News18 Odia Digital
Bill Gates fell in love again: ମାଇକ୍ରୋସଫ୍ଟ ଫାଉଣ୍ଡର ତଥା ବିଶ୍ୱର ଷଷ୍ଠ ଧନୀ ବ୍ୟକ୍ତି ବିଲ ଗେଟ୍ସଙ୍କୁ (Bill Gates) ନେଇ ଚର୍ଚ୍ଚା। ଏଥର ସେ ନିଜ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଶୁଣିବାକୁ ମିଳୁଛି ଯେ ସେ ଦ୍ବିତୀୟ ଥର ପ୍ରେମରେ (Bill Gates fell in love again) ପଡ଼ିଛନ୍ତି।
ରିପୋର୍ଟ ମୁତାବକ, ୬୭ ବର୍ଷୀୟ ବିଲ ଗେଟ୍ସ ବର୍ତ୍ତମାନ ସମୟରେ ପାଉଲା ହର୍ଡଙ୍କୁ ଡେଟ କରୁଛନ୍ତି। ୬୦ ବର୍ଷୀୟ ପାଉଲା ଓରେକଲ କମ୍ପାନୀର ଦିବଙ୍ଗତ ସିଇଓ ମାର୍କ ହର୍ଡଙ୍କ ପତ୍ନୀ। ବିଲ ଗେଟ୍ସ ଓ ପାଉଲା ହର୍ଡ ପାଖାପାଖି ବର୍ଷେ ହେବ ପରସ୍ପରକୁ ଡେଟ କରିଆସୁଛନ୍ତି। ହେଲେ ପାଉଲା ଏପର୍ଯ୍ୟନ୍ତ ବିଲ ଗେଟ୍ସଙ୍କ ପିଲାଙ୍କୁ ଭେଟି ନଥିବା ଜଣାପଡ଼ିଛି।
ସେହିପରି ବିଲ ଗେଟ୍ସ ଓ ପାଉଲା ହର୍ଡଙ୍କୁ ଗତ ମାସ ଅଷ୍ଟ୍ରେଲିଆନ ଓପନ ସମୟରେ ସାଥୀରେ ଦେଖିବାକୁ ମିଳିଥିଲା। ଏକାଠି ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଥିଲେ ଏହି ଯୋଡି। ଏହାପୂର୍ବରୁ ମାର୍ଚ୍ଚ ୨୦୨୨ରେ ମଧ୍ୟ ଦୁହିଁଙ୍କ ପରସ୍ପର ସହ ଏକ ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା।
ପ୍ରକାଶ ଥାଉକି ବିଲ ଗେଟ୍ସ ୨୦୨୧ରେ ନିଜର ୨୭ ବର୍ଷର ବିବାହକୁ ଭାଙ୍ଗି ପତ୍ନୀ ମେଲିଣ୍ଡା ଗେଟ୍ସଙ୍କଠାରୁ ଛାଡ଼ପତ୍ର ନେଇଥିଲେ। ଛାଡ଼ପତ୍ର ସମ୍ବନ୍ଧରେ ୨୦୨୧ ଅଗଷ୍ଟରେ ଦୁହେଁ ଘୋଷଣା କରିଥିଲେ। ଉଭୟଙ୍କର ୩ଜଣ ସନ୍ତାନ ଅଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।