ପୁଣି ଗିରଫ ହେବେ ବିଲକିସ ମାମଲାର ଦୋଷୀ! ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି

ବିଲକିସ୍ ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ମୁକ୍ତ କରିବା ନେଇ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଗୁରୁବାର ଦିନ ଏହି ମାମଲାର ଶୁଣାଣି ହେବ।

 ବିଲକିସ ବାନୋ (ପ୍ରତୀକାତ୍ମକ ଛବି)

ବିଲକିସ ବାନୋ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଜାମିନ ହେବା ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଗୁରୁବାର ଦିନ ଏହି ମାମଲାର ଶୁଣାଣି ହେବ। ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବା ନେଇ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି ଓ CJI NV Ramanaଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି। ସୁପ୍ରିମକୋର୍ଟରେ ଏହି ଦୋଷୀମାନଙ୍କୁ ମୁକ୍ତ କରିବାକୁ କପିଲ ସିବଲ ଚ୍ୟାଲେଞ୍ଜ କରିଛନ୍ତି। ଏଥି ସହ ବୁଧବାର ଦିନ ଅନ୍ୟ ଜଣେ ଓକିଲ ଏହି ମାମଲାର ଶୁଣାଣି ପାଇଁ ଏକ ନିବେଦନ ଦେଇଛନ୍ତି ଯାହା କୋର୍ଟ ମଧ୍ୟ ଗ୍ରହଣ କରିଛନ୍ତି।

ସୁପ୍ରିମକୋର୍ଟରେ ପିଏଲ ଦାଖଲ କରି ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବା ଏହି ତିନିଜଣ ମହିଳା ହେଉଛନ୍ତି ସିପିଏମ୍ ନେତା ତଥା ସମାଜସେବୀ ସୁବାସୀନୀ ଅଲି, ମାନବାଧିକାର କର୍ମୀ ରୂପରେଖା ବର୍ମା ଓ ସାମ୍ବାଦିକ ତଥା ଲେଖିକା ରେବତୀ ଲାଲ। ତାଙ୍କର ଓକିଲ ହେଉଛନ୍ତି ଅପର୍ଣ୍ଣା ଭଟ୍ଟ। ଏହି ସମସ୍ତ ୧୧ ଦୋଷୀଙ୍କୁ ଓ ଜୁଲାଇ ୧୯୯୨ ର ପଲିସି ରିଜୋଲ୍ୟୁସନ୍ ନିୟମ ଅନୁଯାୟୀ ମୁକ୍ତ କରାଯାଇଛି।

ଏହି ପ୍ରସଙ୍ଗରେ ଏକ ଜରୁରୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ମଧ୍ୟ ରାଜି ହୋଇଛନ୍ତି।  ଏଥିସହ ଅପରାଧୀଙ୍କୁ ପୁଣି ଗିରଫ କରାଯାଇ ଜେଲକୁ ପଠାଇବାକୁ ଆବେଦନକାରୀ ଦାବି କରିଛନ୍ତି। ସେ କହିଛନ୍ତି ଯେ ଏହି ମାମଲା ସିବିଆଇ ଦ୍ୱାରା ଅନୁସନ୍ଧାନ କରାଯାଇଥିଲା ଓ ସିବିଆଇ କୋର୍ଟ ହିଁ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏଭଳି ପରିସ୍ଥିତିରେ ଗୁଜୁରାଟ ସରକାର ନିଜେ ନିଷ୍ପତ୍ତି ନେଇ ପାରିବେ ନାହିଁ, କିନ୍ତୁ ଏଥିପାଇଁ CrPC ର ଧାରା 435 ଅନୁଯାୟୀ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମତି ନେବା ଆବଶ୍ୟକ।
Published by:Soumya Das
First published: