News 18 Odia Digital
Bihar Political Crisis : ବିହାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆରଜେଡି ବିଧାୟକଙ୍କ ସମେତ ବହୁ ବରିଷ୍ଠ ନେତା ପାଟନାରେ ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବାସଭବନରେ ପହଞ୍ଚିଛନ୍ତି । ଏଥି ସହିତ ଜେଡିୟୁ ବିଧାୟକ ଏବଂ ସାଂସଦମାନେ ମଧ୍ୟ ସିଏମ ନୀତିଶଙ୍କ ବାସଭବନରେ ପହଞ୍ଚିଛନ୍ତି । ବିଜେପି ଏବଂ ଜେଡିୟୁ ମଧ୍ୟରେ ମତଭେଦ ଖବର ମଧ୍ୟରେ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ସେପଟେ ୧୬ ବିଜେପି ମନ୍ତ୍ରୀ ମଧ୍ୟ ସେମାନଙ୍କ ଇସ୍ତଫା ପତ୍ର ଦାଖଲ କରିପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳୁଛି ।
ବିହାର ରାଜନୀତିରେ ସ୍ଥିତି ଦ୍ରୁତ ଗତିରେ ବଦଳୁଛି । ବର୍ତ୍ତମାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି । କୁହାଯାଉଛି ଯେ ନୀତିଶଙ୍କ ସହ ତେଜସ୍ୱୀ ମଧ୍ୟ ରାଜ୍ୟପାଳଙ୍କୁ ଭେଟିବାକୁ ଯିବେ । ବିଶେଷ ସୂତ୍ରରୁ ପ୍ରକାଶ ଯେ, ରାଜ୍ୟପାଳଙ୍କୁ ଭେଟିବା ପରେ ସିଏମ ନୀତିଶ ମଧ୍ୟ ତାଙ୍କ ଇସ୍ତଫା ପତ୍ର ଦାଖଲ କରିପାରନ୍ତି ।
ମହାଗଠବନ୍ଧନ ଓ ଜେଡିୟୁ ମିଳିତ ଭାବେ ବିହାରରେ ସରକାର କରିବା ଖବର ବିଷୟରେ କଂଗ୍ରେସ ବିଧାୟକ ଅଜିତ ଶର୍ମା କହିଛନ୍ତି ଯେ, ବର୍ତ୍ତମାନ ବୈଠକରେ ମଧ୍ୟ ଏହି କଥା ହେବାକୁ ଯାଉଛି। ଆମେ ଆଶା କରୁଛୁ ବୈଠକ ପରେ ଚିତ୍ର ସ୍ପଷ୍ଟ ହେବ। ସେ କହିଛନ୍ତି ବିହାରକୁ ମହା ଗଠବନ୍ଧନର ଆବଶ୍ୟକ ଅଛି ।
ଜେଡିୟୁ ନେତା ନୀରଜ କୁମାର କହିଛନ୍ତି ଯେ ଆମ ନେତାଙ୍କ ସ୍ଥିତି ହ୍ରାସ କରିବାକୁ ଚେଷ୍ଟା କରାଯାଇଛି । ଆମ ନେତା ନୀତିଶ କୁମାରଙ୍କ ସ୍ଥିତିକୁ କେହି କିପରି ହ୍ରାସ କରିପାରିବେ? ବୈଠକରେ ଯେଉଁ ନିଷ୍ପତ୍ତି ନିଆଯିବ ତାହା ଆପଣଙ୍କୁ କୁହାଯିବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।