ନୀତିଶଙ୍କ ବଡ଼ ଘୋଷଣା: ୧୦ଲକ୍ଷ ସରକାରୀ ଚାକିରି ସହ ୨୦ ଲକ୍ଷଙ୍କୁ ମିଳିବ ରୋଜଗାର

ରାଜ୍ୟରେ ୧୦ ଲକ୍ଷ ଲୋକଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି ନୀତିଶ ସରକାର । ଏହା ସହିତ ୨୦ ଲକ୍ଷ ଲୋକଙ୍କୁ ରୋଜଗାର ଦିଆଯିବ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି।

ନୀତିଶ କୁମାର (ପ୍ରତୀକାତ୍ମକ ଛବି)

ନୀତିଶ କୁମାର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପାଟନା: ପାଟନାର ଐତିହାସିକ ଗାନ୍ଧି ମଇଦାନରୁ ସ୍ୱାଧୀନତା ଦିବସ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ସେ ରାଜ୍ୟରେ ୧୦ ଲକ୍ଷ ଲୋକଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି। ଏହା ସହିତ ୨୦ ଲକ୍ଷ ଲୋକଙ୍କୁ ରୋଜଗାର ଦିଆଯିବ ବୋଲି ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ବର୍ତ୍ତମାନ ଆମେ ଏକାଠି ହୋଇଛୁ ଓ ଚାହୁଁଛୁ ଯେ ରାଜ୍ୟର ଯୁବକମାନଙ୍କୁ ସର୍ବାଧିକ ସରକାରୀ ଚାକିରି ଦିଆଯାଉ।  ସେ କହିଛନ୍ତି ଯେ ଆମର ଚିନ୍ତାଧାରା ମଧ୍ୟ ବର୍ତ୍ତମାନ ଗୋଟିଏ।

ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି। ଏହା ସହିତ ତେଜସ୍ୱୀ ଯାଦବ ଗଣମାଧ୍ୟମକୁ ପଚାରିଛନ୍ତି ଯେ କେଉଁ ସରକାର ଯୁବକମାନଙ୍କୁ କେତେ ଚାକିରି ଦେଉଛନ୍ତି ସେ ବିଷୟରେ ତୁମେ କାହିଁକି ଆଲୋଚନା କରୁନାହଁ?

୨୦୨୦ ର ବିହାର ବିଧାନସଭା ନିର୍ବାଚନରେ ​​ତେଜସ୍ୱୀ ଯାଦବ ସରକାର ଗଠନ ହେବା ମାତ୍ରେ ପ୍ରଥମ କ୍ୟାବିନେଟରେ ୧୦ ଲକ୍ଷ ଲୋକଙ୍କୁ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
Published by:Soumya Das
First published: