୮ମ ଥର ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ନେବେ ନୀତିଶ କୁମାର; ତେଜସ୍ୱୀ ବି ନେବେ ଶପଥ

ନୀତୀଶ କୁମାର ବୁଧବାର ଦିନ ଅପରାହ୍ଣ ୪ଟା ବେଳେ ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତାଙ୍କ ସହିତ ଆରଜେଡି ମୁଖ୍ୟ ତେଜସ୍ବୀ ଯାଦବ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର (ପ୍ରତୀକାତ୍ମକ ଛବି)

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବିହାରରେ ଏକ ବଡ ରାଜନୈତିକ ଅସ୍ଥିରତା ଭିତରେ ବୁଧବାର ଅପରାହ୍ନ ୪ ଟାରେ ନୀତିଶ କୁମାର ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ମୋଟ ୭ଟି ଦଳର ସହଯୋଗରେ ଏହି ସରକାର ଗଠନ ହେବାକୁ ଯାଉଛି। ନୀତିଶ କୁମାର ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଆସନ୍ତାକାଲି ତେଜସ୍ୱୀ ଯାଦବ ମଧ୍ୟ ତାଙ୍କ ସହିତ ଶପଥ ନେବାକୁ ଯାଉଛନ୍ତି।

କୁହାଯାଉଛି ଯେ ୩୫ ମନ୍ତ୍ରୀଙ୍କ ଏକ ଶକ୍ତିଶାଳୀ କ୍ୟାବିନେଟ୍ ଦେଖିବାକୁ ମିଳିବେ। ଏଥିରେ ୧୪ ଟି ମନ୍ତ୍ରଣାଳୟରେ ଉଭୟ JDU ଏବଂ RJD ଖାତାକୁ ଯିବ। ଏଥି ସହିତ କଂଗ୍ରେସକୁ ତିନୋଟି ମନ୍ତ୍ରଣାଳୟ ଓ ଦୁଇଟି ବାମପନ୍ଥୀଙ୍କୁ ଦିଆହେବ। ଜୀତା ରାମ ମାଝୀଙ୍କ ପାର୍ଟିକୁ ମଧ୍ୟ ମନ୍ତ୍ରଣାଳୟ ଦିଆଯାଇପାରେ। କ୍ୟାବିନେଟ ସମ୍ପର୍କରେ ଏପର୍ଯ୍ୟନ୍ତ ଯୋଉଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ, କିନ୍ତୁ ନୀତିଶ କୁମାର ଗ୍ରାଣ୍ଡ ଆଲାଇନ୍ସର ସହଯୋଗୀମାନଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି।

ମଙ୍ଗଳବାର ଦିନ ନୀତିଶ  ଦୁଇଥର ରାଜ୍ୟପାଳ ଫଗୁ ଚୌହାନଙ୍କୁ ଦୁଇଥର ଭେଟିଥିଲେ । ପ୍ରଥମ ଥର ଭେଟି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାର ଏକ ଘଣ୍ଟା ପରେ ପୁଣି ଥରେ ରାଜଭବନ ଫେରିଥିଲେ । ଏଥର ସେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ସହ ରାଜ୍ୟପାଳଙ୍କୁ ଭେଟି ପ୍ରସ୍ତାବିତ ମହାଗଠବନ୍ଧନ ସରକାରକୁ ସମର୍ଥନ କରୁଥିବା ୧୬୪ ଜଣ ବିଧାୟକମାନଙ୍କ ସମର୍ଥନ ତାଲିକା ପ୍ରଦାନ କରିଥିଲେ ।
Published by:Soumya Das
First published: