Bihar Elections ଦେଖାଇ ଦେଲା ଯେଉଁ ସରକାର ଲୋକଙ୍କ ପାଇଁ କାମ କରେ ସେହି ସରକାର ପୁଣି ଜିତେ

ବିହାର ନିର୍ବାଚନର ଫଳାଫଳ ଏ କଥା ସାବ୍ୟସ୍ତ କରିଦେଇଛି ଯେ ଭାଷଣ ଶୁଣିବାକୁ ହୁଏତ ଭିଡ଼ ଏକାଠି ହୋଇପାରନ୍ତି କିନ୍ତୁ ସେହି ଲୋକେ ଯେ ଭୋଟ୍ ଦେବେ ତାହା କହିବା ମୁସ୍କିଲ । ଲାଲୁଙ୍କ ପୁଅ ତେଜସ୍ୱୀଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି ।

Bihar Elections ଦେଖାଇ ଦେଲା ଯେଉଁ ସରକାର ଲୋକଙ୍କ ପାଇଁ କାମ କରେ ସେହି ସରକାର ପୁଣି ଜିତେ
ନୀତୀଶ କୁମାରଙ୍କ ସହ ଏକ ଜନସଭାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ
  • News18 Odia
  • Last Updated: November 12, 2020, 6:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପଟନା/ନୂଆ ଦିଲ୍ଲୀ: କରୋନା କାଳରେ ହୋଇଥିବା ଦେଶର ପ୍ରଥମ ବିଧାନସଭା ନିର୍ବାଚନରୁ ସ୍ପଷ୍ଟ ହୋଇଛି ଯେ ବିହାରର ଜନତା (Bihar Assembly Elections) ସରକାରଙ୍କ କାମ ଉପରେ ମୋହର ଲଗାଇଛନ୍ତି । ନୀତିଶ କୁମାରଙ୍କ (Nitish Kumar) କାମକୁ ମିଳିଛି ଜନତାଙ୍କ ସମର୍ଥନ । ଆଉ ବଡ଼ କଥା ହେଉଛି ନରେନ୍ଦ୍ର ମୋଦିଙ୍କ (Narendra Modi) ଉପରେ ଲୋକଙ୍କ ଭରସା ଏବେ ବି ବଜାୟ ରହିଛି ।

ବିହାର ନିର୍ବାଚନର ଫଳାଫଳ କହୁଛି ଯେ ଡବଲ ଇଞ୍ଜିନର ସରକାରକୁ ମିଳିଛି ଜନତାଙ୍କ ଆଶିର୍ବାଦ । ସମସ୍ତ ଅସନ୍ତୋଷ ସତ୍ତ୍ୱେ ଲୋକେ ବିକାଶ ଲାଗି ନୀତିଶଙ୍କୁ ହିଁ ଭରସା କରିଛନ୍ତି । ଫଳାଫଳ ଏକଥା ବି କହୁଛି ଯେ ବିଧାନସଭାରେ କାହାରି ସପକ୍ଷରେ ସଂପୂର୍ଣ୍ଣ ହାୱା ନ ଥିଲା । ନିର୍ବାଚନ ପ୍ରଚାର ସମୟରେ କେବଳ ଏକ ମାହୋଲ ପ୍ରସ୍ତୁତ କରାଯାଇଥିଲା । ଏହା ଏଗଜିଟ ପୋଲରେ ବି ପ୍ରତିଫଳିତ ହୋଇଥିଲା । କିନ୍ତୁ ଏଗଜାକ୍ଟ ପୋଲର ଫଳ ଆସିବା ବେଳକୁ ସେ ସବୁ ଯେ ଡାହା ମିଛ, ତାହା ପୂରା ସ୍ପଷ୍ଟ ହୋଇଯାଇଥିଲା ।

ନିର୍ବାଚନରେ ତେଜସ୍ୱୀ ଯାଦବ ଓ ନୀତୀଶ କୁମାରଙ୍କ ମଧ୍ୟରେ ଜୋର୍‌ଦାର୍‌ ଟକ୍କର ହୋଇଥିଲା ।


ଏହା ବି ପଢ଼ନ୍ତୁ ଭୁବନେଶ୍ବର Blast: ଆସିଲା ମାଂସ ଖଣ୍ଡର DNA ରିପୋର୍ଟ; ୨୧ ଦିନ ପରେ ଜଣାପଡ଼ିଲା ଯେ ଇଞ୍ଜିନିଅରଙ୍କ ମୃତ୍ୟୁ ହୋଇଛି

ବିହାର ନିର୍ବାଚନର ଏକ ବଡ଼ କଥା ହେଉଛି ନିଜ ବାପା ଲାଲୁ ପ୍ରସାଦ ଯାଦବଙ୍କ (Lalu Prasad Yadav) ଛତ୍ରଛାୟାରୁ ବାହାରି ତେଜସ୍ବୀ ଯାଦବ (Tejashwi Yadav) ଜଣେ ବଡ଼ ନେତା ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । କିନ୍ତୁ ଲାଲୁ ଯାଦବଙ୍କ କଥିତ ଜଙ୍ଗଲ ରାଜ (jungle raj) ଇମେଜ୍‌ ତାଙ୍କ ଉପରେ ବି ଭାରି ପଡ଼ିଥିଲା । ଏହି ଫଳାଫଳ ଏ କଥା ମଧ୍ୟ ସାବ୍ୟସ୍ତ କରିଦେଲା ଯେ ଭାଷଣ ଶୁଣିବାକୁ ହୁଏତ ଭିଡ଼ ଏକାଠି ହୋଇପାରନ୍ତି କିନ୍ତୁ ସେହି ଲୋକେ ଯେ ଭୋଟ୍‌ ଦେବେ ତାହା କହିବା ମୁସ୍କିଲ । ଏହା ହିଁ ଘଟିଛି ତେଜସ୍ବୀ ଯାଦବଙ୍କ ସହିତ । ଲୋକେ ତେଜସ୍ବୀଙ୍କ ଭାଷଣ ତ ଶୁଣିଲେ କିନ୍ତୁ ତାଙ୍କ ଉପରେ ଭରସା କଲେନାହିଁ ।

ମହିଳା ଓ ପଛୁଆ ବର୍ଗ ନୀତିଶ କୁମାରଙ୍କ ସାଥୀରେ ଦୃଢ଼ ଭାବରେ ଛିଡ଼ା ହେଲେ । ସେଥି ଲାଗି ତ ରାଲିଗୁଡ଼ିକରେ ମହିଳା ଅଧିକ ସଂଖ୍ୟାରେ ଆସି ନ ଥିଲେ ମଧ୍ୟ ମତଦାନରେ ଦେଖିବାକୁ ମିଳିଥିଲା ସେମାନଙ୍କ ଲମ୍ବା ଲାଇନ୍‌ । ସେମାନଙ୍କ ବିପୁଳ ମତଦାନ ନିର୍ଣ୍ଣାୟକ ସାବ୍ୟସ୍ତ ହେଲା ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ଗିରଫ ହେଲେ ଜଣ ମିଛ ସାମ୍ବାଦିକ

ଜୟ-ପରାଜୟର ପରିସଂଖ୍ୟାନ ଓ ଦଳଗୁଡ଼ିକୁ ମିଳିଥିବା ଭୋଟ୍‌ ପ୍ରତିଶତ ଏକଥା ମଧ୍ୟ କହୁଛି ଯେ,  ଯଦି ଚିରାଗ ପାଶୱାନ (Chirag Paswan) ନୀତିଶଙ୍କ ବିରୋଧ ନ କରିଥାନ୍ତେ, ତାହେଲେ ଜେଡିୟୁକୁ ପ୍ରାୟ ୮୫ଟି ଆସନ ମିଳିଥାନ୍ତା । ଆଉ ଯଦି ଚିରାଗ NDA ସହ ମିଶି ଲଢ଼ିଥାନ୍ତେ ତେବେ NDAକୁ ପ୍ରାୟ ୧୫୦ ଆସନ ମିଳିଥାନ୍ତା । ଅର୍ଥାତ୍‌ ଚିରାଗ ଜେଡିୟୁର କ୍ଷତି ତ କଲେ, କିନ୍ତୁ ନୀତିଶଙ୍କୁ କ୍ଷମତାର ସିଂହାସନଠାରୁ ଦୂରେଇ ରଖିପାରିଲେ ନାହିଁ ।

୨୦୨୦ର ବିଧାନସଭା ନିର୍ବାଚନ ଫଳାଫଳ ବିଜେପିକୁ ବିହାର NDAର ସବୁଠୁ ଶକ୍ତିଶାଳୀ ଦଳ ଭାବରେ ସ୍ଥାପିତ କରିଛି । ଏବେ ବିହାରରେ ବିଜେପି ବଡ଼ ଭାଇ ଭୂମିକାକୁ ଆସି ଯାଇଛି ।

ଏହା ବି ପଢ଼ନ୍ତୁ | ନାବାଳିକା ଦୁଷ୍କର୍ମ ସାରୁଅ ଜମି ହଡ଼ପ ମାମଲା: OTV ଷ୍ଟୁଡିଓ ମ୍ୟାନେଜର ଅନିରୁଦ୍ଧ ପଣ୍ଡା ଗିରଫ ହେଲେ

ମହାଗଠବନ୍ଧନକୁ ମିଳିଥିବା ଆସନଗୁଡ଼ିକରେ ସବୁ ଠାରୁ ଅଧିକ ଷ୍ଟ୍ରାଇକ୍‌ ରେଟ୍‌ ରହିଛି ବାମଦଳଗୁଡ଼ିକର । ବାମଦଳ ୨୯ଟି ଆସନରେ ପ୍ରାର୍ଥୀ ଦେଇଥିଲେ । ଏହା ମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ ଆସନରେ ମିଳିଛି ବିଜୟ । କେବଳ ଏତିକି ନୁହେଁ, ଯେଉଁ ସବୁ ଆସନରେ ବାମ ଦଳଗୁଡ଼ିକର ସ୍ଥିତି ଭଲ ଅଛି ସେହି ଆସନଗୁଡ଼ିକରେ ମହାଗଠବନ୍ଧନ ପ୍ରାର୍ଥୀଙ୍କୁ ବି ସହାୟତା ମିଳିଛି ।



ବିହାରର ଏହି ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ନିହାତି ଦୁର୍ବଳ ରହିଛି । ଆସନ ଭାଗବଣ୍ଟା ବେଳେ ଆରଜେଡି ଠାରୁ ଜୋର ଜବରଦସ୍ତ ୭୦ଟି ଆସନ ନେଇ କଂଗ୍ରେସ ଆରଜେଡିକୁ କ୍ଷତିରେ ପକାଇଛି, ଲାଭରେ ନୁହେଁ ।
Published by: Anand Shankar Thankur Das
First published: November 12, 2020, 6:36 PM IST
corona virus btn
corona virus btn
Loading