ସମସ୍ତିପୁର (ପ୍ରତୀକାତ୍ମକ ଛବି) News18 Odia Digital
ସରକାରୀ ଡାକ୍ତରଖାନାରୁ ପୁଅର ଶବ ଆଣିବା ପାଇଁ ଏକ ବୟସ୍କ ଦମ୍ପତି ବିହାରର ସମସ୍ତିପୁରରେ ଦ୍ବାର ଦ୍ବାର ବୁଲି ଟଙ୍କା ମାଗୁଛନ୍ତି। ପୁଅର ଶବ ନେବା ପାଇଁ ଡାକ୍ତରଖାନାର କର୍ମଚାରୀମାନେ ତାଙ୍କୁ ୫୦ହଜାର ଟଙ୍କା ମାଗୁଛନ୍ତି।
ତାଙ୍କ ନିକଟରେ ଅର୍ଥ ନ ଥିବାରୁ ସେମାନେ ସହରର ବାଟଘାଟରେ ବୁଲି ଟଙ୍କା ମାଗୁଛନ୍ତି। ଦମ୍ପତି ଭିକ୍ଷା ମାଗୁଥିବାର ଫୋଟ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ଏଏନ୍ଆଇରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ କିଛି ଦିନ ହେବ ପୁଅ ନିଖୋଜ ହୋଇଯାଇଥିଲା ବୋଲି ବାପା ମହେଶ ଠାକୁର କହିଥିଲେ। ସମସ୍ତିପୁରର ସର୍ଦାର୍ ହସ୍ପିଟାଲ୍ରେ ପୁଅର ଶବ ଅଛି ବୋଲି ଏବେ ମୁଁ ଫୋନ୍ କଲ୍ ପାଇଲି। ପୁଅର ଶବ ନେବା ପାଇଁ ୫୦ ହଜାର ଟଙ୍କା ଆଣିବା ପାଇଁ ହସ୍ପିଟାଲ୍ର ଜଣେ କର୍ମଚାରୀ କହିଛନ୍ତି।
ଏହି ଘଟଣାରେ ସମ୍ପୃକ୍ତି ସମସ୍ତ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତର ଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।
Published by: Soumya Das
First published: June 09, 2022, 11:14 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।