୨୭ ବର୍ଷର ବିବାହ ପରେ ବିଲ୍ ଗେଟ୍ସ ନିଜ ପତ୍ନୀ ମେଲିଣ୍ଡାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି
Microsoft's Bill Gates Divorce From Wife Melinda Gates | ବିଶ୍ୱର ଚତୁର୍ଥ ସବୁଠୁ ଧନୀ ବ୍ୟକ୍ତି ବିଲ୍ ଗେଟ୍ସ ଥରେ କହିଥିଲେ ଯେ ମେଲିଣ୍ଡାଙ୍କୁ ବିବାହ କଲେ ଲାଭ କେତେ ଓ କ୍ଷତି କେତେ ସେ ବିଷୟରେ ଏକ କଳାପଟାରେ ଲେଖି ବିଚାର କରିବା ପରେ ସେ ତାଙ୍କୁ ବିବାହ କରିଥିଲେ ।
ବିଲ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟ୍ସ (ଫଟୋ: ଗେଟି)
- News18 Odia
- Last Updated: May 4, 2021, 4:13 AM IST
ନୂଆ ଦିଲ୍ଲୀ: ମାଇକ୍ରୋସଫ୍ଟ କମ୍ପାନୀର (Microsoft) ସହ-ପ୍ରତିଷ୍ଠାତା ତଥା ପୂର୍ବତନ ସି.ଇ.ଓ. ବିଲ୍ ଗେଟ୍ସ (Bill Gates) ସୋମବାର ଘୋଷଣା କରିଛନ୍ତି ଯେ ସେ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟ୍ସ (Melinda Gates) ୨୭ ବର୍ଷର ବୈବାହିକ ଜୀବନ ପରେ ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି । କିନ୍ତୁ ଦୁହେଁ ସେମାନଙ୍କ ମିଳିତ ପ୍ରୟାସରେ ଚାଲିଥିବା ଜନ ସେବା କାର୍ଯ୍ୟରେ ଏକାଠି କାମ କରିବେ ।
“ଆମେ ପରସ୍ପର ସହ ସମ୍ପର୍କ ଉପରେ ବହୁ ଚିନ୍ତା ଓ ବହୁତ କାର୍ଯ୍ୟ ପରେ ଆମର ବିବାହକୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛୁ,’’ ବିଲ୍ ଗେଟ୍ସ ଏକ ଟ୍ୱିଟ୍ କରି ଦେଇଥିବା ବିବୃତ୍ତିରେ ଲେଖିଛନ୍ତି ।
ଏହା ବି ପଢ଼ନ୍ତୁ | ଡରିବା ମନା! Colors ଓଡ଼ିଆରେ ଦେଖନ୍ତୁ ହରର୍ ଶୋ‘ ‘କାଳରାତ୍ରି’ର ସିଜିନ୍ ୨; ସୋମବାରରୁ ଶୁକ୍ରବାର ରାତି ୧୦
ଏହା ବି ପଢ଼ନ୍ତୁ | ଓଡ଼ିଶାରେ କରୋନା ଭାଇରସର ଦ୍ରୁତ ସଂକ୍ରମଣ ଉପରେ ବ୍ରେକ୍ ଲାଗିଛି, ହେଲେ ଆଗକୁ କ’ଣ ହେବ?
ଫୋର୍ବ୍ସ (Forbes) ପତ୍ରିକା ଅନୁସାରେ ଆମାଜନର ଜେଫ୍ ବେଜୋସ୍ (Jeff Bezos), LVMHର ବର୍ଣ୍ଣାଡ୍ ଆର୍ଣ୍ଣଲ୍ଟ୍ ଓ ଟେସଲାର ଏଲୋନ୍ ମସ୍କଙ୍କ ପରେ ବିଲ୍ ଗେଟ୍ସ ହେଉଛନ୍ତି ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି । ବିଲ୍ ଗେଟ୍ସଙ୍କର ନିଜ ପତ୍ନୀଙ୍କ ଠାରୁ ଅଲଗା ହେବା ଘଟଣା ଆମାଜନ୍ ସି.ଇ.ଓ. ଜେଫ୍ ବେଜୋସ ନିଜ ପତ୍ନୀଙ୍କ ଠାରୁ ଅଲଗା ହେବାର ଦୁଇ ବର୍ଷ ପରେ ଆସୁଛି ।

ବିଲ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟ୍ସ (ଫଟୋ: ଏ.ପି.)
ଏହି ନିଷ୍ପତ୍ତି ଆମେରିକୀୟ ବ୍ୟବସାୟର ଶୀର୍ଷରେ ଏକ ବ୍ୟକ୍ତିଗତ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି ବୋଲି କୁହାଯାଉଛି । ୧୯୭୫ ମସିହାରେ ମାଇକ୍ରୋସଫ୍ଟର ସ୍ଥାପନା ସମୟରୁ ବିଲ୍ ଗେଟ୍ସ ଏହାର ସି.ଇ.ଓ. ଭାବରେ ୨୦୦୦ ମସିହା ପର୍ଯ୍ୟନ୍ତ ପଲ୍ ଆଲେନଙ୍କ (Paul Allen) ସହ ମିଶି ନେତୃତ୍ୱ ଦେଇଥିଲେ । ୨୦୦୦ରେ ସେ ଷ୍ଟିଭ୍ ବଲମରଙ୍କୁ (Steve Ballmer) କମ୍ପାନୀ ଚଳାଇବା ଦାୟିତ୍ୱ ଦେଇ ନିଜେ ଏହାର ଚେୟାରମ୍ୟାନ୍ ତଥା ମୁଖ୍ୟ ସଫ୍ଟୱେର୍ ଆର୍କିଟେକ୍ଟ ହୋଇଥିଲେ । ୨୦୦୮ରେ ଗେଟ୍ସ ଫାଉଣ୍ଡେସନରେ (Gates Foundation) ଅଧିକ ସମୟ ବିତାଇବା ପାଇଁ ମାଇକ୍ରୋସଫ୍ଟରେ ତାଙ୍କର ଦୈନନ୍ଦିନ ଭୂମିକା ସେ ଛାଡି଼ଥିଲେ ।
ଏହା ବି ପଢ଼ନ୍ତୁ | ୧୮ ବର୍ଷରୁ ଅଧିକ ସବୁ ଓଡ଼ିଶାବାସୀଙ୍କୁ ମାଗଣାରେ ଟିକା ଦେବେ ରାଜ୍ୟ ସରକାର, କହିଲେ ନବୀନ
ଗତ ବର୍ଷ ବିଲ ବିଲ୍ ଗେଟ୍ସ ମାଇକ୍ରୋସଫ୍ଟର ବୋର୍ଡ଼ରୁ ଇସ୍ତଫା ଦେଇଥିଲେ କାରଣ କରୋନା ଭାଇରସ୍ (Coronavirus) ସମଗ୍ର ବିଶ୍ୱରେ ଏକ ବଡ଼ ଶକ୍ତି ହୋଇ ଉଭା ହୋଇଥିଲା । ସେ ନିଜ ପତ୍ନୀ ମେଲିଣ୍ଡା ଗେଟ୍ସଙ୍କ (Melinda Gates) ସହିତ ଅଣ-ଲାଭକାରୀ ବିଲ୍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନରେ (Bill and Melinda Gates Foundation) ଅଧିକ ସମୟ ବିତାଇବା ଆରମ୍ଭ କରିଥିଲେ । ୨୦୦୦ରେ ଆରମ୍ଭ ହୋଇଥିବା ଏହି ଫାଉଣ୍ଡେସନର ସେମାନେ ସହ-ମୁଖ୍ୟ ଏବଂ ଟ୍ରଷ୍ଟି ଅଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଲା: ମଦ ପିଆଇବା ପରେ ଅଣନିଶ୍ୱାସୀ କରି ମାରିଥିଲା ‘ବନ୍ଧୁ’
ବିଲ୍ ଓ ମେଲିଣ୍ଡା ଗେଟ୍ସ୍ ଉଭୟ ମାଇକ୍ରୋସଫ୍ଟରେ କାମ କରୁଥିଲେ । ମେଲିଣ୍ଡା ଏହି ସଫ୍ଟୱେର୍ କମ୍ପାନୀରେ ମାର୍କେଟିଂ ମ୍ୟାନେଜର ଥିଲେ । ୧୯୮୭ରେ ମାଇକ୍ରୋସଫ୍ଟ କର୍ମଚାରୀମାନଙ୍କ ପାଇଁ ଆୟୋଜିତ ଏକ ଡିନରରେ ଦୁହିଁଙ୍କ ସାକ୍ଷାତ ହୋଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଓଡି଼ଶାର ସର୍ବପୁରାତନ ଶ୍ରୀ ରାମ ମନ୍ଦିର ଅଛି କେନ୍ଦୁଝର ଜିଲ୍ଲାର ବୀରଗୋବିନ୍ଦପୁରରେ; କେମିତି ଅଛି?
‘‘ସେ ମୋତେ ତାଙ୍କ ସାଙ୍ଗରେ ବାହାରକୁ ଯିବାକୁ ଡାକିବା ପୂର୍ବରୁ ତାଙ୍କୁ ବେଶ୍ କିଛି ମାସ ସମୟ ଲାଗିଥିଲା,’’ ମେଲିଣ୍ଡା ଗେଟ୍ସ ପରେ କହିଥିଲେ । ବିଲ୍ ଗେଟ୍ସ କଳାପଟାରେ ମେଲିଣ୍ଡାଙ୍କୁ ବିବାହ କରିବାର ଲାଭ ଓ କ୍ଷତି ବିଷୟରେ ଲେଖି ବିଚାର କରିଥିଲେ ବୋଲି ପରେ କହିଥିଲେ । ୧୯୯୪ରେ ଏହି ଦମ୍ପତି ହାୱାଇରେ ବିବାହ କରିଥିଲେ ।
ଏହା ବି ପଢ଼ନ୍ତୁ | କରୋନା ପଜିଟିଭ୍ ହେଲା ଗ୍ୟାଙ୍ଗଷ୍ଟର୍ ହାଇଦର୍; ତାକୁ ଏବେ ରିମାଣ୍ଡରେ ନେବ ନାହିଁ ପୋଲିସ
ଗେଟ୍ସ ଦମ୍ପତିଙ୍କ ଛାଡ଼ପତ୍ରରେ ସମ୍ପତ୍ତି ବିଭାଜନ ବିଷୟରେ ବିବରଣୀ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।ଫ୍ୟାକ୍ଟସେଟ୍ ଅନୁଯାୟୀ ବିଲ ଗେଟ୍ସ ମାଇକ୍ରୋସଫ୍ଟର ବକେୟା ଅଂଶଧନଗୁଡି଼କର ୧.୩୭%ର ମାଲିକ, ଯାହାର ମୂଲ୍ୟ ୨୬ ବିଲିୟନ୍ ଡଲାରରୁ ଅଧିକ । ପୂର୍ବରୁ ଏହି ଦମ୍ପତି ୨୦ ବିଲିୟନ୍ ଡଲାର୍ ମୂଲ୍ୟର ମାଇକ୍ରୋସଫ୍ଟ ଷ୍ଟକକୁ ନିଜ ଜନହିତକାରୀ ଫାଉଣ୍ଡେସନକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ଏହି ଫାଉଣ୍ଡେସନ ପାଖରେ ୫୧ ବିଲିୟନ୍ ଡଲାରରୁ ଅଧିକ ମୂଲ୍ୟର ସମ୍ପତ୍ତି ରହିଛି ।
୨୦୧୯ରେ ନିର୍ମିତ ଏକ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ ‘ବିଲଙ୍କ ମସ୍ତିଷ୍କ ଭିତରେ’ରେ (Inside Bill’s Brain) ବିଲ୍ ଗେଟ୍ସ କହିଥିଲେ, ‘‘ମେଲିଣ୍ଡା ପ୍ରକୃତରେ ଜଣେ ସମାନ ସହଭାଗୀ । ସେ ଅନେକ ପ୍ରକାରରେ ମୋ’ ଭଳି କାରଣ ସେ ଆଶାବାଦୀ ଓ ସେ ବିଜ୍ଞାନରେ ଆଗ୍ରହୀ । ସେ ମୋ’ ଅପେକ୍ଷା ଲୋକଙ୍କ ସହ କଥାବାର୍ତ୍ତା ଓ ମିଳାମିଶାରେ ବେଶୀ ଭଲ ।ସେ ଇମ୍ୟୁନୋଲୋଜି ବିଷୟରେ ଜାଣିବାରେ ମୋ’ ଠାରୁ ଟିକିଏ ଅଧିକ ପରିଶ୍ରମୀ ।’’






