି। ପିଏମ ମୋଦି (PMModi) ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ବିଲ ଗେଟ୍ସଙ୍କ ଏହି ଶୈଳୀ ସେୟାର କରିଛନ୍ତି।
ଭିଡିଓରେ ବିଲ୍ ଗେଟ୍ସ ରୋଷେୟା ଇଥର ବର୍ନାଥଙ୍କ ସହ ନଜର ଆସିଛନ୍ତି। ଆଉ ଏମାନେ ପ୍ରଥମେ ଅଟାରେ ପାଣି ଓ ଲୁଣ ମିଶାଇ ଦଳୁଛନ୍ତି। ଏହାପରେ ରୁଟି ତିଆରି କରି ବିଲ ଗେଟ୍ସଙ୍କ ଖାଉଛନ୍ତି ରୋଷେୟା।
ଏହି ଭିଡିଓଟି ପ୍ରଥମେ ରୋଷେୟା ବର୍ନାଥ ତାଙ୍କ ଟ୍ୱିଟରରେ ସେୟାର କରିଛନ୍ତି। ଭିଡିଓର କ୍ୟାପସନରେ ବର୍ନାଥ ଲେଖିଛନ୍ତି, ‘‘ବିଲ ଗେଟ୍ସ ଏବଂ ମୁଁ ଏକାଠି ଭାରତୀୟ ରୁଟି ତିଆରି କରିବାରେ ବହୁତ ମଜା କରିଥିଲୁ। ମୁଁ ଭାରତର ଜଣେ କୃଷକଙ୍କୁ ଭେଟିଥିଲି।"
ଦିଦି କି ରୋଷେଇ ବିଷୟରେ କହିଲେକୃଷକମାନଙ୍କୁ ଧନ୍ୟବାଦ ଦେବାବେଳେ ବର୍ନାଥ 'ଦିଦି କି ରଷୋଇ' କ୍ୟାଣ୍ଟିନ ବିଷୟରେ ମଧ୍ୟ କହିଥିଲେ। ଆଉ କହିଥିଲେ ଯେ ମହିଳାମାନେ ତାଙ୍କୁ ରୁଟି ତିଆରି କରିବାର ଉପଦେଶ ଦେଇଥିଲେ। ସେ ଲେଖିଛନ୍ତି, ‘‘ଦିଦି କି ରୋଷେଇ ମହିଳାମାନଙ୍କୁ ଅଭିନନ୍ଦନ, ଯେଉଁମାନଙ୍କ ପାଇଁ ମୁଁ ରୁଟି ତିଆରି କରିବାରେ ମାଷ୍ଟର ହୋଇପାରିଛି।’’
ରୁଟି କିପରି ତିଆରି ହେବ ସେ ବିଷୟରେ ବିଲଙ୍କୁ ଶୁଖାଇଲେ ବର୍ନାଥଭିଡିଓ ଆରମ୍ଭରେ ବିଲ୍ ଗେଟ୍ସଙ୍କ ପରିଚୟ ଦେଇ ବର୍ନାଥ କହିଛନ୍ତି, ‘‘ଆଜି ମୁଁ ବିଲ୍ ଗେଟ୍ସଙ୍କ ସହ ଘରେ ତିଆରି ରୁଟି ପ୍ରସ୍ତୁତ କରୁଛି।’’ ବିଲ୍ ଗେଟ୍ସଙ୍କ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ସେ ଭାରତୀୟ ରୁଟି ତିଆରି କରନ୍ତି। ଏହି ସମୟରେ ସେ କହିଛନ୍ତି ଯେ ସେ ନିକଟରେ ଭାରତ ଗସ୍ତ କରିଥିଲେ, ଯେଉଁଠାରେ ସେ ଭାରତୀୟ ରୁଟି ତିଆରି ଶିଖିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।