Bihar Election Results: ଟ୍ରେଣ୍ଡ୍ ଠାରୁ ଓଲଟା ବି ହୋଇପାରେ ଫଳ; ୨୦ଟି ସିଟରେ ୧୦୦୦ରୁ କମ୍ ମାର୍ଜିନ

Bihar Election Results: ନିର୍ବାଚନ କମିଶନ କହିଛନ୍ତି ଯେ ବିହାର ବିଧାନସଭା ନିର୍ବାଚନର ଗଣତିର ବର୍ତ୍ତମାନର ଧାରା ଉପରେ ଏବେ ବିଶ୍ୱାସ କରିବା ଜଲଦିବାଜି ହେବ । ଫଳାଫଳ ଯେକୌଣସି ସମୟରେ ବର୍ତ୍ତମାନର ଧାରା ଠାରୁ ଅଲଗା ହୋଇପାରେ । ବିଳମ୍ବିତ ରାତି ଯାଏଁ ଗଣତି ଚାଲିପାରେ ।

Bihar Election Results: ଟ୍ରେଣ୍ଡ୍ ଠାରୁ ଓଲଟା ବି ହୋଇପାରେ ଫଳ; ୨୦ଟି ସିଟରେ ୧୦୦୦ରୁ କମ୍ ମାର୍ଜିନ
ତେଜସ୍ୱୀ ଯାଦବ ଓ ନୀତୀଶ କୁମାରଙ୍କ ମଧ୍ୟରେ ଏ ଥର ଟକ୍କର ଖୁବ୍ କଡ଼ା ହୋଇଛି ।
  • News18 Odia
  • Last Updated: November 10, 2020, 7:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପଟନା: ବିହାର ବିଧାନସଭା ନିର୍ବାଚନର (Bihar election Results 2020) ଫଳାଫଳ ପାଇଁ ଚାଲିଥିବା ଗଣତିରେ ବର୍ତ୍ତମାନ ପର୍ଯ୍ୟନ୍ତ ଆସିଥିବା ଟ୍ରେଣ୍ଡ ବା ଧାରାରେ ଏନଡିଏ (NDA) ସଂଖ୍ୟାଗରିଷ୍ଠତାର ନିକଟତର ହୋଇଥିବା ଜଣାପଡିଛି । ମୁଖ୍ୟ ମନ୍ତ୍ରୀ ତଥା ଜେଡିୟୁ ନେତା ନିତୀଶ କୁମାରଙ୍କ (Nitish Kumar) ଚେହେରାକୁ ନେଇ ଏହି ନିର୍ବାଚନ ଲଢ଼ୁଥିବା ଏନଡିଏକୁ ଆର୍‌.ଜେ.ଡି. (RJD) ନେତୃତ୍ୱାଧୀନ ଗ୍ରାଣ୍ଡ ଆଲାଏନ୍ସ ବା ମହାଗଠବନ୍ଧନ କଡ଼ା ମୁକାବିଲା ବି ଦେଉଛି । ଉଭୟଙ୍କ ମଧ୍ୟରେ ଅଳ୍ପ କିଛି ଆସନର ପାର୍ଥକ୍ୟ ଅଛି ।

ନିର୍ବାଚନ ଆୟୋଗର କହିବା ଅନୁସାରେ ନିର୍ବାଚନର ଫଳାଫଳ ବିଷୟରେ ଏବେ ଠାରୁ ଅନୁମାନ ଲଗାଇବା ଅନୁଚିତ ହେବ । ଆୟୋଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବିହାରର ୨୦ଟି ଆସନରେ ଭୋଟର ପାର୍ଥକ୍ୟ ୧,୦୦୦ରୁ ବି କମ୍ ରହିଛି । ଏଥିରେ ମହାଗଠବନ୍ଧନର ୧୧ଟି ଆସନ ଓ ବିଜେପିର ଛଅଟି ଆସନ ଅଛି । ଏପରି ପରିସ୍ଥିତିରେ ଏହି ଧାରା ଉପରେ ଏବେ ବିଶ୍ୱାସ କରିବା ଜଲ୍ଦିବାଜି ହେବ । ନିର୍ବାଚନର ଫଳାଫଳ ଯେକୌଣସି ସମୟରେ ବର୍ତ୍ତମାନର ଏହି ଭୋଟ୍‌ ସଂଖ୍ୟା ଓ ଧାରା ଠାରୁ ଅଲଗା ହୋଇପାରେ ।

ଏହା ବି ପଢ଼ନ୍ତୁ | ପୁଣି ବର୍ଷା-ଅନୁଭବ ବିବାଦ: ବର୍ଷା କହିଲେ ଘରୁ ବାହାର କରିଦେବାକୁ ଶାଶୁଘର ଲୋକେ ଯୋଜନା କରୁଛନ୍ତି

ବିହାରରେ ଗଣତି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିପାରେ: EC

ନିର୍ବାଚନ କମିଶନ କହିଛନ୍ତି ଯେ ବିହାର ବିଧାନସଭା ନିର୍ବାଚନର ଗଣତି ସାଧାରଣ ଅପେକ୍ଷା ଅଧିକ ସମୟ ଲାଗିବ ଓ ଏହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିପାରେ କାରଣ ଏଥର ୬୩ ପ୍ରତିଶତ ଅଧିକ ଇଭିଏମ୍ ବ୍ୟବହାର କରାଯାଇଛି । ବିହାର ବିଧାନସଭା ନିର୍ବାଚନ (Bihar Assembly Elections) ପାଇଁ ଭୋଟ ଗଣତି ସକାଳ ୮ଟାରୁ ଚାଲିଛି ।



ଜାତୀୟ ରାଜଧାନୀ ଦିଲ୍ଲୀରେ ନିର୍ବାଚନ ଆୟୋଗର ଅଧିକାରୀମାନେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ତିନି ପର୍ଯ୍ୟାୟରେ ଅନୁଷ୍ଠିତ ଏହି ନିର୍ବାଚନରେ ​​ପ୍ରାୟ ୧.୧୬ କୋଟି ଭୋଟ୍ ଦିଆଯାଇଛି । ସେଥି ମଧ୍ୟରୁ ଦ୍ୱିପହର ୧ଟା ପର୍ଯ୍ୟନ୍ତ ପ୍ରାୟ ଏକ କୋଟିରୁ ଅଧିକ ଭୋଟ୍ ଗଣାଯାଇସାରିଛି । ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଭୋଟ୍ ଗଣତିରେ କୌଣସି ବୈଷୟିକ ସମସ୍ୟା ହୋଇନାହିଁ ।



କୋଭିଡ-୧୯କୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ବଜାୟ ରଖିବାର ନିୟମ ପାଳନ କରିବାକୁ ନିର୍ବାଚନ ଆୟୋଗ ୨୦୧୫ ବିଧାନସଭା ନିର୍ବାଚନ ତୁଳନାରେ ଏଥର ମତଦାନ କେନ୍ଦ୍ର ସଂଖ୍ୟା ବୃଦ୍ଧି କରିଥିଲା । ୨୦୧୫ ନିର୍ବାଚନରେ ​​ପ୍ରାୟ ୬୫,୦୦୦ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଏହାକୁ ଏଥର ୧.୦୬ ଲକ୍ଷକୁ ବୃଦ୍ଧି କରାଯାଇଥିଲା । ଏହି କାରଣରୁ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)କୁ ମଧ୍ୟ ଅଧିକ ବ୍ୟବହାର କରିବାକୁ ପଡ଼ିଥିଲା ।
Published by: Anand Shankar Thankur Das
First published: November 10, 2020, 7:53 PM IST
corona virus btn
corona virus btn
Loading