News18 Odia Digital
Gold Mines: ଆପଣ ଜାଣିଛନ୍ତି କି ଲିଥିୟମକୁ ଧଳା ସୁନା ମଧ୍ୟ କୁହାଯାଏ ବୋଲି ? । ଏହି ଖବର ସହିତ ଭାରତର ଭାଗ୍ୟ ଖୋଲିଥିବା ବେଳେ ଅନ୍ୟପକ୍ଷରେ ପଡୋଶୀ ଦେଶ ଚୀନ୍ର ନିଦ ହଜି ଯାଇଛି । ଚାଇନାର ନିଦ ହଜି ଯିବାର କାରଣ ରହିଛି । କାରଣ ଲିଥିୟମ୍ ଏକ ଅଣ-ଧାତୁ (Non Ferrous Metal) । ଏହା ଇଲେକ୍ଟ୍ରିକ୍ ଦ୍ୟୁତିକ ଯାନ (EV)ର ବ୍ୟାଟେରୀରେ ବ୍ୟବହୃତ ଏକ ପ୍ରମୁଖ ଉପାଦାନ...
ଗତ ଫେବୃଆରୀ ମାସରେ ଜମ୍ମୁ କଶ୍ମୀରରେ ୩,୩୮୪ ଅରବ ଡଲାରର ଲିଥିୟମର ଏକ ବିଶାଳ ଭଣ୍ଡାରର ସନ୍ଧାନ ମିଳିଥିଲା । ସ୍ମାର୍ଟଫୋନ, ବିଦ୍ୟୁତଚାଳିତ କାରରେ ବ୍ୟବହୃତ ବ୍ୟାଟେରୀରେ ଲିଥିୟମର ବହୁଳ ବ୍ୟବହାର କରାଯାଇଥାଏ । ସେହିପରି ଚଳିତ ମାସରେ ରାଜସ୍ଥାନରୁ ମଧ୍ୟ ଏକ ବଡ଼ ଲିଥିୟମ୍ ଭଣ୍ଡାର ଠାବ କରାଯାଇଥିଲା । ତେବେ ଏହା ମଧ୍ୟରେ ପୁଣି ଆସିଛି ଏକ ଖୁସି ଖବର । ଭାରତର ଏକ ସ୍ଥାନରୁ ଏକ ବିଶାଳ ସୁନା ଖଣିର ସନ୍ଧାନ କରାଯାଇଛି ।
କିନ୍ତୁ ନିକଟରେ ବିହାରର ବାଙ୍କା ଜିଲ୍ଲାରେ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ଟିମ୍ ମାଟିତଳୁ ତଳୁ ଏକ ବିଶାଳ ସୁନାର ଭଣ୍ଡାର ଖୋଜିବାରେ ଲାଗିଛନ୍ତି । ଏହି ଅଞ୍ଚଳରେ ୬୫୦ ଫୁଟ ପର୍ଯ୍ୟନ୍ତ ମାଟି ଖୋଳାଯିବ । ତେବେ ୫୦-୬୦ ଫୁଟ ପର୍ଯ୍ୟନ୍ତ ଖୋଳିବା ପରେ ଏହି ସମୟରେ ସୁନାପରି ଚମକୁଥିବା ଏକ ଖଣିଜ ପଥର ବାହାରିଛି । ତେଣୁ ମାଟି ତଳେ ହଜାର ହଜାର ଟନ୍ର ସୁନାର ଭଣ୍ଡାର ରହିଛି ବୋଲି ଅନେକ ଅନୁମାନ କରୁଛନ୍ତି । ଯଦି ଏହି ଅନୁମାନ ସତ୍ୟ ହୁଏ ତେବେ ବିହାର ସହିତ ଭାରତର ଭାଗ୍ୟ ବଦଳିଯିବ ।
ସୁନା ଖଣିକୁ ନେଇ ଗତ କିଛିଦିନ ଧରି ବାଙ୍କା ଜିଲ୍ଲାର କଟୋରିଆ ଅନ୍ତର୍ଗତ ଖେରୱାର ଗ୍ରାମ ବେଶ୍ ଚର୍ଚ୍ଚାରେ ରହିଛି । ପୂର୍ବରୁ ଏହି ଅଞ୍ଚଳର ମାଟି ତଳୁ ସୁନା ପରି ଚମକୁଥିବା ଖଣିଜ ପଦାର୍ଥ ମିଳିଥିଲା । ଏହି ଖଣିଜ ପଦାର୍ଥ ବାହାରିବା ପରେ ମାଟି ତଳେ ପର୍ଯ୍ୟାପ୍ତ ମାତ୍ରାରେ ସୁନାର ଭଣ୍ଡାର ରହିଥିବା ନେଇ ଅନେକ କହୁଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଅଞ୍ଚଳରେ ବିମାନ ଦ୍ୱାରା ସର୍ଭେ କରାଯାଇଥିଲା । ସେଠାରେ ମାଟି ତଳେ ହଜାର ହଜାର ଟନର ସୁନା ରହିଥିବା ନେଇ ଅନୁମାନ କରାଯାଇଥିଲା । ଏହାପରେ ସେହି ଅଞ୍ଚଳରେ ଗତ ୪-୫ ଦିନ ହେଲା ମାଟି ଖୋଳିବା କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଏନେଇ ସ୍ଥାନୀୟ ଲୋକେ କହିଛନ୍ତି, ଇଂରେଜୀ ଶାସନ ଅମଳରେ ମଧ୍ୟ ସେହି ଗ୍ରାମର ମାଟିତଳୁ ସୁନାପରି ଚମକୁଥିବା ଖଣିଜ ପଥର ବାହାରିଥିଲା । ମାତ୍ର ସେ ସମୟରେ ଅତ୍ୟାଧୁନିକ ମେସିନ୍ ନଥିବାରୁ ଇଂରେଜମାନେ ଅଧିକ ଗଭୀର ପର୍ଯ୍ୟନ୍ତ ମାଟି ଖୋଳି ପାରିନଥିଲେ । ତେଣୁ ଏବେ ଅତ୍ୟାଧୁନିକ ମେଶିନ ରହିଥିବାରୁ ଖୋଳିବାରେ ବିଶେଷ ସମସ୍ୟା ସୃଷ୍ଟି ହୋଇ ନପାରେ । ଖୋଳା କାମ ସରିବା ପରେ ମାଟି ତଳେ ପ୍ରକୃତରେ ସୁନାର ଭଣ୍ଡାର ରହିଛି କି ନା ସେନେଇ ସ୍ପଷ୍ଟ ହୋଇଯିବ ।
ପଢନ୍ତୁ ଏହି ଖବର;
Flipkart SALE: କାଲିଠୁ ଫ୍ଲିପକାର୍ଟରେ ବଡ଼ ସେଲ୍... ମିଳିବ ୮୦% ରିହାତି !ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।