ବଜ୍ରପାତ ଯୋଗୁଁ ୧୭ ମୃତ; ୪ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ବିହାର ସରକାର

ରବିବାର ଦିନ ବିଜୁଳି ଓ ବଜ୍ରପାତ ଯୋଗୁଁ ବିହାରରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୋକବ୍ୟକ୍ତ କରିବା ସହ ସେମାନଙ୍କ ପରିବାର ଲାଗି ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

ବଜ୍ରପାତ ଯୋଗୁଁ ୧୭ମୃତ (ପ୍ରତୀକାତ୍ମକ ଛବି)

ବଜ୍ରପାତ ଯୋଗୁଁ ୧୭ମୃତ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ରବିବାର ଦିନ ବିଜୁଳି ଓ ବଜ୍ରପାତ ଯୋଗୁଁ ବିହାରରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୋକବ୍ୟକ୍ତ କରିବା ସହ ସେମାନଙ୍କ ପରିବାର ଲାଗି ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

ଗତ କାଲି ଟ୍ୱିଟ କରି ମୁଖ୍ୟମନ୍ତ୍ରୀ  କହିଛନ୍ତି, ବଜ୍ରପାତ ଓ ବିଜୁଳି ଯୋଗୁଁ ଭାଗଲପୁରରେ ୬ଜଣ, ବୈଶାଳୀରେ ୩ଜଣ, ଖଗରିଆରେ ୨ଜଣ, କଟିହାରରେ ୧ଜଣ, ସହର୍ସାରେ ୧ଜଣ, ମାଧେପୁରରେ ୧ଜଣ, ବାଙ୍କାରେ ୨ଜଣ ଓ ମୁଙ୍ଗେର୍‌ରେ ୧ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଭାବିତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା। ସମସ୍ତ ମୃତବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କୁ ତୁରନ୍ତ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ହୋଇଛି।

ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି‌‌ ‌ଯେ, ଖରାପ ପାଗ ପ୍ରତି ଅଧିକ ସତର୍କତା ଅବଲମ୍ବନ କରନ୍ତୁ ଓ ବଜ୍ରପାତରୁ ବର୍ତ୍ତିବା ଲାଗି ବିପର୍ଯ୍ୟୟ ପରିଚାଳନା ବିଭାଗ ଜାରି କରିଥିବା ଉପାୟ ମାନନ୍ତୁ। ଖରାପ ପାଗରେ ଘରେ ନିରାପଦରେ ରୁହନ୍ତୁ।
Published by:Soumya Das
First published: