ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»VIDEO – ଯାହାକୁ ରଖିବେ ଅନନ୍ତ: ଟ୍ରକ୍ ପଛ ଚକ ତଳେ ବାଇକ୍ ପଶିଗଲା, ଅଳ୍ପକେ ବଞ୍ଚିଲେ ୨ ଯୁବକ

VIDEO – ଯାହାକୁ ରଖିବେ ଅନନ୍ତ: ଟ୍ରକ୍ ପଛ ଚକ ତଳେ ବାଇକ୍ ପଶିଗଲା, ଅଳ୍ପକେ ବଞ୍ଚିଲେ ୨ ଯୁବକ

Murshidabad Truck-Bike Accident CCTV Video | ସି.ସି.ଟି.ଭି. କ୍ୟାମେରାରେ କୈଦ ହୋଇଥିବା ଏହି ଦୁର୍ଘଟଣାର ଭିଡିଓ ନ ଦେଖିଲେ ଅନେକ ଲୋକ ଏମିତି ହୋଇଥିଲା ବୋଲି ବିଶ୍ୱାସ କରିବେ ନାହିଁ । ଟ୍ରକର ପଛ ଚକ ବାଇକ୍ ଉପରେ ଚଢ଼ିଯିବାର କ୍ଷଣିକ ପୂର୍ବରୁ ଟ୍ରକ୍ ଚାଳକ ବ୍ରେକ୍ ଲଗାଇବାରୁ ଦୁଇ ଯୁବକଙ୍କ ପ୍ରାଣ ବଞ୍ଚିଥିଲା ।

VIDEO – ଯାହାକୁ ରଖିବେ ଅନନ୍ତ: ଟ୍ରକ୍ ପଛ ଚକ ତଳେ ବାଇକ୍ ପଶିଗଲା, ଅଳ୍ପକେ ବଞ୍ଚିଲେ ୨ ଯୁବକ
ଦୁର୍ଘଟଣାର ସି.ସି.ଟି.ଭି. ଫୁଟେଜରୁ ଦୁଇଟି ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: କଥାରେ ଅଛି ‘ଯାହାକୁ ରଖିବେ ଅନନ୍ତ, କି କରି ପାରେ ବଳବନ୍ତ?’’ ଅର୍ଥାତ ଭଗବାନ ଯାହାର ପ୍ରାଣ ରକ୍ଷା କରିବାକୁ ଚାହିଁବେ ତାକୁ ବ୍ରହ୍ମାଣ୍ଡର କୌଣସି ଶକ୍ତି ମାରିପାରିବ ନାହିଁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମ ବଙ୍ଗର ମୁର୍ଶିଦାବାଦରେ । ଏକ ବାଇକ୍‌ ଓ ଟ୍ରକ୍‌ ମଧ୍ୟରେ ଘଟିଥିବା ଏହି ଆଶ୍ଚର୍ଯ୍ୟଜନକ ଦୁର୍ଘଟଣା ସି.ସି.ଟି.ଭି. କ୍ୟାମେରାରେ କୈଦ ହୋଇଛି ।

ଗୋଟିଏ ଚଳନ୍ତା ଟ୍ରକର ଆଗ ଓ ପଛ ଚକ ମଧ୍ୟରେ ଦ୍ରୁତ ଗତିରେ ଆସି ଏକ ବାଇକ୍‌ ପଶିଯାଇଥିଲେ ମଧ୍ୟ ବଡ଼ ଆଶ୍ଚର୍ଯ୍ୟଜନକ ଭାବେ ବାଇକରେ ଥିବା ଦୁଇ ଜଣ ଯୁବକ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି । ଏହି ଘଟଣା ଘଟିଛି ମୁର୍ଶିଦାବାଦର ବଡ଼ୱା ଅଞ୍ଚଳରେ । ମେ ୩୧ ତାରିଖରେ ଘଟିଥିବା ଏହି ଦୁର୍ଘଟଣାକୁ ଦେଖି ଲୋକେ କହୁଛନ୍ତି ଯେ ସେହି ଦୁଇ ଯୁବକଙ୍କୁ କୌଣସି ଅଲୌକିକ ଶକ୍ତି ହିଁ ବଞ୍ଚାଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ରାୟଗଡ଼ାରେ ଜଣେ ଯୁବତୀକୁ ଦୁଇ ଯୁବକ ପ୍ରେମ କଲେ; ଈର୍ଷାରେ ଜଣେ ଅନ୍ୟକୁ ହତ୍ୟା କରି ପୋତିଦେଲା

ଯଦି ସେହି ଦୁର୍ଘଟଣାର ଭିଡିଓ ସି.ସି.ଟି.ଭି. କ୍ୟାମେରାରେ କୈଦ ହୋଇ ନ ଥାନ୍ତା, ତାହେଲେ ଅନେକ ଲୋକ ଏମିତି ହୋଇଥିଲା ବୋଲି ବିଶ୍ୱାସ କରି ନ ଥାନ୍ତେ । ମୁର୍ଶିଦାବାଦର ବଡ଼ୱା ଅଞ୍ଚଳରେ ଏକ ଟ୍ରକ୍ ଯାଉଥିବା ବେଳେ ଅନ୍ୟ ପାର୍ଶ୍ୱରୁ ଦ୍ରୁତ ଗତିରେ ଆସି ଏକ ମୋଟର ସାଇକେଲ ଟ୍ରକର ଆଗ ଓ ପଛ ଚକ ମଝିରେ ପଶିଯାଇଥିଲା । ବାଇକରେ ଦୁଇ ଜଣ ଯୁବକ ଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବାରିପଦା COVID ହସ୍ପିଟାଲରେ ଉଲଗ୍ନ ହୋଇ ପଡ଼ିଛନ୍ତି ରୋଗୀ; କେହି ଶୌଚାଳୟରେ ତ କେହି କରିଡରରେ ପଡ଼ିଛି

ଅସଲରେ ରାସ୍ତାରେ ବାଲି ପଡ଼ିଥିବାରୁ ସ୍ଥାନଟି ଖସରା ଥିଲା ଓ ବାଇକ୍‌ ଚାଳକ ଦ୍ରୁତ ଗତିରେ ଆସି ଟ୍ରକକୁ ଦେଖିବା ପରେ ସେଇଠି ବ୍ରେକ୍‌ ଲଗାଇବାରୁ ବାଇକ୍‌ ସ୍ଲିପ୍‌ କରି ଟ୍ରକ୍ ଚକ ତଳକୁ ଆସିଯାଇଥିଲା । ହେଲେ ସୌଭାଗ୍ୟବଶତଃ ଟ୍ରକ୍‌ ଡ୍ରାଇଭର୍‌ ଏହା ଜାଣିପାରି ଟ୍ରକର ବ୍ରେକ୍‌ ଲଗାଇଥିଲା ।

ଏଇଠି ଦେଖନ୍ତୁ ସେହି ଭାଇରାଲ୍‌ ଭିଡିଓ:



ଟ୍ରକର ପଛ ଚକ ବାଇକ୍‌ ସମେତ ସେଥିରେ ଥିବା ଦୁଇ ଯୁବକଙ୍କ ଉପରେ ଚଢ଼ିଯିବାର କ୍ଷଣିକ ପୂର୍ବରୁ ଟ୍ରକ୍‌ ଚାଳକ ବ୍ରେକ୍‌ ଲଗାଇଦେଇଥିବାରୁ ଦୁଇ ଯୁବକଙ୍କ ପ୍ରାଣ ବଞ୍ଚିଯାଇଥିଲା । ଉଭୟ ଯୁବକ ନିଜେ ଟ୍ରକ ତଳୁ ବାହାରକୁ ଆସିଥିଲେ । ସେମାନେ ଖୁବ୍‌ କମ୍‌ ଆହତ ହୋଇଥିଲେ । ଏହି ଘଟଣାଟି ନିକଟରେ ସ୍ଥାପିତ ଏକ ସି.ସି.ଟି.ଭି. କ୍ୟାମେରାରେ କୈଦ ହୋଇଥିଲା ଓ ସେହି ଭିଡିଓ ତୁରନ୍ତ ଭାଇରାଲ୍‌ ହୋଇଥିଲା ।

ଏହା ବି ପଢ଼ନ୍ତୁ | କୋଭିଡ୍ କଟକଣାକୁ ଫୁ କରି ସୁକିନ୍ଦା ତଦସିଲଦାର୍ନାଚିଲେ ନାଗୁଣୀ ନାଚ; ପୋଲିସ୍ମାମଲା ରୁଜୁ କଲା

ଏହି ଦୁର୍ଘଟଣାରେ ଦୁଇ ଯୁବକ ଯଦି ଆହତ ହୋଇଥାନ୍ତେ ବା ଯଦି ସେମାନଙ୍କ ଜୀବନ ଯାଇଥାନ୍ତା ତେବେ ଲୋକେ ଟ୍ରକ୍‌ ଡ୍ରାଇଭରକୁ ଦାୟୀ କରି ତାକୁ ମାରପିଟ୍‌ କରିଥାନ୍ତେ ଓ ହୁଏତ ଟ୍ରକରେ ନିଆଁ ବି ଲଗେଇଦେଇଥାନ୍ତେ, ଯଦିଓ ଟ୍ରକ୍‌ ଡ୍ରାଇଭରର କୌଣସି ଭୁଲ୍‌ ଯୋଗୁଁ ଏହି ଦୁର୍ଘଟଣା ଘଟି ନ ଥିଲା । ଦୁର୍ଘଟଣା ପରେ ଲୋକେ ସାଧାରଣତଃ ଆକ୍ରୋଶରେ ହିଂସାତ୍ମକ ପନ୍ଥା ଆପଣାଇଥାନ୍ତି ।



ରାସ୍ତାରେ ବାଲି ପକାଇ କିଛି ଲୋକ ଶହ ଶହ ଲୋକଙ୍କ ଜୀବନକୁ ବିପଦକୁ ଟାଣିଆଣନ୍ତି । ଏହି ଘଟଣାରେ ଦୁଇ ଜୀବନ ଅଲୌକିକ ଭାବେ ବଞ୍ଚିଗଲା ସିନା, ରାସ୍ତା ଖସରା ରହିଥିବା ଯୋଗୁଁ କେତେ ନାହିଁ କେତେ ଲୋକଙ୍କ ଜୀବନ ପ୍ରତି ଦିନ ଯାଉଛି । ରାସ୍ତାରେ କୌଣସି କାରଣରୁ ବାଲି ବା ପାଣି ପକାଇ ରାସ୍ତାକୁ ଖସରା କରିବାକୁ ଏକ ଦଣ୍ଡନୀୟ ଅପରାଧ ଭାବେ ଘୋଷଣା କରିବା ପାଇଁ ଅନେକ ଦିନରୁ ଦାବି ହେଉଛି ।
Published by: Anand ST Das
First published: June 4, 2021, 9:34 PM IST