ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Happy Birthday PM Narendra Modi: PM ମୋଦିଙ୍କୁ ହାପି ବର୍ଥଡେ କହିଲେ ନୀତିଶ କୁମାର

Happy Birthday PM Narendra Modi: PM ମୋଦିଙ୍କୁ ହାପି ବର୍ଥଡେ କହିଲେ ନୀତିଶ କୁମାର

HBD PM Narendra Modi: ବିହାର ମୁଖ୍ୟ ମନ୍ତ୍ରୀ ନୀତିଶ କୁମାର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୭୧ତମ ଜନ୍ମ ଦିନରେ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ବିହାରରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏଥି ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି କରୋନା ଟିକାକରଣ ଅଭିଯାନ ।

Happy Birthday PM Narendra Modi: PM ମୋଦିଙ୍କୁ ହାପି ବର୍ଥଡେ କହିଲେ ନୀତିଶ କୁମାର
PM ମୋଦିଙ୍କୁ ହାପି ବର୍ଥଡେ କହିଲେ ନୀତିଶ କୁମାର
  • News18 Odia
  • Last Updated: September 17, 2021, 9:09 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମ ଦିନ । ଏହି ଅବସରରେ ପୂରା ଦେଶବାସୀ ତାଙ୍କ ଜନ୍ମ ଦିନ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ବିହାର ମୁଖ୍ୟ ମନ୍ତ୍ରୀ ନୀତିଶ କୁମାର । ସେ ମଧ୍ୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମ ଦିନରେ ଅଭିନନ୍ଦନ ଜଣାଇଛନ୍ତି । ପିଏମ ମୋଦୀଙ୍କ ଜନ୍ମ ଦିନ ଅବସରରେ ବିହାରରେ ଏକ ମେଗା କରୋନା ଟିକାକରଣ ଶିବିର ଆୟୋଜନ କରାଯାଉଛି । ଏହା ଅଧୀନରେ ସାରା ରାଜ୍ୟରେ ୩୦ ଲକ୍ଷରୁ ଅଧିକ ଲୋକଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ସହିତ ସିଏମ ନୀତିଶ କୁମାର ଆଜି ବିହାରରେ ୭୦ଟି ଅମ୍ଳଜାନ ଉତ୍ପାଦନ କାରଖାନାର ଉଦଘାଟନ କରିବେ ।

ମୁଖ୍ୟ ମନ୍ତ୍ରୀ ନୀତିଶ କୁମାର ଶୁକ୍ରବାର ମେଗା କରୋନା ଟିକାକରଣ ଅଭିଯାନ ଆରମ୍ଭ କରିବେ। ଏହା ଅଧୀନରେ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କୁ କରୋନା ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଏହି ପ୍ରଦର୍ଶନୀ ମଧ୍ୟ ଉଦଘାଟିତ ହେବ । ଦଳର ରାଜ୍ୟ ସଭାପତି ସଞ୍ଜୟ ଜୈସୱାଲ ଏହାକୁ ବିଜେପି କାର୍ଯ୍ୟାଳୟରେ ଉଦଘାଟନ କରିବେ । ଏହି ପ୍ରଦର୍ଶନୀକୁ ପିଏମ ମୋଦିଙ୍କ କାର୍ଯ୍ୟ ଓ ବ୍ୟକ୍ତିତ୍ୱ ଉପରେ ରଖାଯାଉଛି । ଏହି ପ୍ରଦର୍ଶନୀ ସମସ୍ତଙ୍କ ପାଇଁ ଖୋଲା ରହିବ ।

ବିହାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମଙ୍ଗଲ ପାଣ୍ଡେୟ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନରେ ବିହାରରେ ହେବାକୁ ଥିବା ଟିକାକରଣ ଅଭିଯାନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ସିଏମ ନୀତିଶ କୁମାର ଏହି ବିଶାଳ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଶୁକ୍ରବାର ଦିନ ପାଟଣାର ପାଟଲିପୁତ୍ର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ସିଏମ୍ ନୀତିଶ କୁମାର ବିହାରର ଜିଲ୍ଲା ଡାକ୍ତରଖାନା ଓ ସବ-ଡିଭିଜନାଲ ହସ୍ପିଟାଲରେ ୭୦ଟି ଅମ୍ଳଜାନ କାରଖାନା ଉଦଘାଟନ କରିବେ ।

ମଙ୍ଗଲ ଆହୁରି କହିଥିଲେ ଯେ ବିହାରରେ ୧୨୨ଟି ଅମ୍ଳଜାନ ଜେନେରେସନ୍ ପ୍ଲାଣ୍ଟ ସ୍ଥାପନ କରାଯିବ। ଯେଉଁଥିରେ ଶୁକ୍ରବାର ୭୦ଟି ଉଦଘାଟନ ହେବ ଓ ଅବଶିଷ୍ଟ ଅମ୍ଳଜାନ କାରଖାନା ମଧ୍ୟ ଶୀଘ୍ର ଆରମ୍ଭ ହେବ । ଟିକାକରଣ ଅଭିଯାନ ପାଇଁ ପ୍ରାୟ ୧୪,୫୦୦ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଯେଉଁଥିରେ ୫୦,୦୦୦ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ହୋଇଛନ୍ତି ।
Published by: Lipina Das
First published: September 17, 2021, 9:09 AM IST