ରେଳ ବିଭାଗ ପାଇଲାନି ସୁରାକ; ସୁଢ଼ଙ୍ଗ କରି ଚୋରି କରିନେଲେ ଟ୍ରେନ ଇଞ୍ଜିନ

ଡକାୟତମାନଙ୍କ ଏକ ଗ୍ଯାଙ୍ଗ ବିହାର ପୋଲିସର ନିଦ ହଜାଇ ଦେଇଛି। ରେଳ ପ୍ରଶାସନର ନାକ ତଳେ ଡିଜେଲ ଓ ପୁରୁଣା ଟ୍ରେନ୍ ଇଞ୍ଜିନ ଚୋରି କରିନେଇଛନ୍ତି।

ସୁଢ଼ଙ୍ଗ କରି ଚୋର କରିନେଲେ ଟ୍ରେନ ଇଞ୍ଜିନ

ସୁଢ଼ଙ୍ଗ କରି ଚୋର କରିନେଲେ ଟ୍ରେନ ଇଞ୍ଜିନ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପାଟଣା: ଡକାୟତମାନଙ୍କ ଏକ ଦଳ ବିହାର ପୋଲିସର ନିଦ ହଜେଇ ଦେଇଛି। ଏହି ଗ୍ୟାଙ୍ଗ ଏତେ ଚତୁର ଯେ ସେମାନେ ରେଳ ପ୍ରଶାସନର ନାକ ତଳେ ଡିଜେଲ ଓ ପୁରୁଣା ଟ୍ରେନ୍ ଇଞ୍ଜିନ ଚୋରି କରିନେଇଛନ୍ତି। ଏ ବାବଦରେ ରେଳ ଅଧିକାରୀଙ୍କୁ ମଧ୍ୟ ସୂଚନା ପାଇ ନଥିଲେ।

କିଛି ଦିନ ପୂର୍ବରୁ ଏହି ଗ୍ୟାଙ୍ଗ ଏକ ଟ୍ରେନର ଡିଜେଲ ଇଞ୍ଜିନ ଚୋରି କରି ନେଇଥିଲା ଯାହା ବାରୁଣୀର ଗାରହରା ମରାମତି ପାଇଁ ଅଣାଯାଇଥିଲା। ଏହା ପରେ ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଅଟକ ରଖିଥିଲା। ତଦନ୍ତ ପରେ ପୋଲିସ ମୁଜାଫରପୁରର ପ୍ରଭାତ କଲୋନୀର ସ୍କ୍ରାପ ଗୋଦାମ ଉପରେ ଚଢ଼ାଉ କରିଥିଲା।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଏହି ଗ୍ୟାଙ୍ଗ ଏତେ ଚତୁର ଯେ ଏହା ଟନେଲ ତିଆରି କରି ଇଞ୍ଜିନର ପାର୍ଟ ଚୋରି କରୁଥିଲା। ଚୋରମାନେ ଟନେଲ ଦେଇ ଆସୁଥିଲେ ଓ ରେଳ ପାର୍ଟକୁ ଅଖାରେ ଭର୍ତ୍ତି କରି ନେଇଯାଉଥିଲେ। ଏ ବାବଦରେ ରେଳ ଅଧିକାରୀ ଓ ସୁରକ୍ଷା ବାହିନୀ ମଧ୍ୟ ସଚେତନ ନଥିଲେ।  କେବଳ ଏତିକି ନୁହେଁ ପୂର୍ଣ୍ଣିୟା ଜିଲ୍ଲାରେ ଚୋରମାନେ କେବଳ ଏକ ଭିଣ୍ଟେଜ୍ ମିଟର ଗେଜ୍ ଷ୍ଟିମ୍ ଇଞ୍ଜିନ୍ ବିକ୍ରି କରିଥିଲେ। ଯାହା ସର୍ବସାଧାରଣ ପ୍ରଦର୍ଶନ ପାଇଁ ରେଳ ଷ୍ଟେସନରେ ପୋଷ୍ଟ କରାଯାଇଥିଲା। ଏହି ଘଟଣାରେ ରେଳ ଇଞ୍ଜିନିୟରଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି। କାରଣ ଏହି ପୁରା ର୍ୟାକେଟ୍ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଏକଜିକ୍ୟୁଟ୍ କରାଯାଇଥିଲା।

ଏହି ଗ୍ୟାଙ୍ଗ ବିହାରର ଅନେକ ଅଞ୍ଚଳରେ ସକ୍ରିୟ ଅଛି। ଫୋର୍ବସଗଞ୍ଜକୁ ଆରାରିଆ ସହିତ ସଂଯୋଗ କରୁଥିବା ବ୍ରିଜର କିଛି ଗୁରୁତ୍ୱପୂର୍ଣ୍ଣ ଅଂଶ ଓ ଲୁହା ଆଙ୍ଗଲ୍ ପର୍ଯ୍ୟନ୍ତ ଏହି ଗ୍ୟାଙ୍ଗ ଚୋରି କରିଥିଲେ। ସେତୁର ଏକ ପ୍ରମୁଖ ଅଂଶ ନ ମିଳିବା ପରେ ବିଭାଗକୁ ଏବାବଡଦରେ ଜଣା ପଡିଥିଲା। ଯାହା ପରେ ବର୍ତ୍ତମାନ ସେତୁ ସୁରକ୍ଷା ପାଇଁ ଜଣେ କନଷ୍ଟେବଳ ନିୟୋଜିତ ହୋଇଛନ୍ତି। ଏହି ମାମଲାରେ ପୋଲିସ ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।  ଚଳିତ ବର୍ଷ ଏପ୍ରିଲରେ ଏହି ଗ୍ୟାଙ୍ଗ ୫୦୦ ଟନ ଓଜନ ବିଶିଷ୍ଟ ୪୫ ବର୍ଷ ପୁରୁଣା ଇସ୍ପାତ ବ୍ରିଜ ଭାଙ୍ଗି ବିକ୍ରି କରିଥିଲା।  ଏହି ମାମଲାରେ ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ସମେତ ଆଠ ଜଣଙ୍କୁ ଗିରଫ କରାଯାଇଛି।

ଏଥିରେ କୌଣସି ସନ୍ଦେହ ନାହିଁ ଯେ ବିଭାଗ ଓ ଚୋର ଗ୍ୟାଙ୍ଗର ମିଲିଭଗତରେ ଏପରି ହେଉଛି। ଏଭଳି ପରିସ୍ଥିତିରେ ବିହାର ପୋଲିସ ଏହି ଗ୍ୟାଙ୍ଗକୁ ନିୟନ୍ତ୍ରଣ କରିବାରେ କେତେ ସଫଳ ହେବ ତାହା ଦେଖିବାକୁ ବାକି ରହିଛି।
Published by:Soumya Das
First published: