ଯିଏ ଯେତେ ପାରିଲା ବୋହି ନେଲା; ନାଳରେ ଭାସୁଛି ବିଡ଼ା ବିଡ଼ା ଟଙ୍କା

୫ କି ୧୦ ଟଙ୍କିଆ ନୋଟ ନୁହେଁ, ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ ଭାସୁଛି ନାଳରେ । ଗାଡ଼ି ରଖି ଯିଏ ଯେତେ ପାରୁଛି ବୋହି ନେଇଯାଉଛି ।

ମିଳୁଛି ବିଡ଼ା ବିଡ଼ା ଟଙ୍କା

ମିଳୁଛି ବିଡ଼ା ବିଡ଼ା ଟଙ୍କା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Currency Note:  ଭାବନ୍ତୁ ଯେ ବିନା ପରିଶ୍ରମରେ ଆପଣଙ୍କୁ ଟଙ୍କା ମିଳିଲେ ଆପଣ କଣ କରିବେ? ଆପଣ ଖୁସି ହୋଇ ଟଙ୍କା ପାଇବା ପାଇଁ ଚେଷ୍ଟା କରିବେ। ଠିକ ସେହିଭଳି ନାଳରେ ଭାସି ଆସୁଥିବା ଟଙ୍କା ପାଇବା ପାଇଁ ଲୋକଙ୍କ ଭିତରେ ନାହିଁ ନଥିବା ଭିଡ଼ ଲାଗିଛି। ଡ୍ରେନ ଭିତରେ ନୋଟ ଦେଖି ଲୋକମାନେ ସିଧା ତା ଭିତରେ ଡେଇଁ ପଡ଼ିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ଭିଡିଓରେ ଲୋକମାନେ ନୋଟ୍ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି।

ବିହାରର ସାସାରାମ ଜିଲ୍ଲାର ମୋରାଦାବାଦ ବ୍ରିଜ ନିକଟରେ ଲୋକମାନେ ନୋଟ ଦେଖିବା ମାତ୍ରେ ଲୋକମାନେ କେନାଲକୁ ଡେଇଁପଡିଥିଲେ। ଯିଏ ଯେତେ ପାରିଲା ସେତେ ଟଙ୍କା ଗୋଟାଇବାରେ ଲାଗିଲା। ଜଣେ ଛୋଟ ପିଲା ପ୍ରଥମେ ଏହାକୁ ଦେଖିଥିଲ। ତା’ପରେ ଅନ୍ୟମାନେ ମଧ୍ୟ ଏହାକୁ ସଂଗ୍ରହ କରିବାକୁ ଦୌଡ଼ି ଆସିଥିଲେ। ଟଙ୍କା ନେଇ ଯିଏ ଯାହା ବାଟରେ ଚାଲିଯାଇଥିଲେ। ନୋଟଗୁଡିକ ୫ କି ୧୦ଟଙ୍କିଆ ନଥିଲା। ନାଳରେ ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ ଭାସୁଥିଲା।

ପୂରା ଘଟଣାର ତଦନ୍ତ କରାଯାଉଛି ବୋଲି ପୋଲିସ କହିଛି। ଟଙ୍କା କିପରି ଆସିଛି ତାହା କେହି ଜାଣନ୍ତି ନାହିଁ। କେନାଲରୁ ଏତେ ଟଙ୍କା କେଉଁଠୁ ଆସିଛି ତାହା କେହି ଜାଣି ନାହାଁନ୍ତି। ପୋଲିସ ତଦନ୍ତରେ ଜାରି ଅଛି।
Published by:Soumya Das
First published: