ବିହାରରେ ମେ ୧୫ରୁ ଏନ୍‌ପିଆର୍‌ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ; ଶାସକ ଦଳ ଜେଡିୟୁ ଓ ବିଜେପି ଭିତରେ ମତଭେଦ

ସୁଶୀଲ ମୋଦି କେରଳ ଏବଂ ପଶ୍ଚିମବଙ୍ଗର ମୁଖ୍ୟ ମନ୍ତ୍ରୀ ଯଥା କ୍ରମେ ମମତା ବାନାର୍ଜୀ ଓ ପି. ବିଜୟନ୍‌ଙ୍କୁ ଚ୍ୟାଲେଞ୍ଜ କରିବା ସହ ଯଦି ସାହସ ଅଛି ତାହାଲେ ସିଏଏ ଏବଂ ଏନପିଆର୍‌କୁ ସେମାନଙ୍କ ଦୁଇ ରାଜ୍ୟରେ ଲାଗୁ ନ କରି ଦେଖାନ୍ତୁ ବୋଲି କହିଛନ୍ତି ।

ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି

ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି

  • Share this:
News18 Odia Digital

ପାଟନା: ବିହାରରେ  ଜାତୀୟ ଜନଗଣନା ପଞ୍ଜିକା (ଏନପିଆର୍‌)ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ମେ ମାସ ୧୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ହେବ ବୋଲି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କହିବା ପରେ ମୁଖ୍ୟ ଶାସକ ଜନତା ଦଳ (ଯୁନାଇଟେଡ଼୍‌) ର ନେତା ଶ୍ୟାମ ରଜକ ପ୍ରତିବାଦ କରି କହିଛନ୍ତି ଯେ ଏ ବିଷୟରେ କହିବା ପାଇଁ ମୁଖ୍ୟ ମନ୍ତ୍ରୀ ନିତିଶ କୁମାର ହିଁ ଉଚ଼ିତ ବ୍ୟକ୍ତି ।

ସୁଶୀଲ ସୋଦି କହିଛନ୍ତି ଯେ ପୂରା ଦେଶରେ ଜାତୀୟ ଜନଗଣନା ପଞ୍ଜିକାର କାର୍ଯ୍ୟ ସେପ୍ଟମ୍ବର ୧ ରୁ ୩୦ ପର୍ଯ୍ୟନ୍ତ ଚ଼ାଲିବ । ଏହି ପ୍ରକ୍ରିୟା ବିହାରରେ ୧୫ ମେ ରୁ ୨୮ ମେ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ।

‘‘ଯଦି କୌଣସି ଅଫିସର ଏହି କାର୍ଯ୍ୟରେ ଅବହେଳା କରନ୍ତି ବା ଏ କାର୍ଯ୍ୟ କରିବା ପାଇଁ ମନା କରନ୍ତି, ତାହାଲେ ତାଙ୍କ ବିରୋଧରେ କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,’’ କହିଛନ୍ତି ମୋଦି । ମାତ୍ର ତାଙ୍କ କଥାକୁ ଖଣ୍ଡନ କରି ଜେଡିୟୁ ନେତା ଶ୍ୟାମ ରଜକ କହିଛନ୍ତି ଏହା ସୁଶୀଲଙ୍କ ବ୍ୟକ୍ତିଗତ ମତ ହୋଇଥାଇପାରେ  ।

ସୁଶୀଲ ମୋଦି କେରଳ ଏବଂ ପଶ୍ଚିମବଙ୍ଗର ମୁଖ୍ୟ ମନ୍ତ୍ରୀ ଯଥା କ୍ରମେ ମମତା ବାନାର୍ଜୀ ଓ ପି. ବିଜୟନ୍‌ଙ୍କୁ ଚ୍ୟାଲେଞ୍ଜ କରିବା ସହ ଯଦି ସାହସ ଅଛି ତାହାଲେ ସିଏଏ ଏବଂ ଏନପିଆର୍‌କୁ ସେମାନଙ୍କ ଦୁଇ ରାଜ୍ୟରେ ଲାଗୁ ନ କରି ଦେଖାନ୍ତୁ ବୋଲି କହିଛନ୍ତି ।

ପାକିସ୍ଥାନରେ ଯେଉଁ ପ୍ରକାର ଧାର୍ମିକ ଅଳ୍ପସଂଖ୍ୟକଙ୍କୁ ଉତ୍ପୀଡ଼ନ କରାଯାଉଛି ଯାହାର ତାଜା ଉଦାହରଣ ନନକାନା ସହିବରେ ଜଗଜୀତ କୌରଙ୍କ ଅପହରଣ ଏବଂ ଧର୍ମାନ୍ତରଣ ସହ ପାକ ମୁସଲିମ ମାନଙ୍କ ଦ୍ବାରା ଗୁରୁଦ୍ବାର ସାହିବ ଉପରେ ଆକ୍ରମଣ କରିବା । ସୁଶୀଲ ପୁଣି କହିଥିଲେ: ‘‘ପାକିସ୍ଥାନରେ ୧୯୪୭ରେ ୨୩ ପ୍ରତିଶତ ହିନ୍ଦୁ ଥିବାବେଳେ ବର୍ତ୍ତମାନ ମାତ୍ର ୩.୭ ପ୍ରତିଶତରୁ ବି କମ୍ ଅଛନ୍ତି । ସେହିପରି ବାଂଲାଦେଶରେ ୨୨ ପ୍ରତିଶତ ହିନ୍ଦୁ ଥିବାବେଳେ ଏବେ ମାତ୍ର ୭.୮ ପ୍ରତିଶତ ହିନ୍ଦୁ ରହିଯାଇଛନ୍ତି । ଏହି ଭଳି ଭାବେ ୧୯୯୨ରେ ଦୁଇ ଲକ୍ଷରୁ ଅଧିକ ହିନ୍ଦୁ-ଶିଖ ଥିବାବେଳେ ଏବେ ମାତ୍ର ୫୦୦ରୁ କମ୍ ରହିଯାଇଛନ୍ତି’’ ।
Published by:Durgamadhab Rath
First published: