ବିହାରରେ ଅକ୍ଟୋବର ୨୮ରୁ ଆରମ୍ଭ ହେବ ବିଧାନ ସଭା ନିର୍ବାଚନ; ୩ଟି ପର୍ଯ୍ୟାୟରେ ହେବ

ଗତ ବିଧାନ ସଭା ନିର୍ବାଚନରେ ଲାଲୁଙ୍କ ସହ ମିଶି ନୀତିଶ କୁମାର ଲଢ଼ିଥିଲେ ଓ ବିଜେପି ନେତୃତ୍ୱାଧୀନ NDAକୁ ହରାଇ ସରକାର ବନାଇଥିଲେ । ହେଲେ ସେ ସରକାର ବେଶୀ ଦିନ ଚାଲିଲାନି । ନୀତିଶଙ୍କ JD(U) ବାହାରି ଆସି ବିରୋଧୀ ଦଳ BJP ସହ ମିଶି ବିନା ନିର୍ବାଚନରେ ନୂଆ ସରକାର ଗଠନ କରିଥିଲେ ।

ବିହାରରେ ଅକ୍ଟୋବର ୨୮ରୁ ଆରମ୍ଭ ହେବ ବିଧାନ ସଭା ନିର୍ବାଚନ; ୩ଟି ପର୍ଯ୍ୟାୟରେ ହେବ
ଲାଲୁ ପ୍ରସାଦ ଯାଦବ ଓ ନୀତିଶ କୁମାର
  • News18 Odia
  • Last Updated: September 25, 2020, 1:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନିର୍ବାଚନ ଆୟୋଗ (Election Commission of India) ବିହାର ବିଧାନସଭା ନିର୍ବାଚନ ୨୦୨୦ (Bihar Assembly Election 2020) ପାଇଁ ତାରିଖ ଘୋଷଣା କରିଛି । ରାଜ୍ୟରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବ । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା (CEC Sunil Arora) ଅନ୍ୟ ନିର୍ବାଚନ କମିଶନରଙ୍କ ଉପସ୍ଥିତିରେ ତାରିଖ ଘୋଷଣା କରିଛନ୍ତି ।

ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା କହିଛନ୍ତି ଯେ ବିହାରରେ ନିର୍ବାଚନ ତିନୋଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୨୮ରେ ୭୧ଟି ବିଧାନ ସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଦ୍ୱିତୀୟ ପର୍ଯ୍ୟାୟ ୩ ନଭେମ୍ବରରେ ୯୪ଟି ବିଧାନ ସଭା ଆସନ ପାଇଁ ଓ ତା’ ପରେ ନଭେମ୍ବର ୭ରେ ୭୮ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ଭୋଟ୍ ଗଣନା ତାରିଖ ୧୦ ନଭେମ୍ବର ସ୍ଥିର କରାଯାଇଛି ।

ନିର୍ବାଚନ ତାରିଖ ଘୋଷଣା ହେବା ସହିତ ରାଜ୍ୟରେ ଆଦର୍ଶ ଆଚରଣ ବିଧି (model code of conduct) ମଧ୍ୟ କାର୍ଯ୍ୟକାରୀ ହୋଇଛି । ନିର୍ବାଚନ ଆୟୋଗଙ୍କ ଘୋଷଣା ପରେ ବିହାରରେ ନିର୍ବାଚନ ପ୍ରଚାର ତୀବ୍ର ହେବ । କରୋନା ସଂକ୍ରମଣ ସମୟରେ ବିଭିନ୍ନ ରାଜନୈତିକ ଦଳ ଭର୍ଚୁଆଲ୍ କିମ୍ବା ଅନ୍ୟାନ୍ୟ ଉପାୟରେ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ପ୍ରସ୍ତୁତ ହେଉଛନ୍ତି ।



ନିର୍ବାଚନ ତାରିଖ ଘୋଷଣା ସହିତ ବିହାର ବିଧାନସଭା ନିର୍ବାଚନର ଗଣନା ଆରମ୍ଭ ହୋଇଛି। ଗତ ବିଧାନ ସଭା ନିର୍ବାଚନ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ସେହି ନିର୍ବାଚନରେ ଲାଲୁ ପ୍ରସାଦ ଯାଦବଙ୍କ ​​(Lalu Prasad Yadav) ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି, RJD) ଓ ନୀତିଶ କୁମାରଙ୍କ ଜେଡି(ୟୁ)ର ମହାଗଠବନ୍ଧନ ଜିତିଥିଲା ।

ବିଧାନ ସଭାର ମୋଟ ୨୪୩ଟି ଆସନ ମଧ୍ୟରୁ ବିଜୟୀ ମହାଗଠବନ୍ଧନର ଆରଜେଡିକୁ ୮୦ଟି ଆସନ, ଜେଡିୟୁକୁ ୭୦ଟି ଆସନ ଓ କଂଗ୍ରେସକୁ ୨୬ଟି ଆସନ ମିଳିଥିଲା । ​​ଏନଡିଏ ୫୯ଟି ଆସନ (ବିଜେପି ୫୪, ଏଲଜେପି ୨, ଆରଏଲଏସପି ୨ ଓ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଗୋଟିଏ) ଆସନ ପାଇଥିଲା ।

ହେଲେ ମହାଗଠବନ୍ଧନର ମିଳିତ ସରକାର ଅଧିକ ସମୟ ଚାଲିପାରିଲା ନାହିଁ ଓ ପରେ ଜେଡିୟୁ ସେଥିରୁ ବିଦାୟ ନେଇ ତତ୍କାଳୀନ ମୁଖ୍ୟ ବିରୋଧୀ ଦଳ ବିଜେପି ସହିତ ମିଶି ବିହାରରେ ସରକାର ଗଠନ କଲା ।



ଦେଖାଯାଇଛି ଯେ ଯେତେବେଳେ ବିହାରରେ ବିଜେପି ଓ ଜେଡିୟୁ ଏକାଠି ନିର୍ବାଚନ ଲଢ଼ନ୍ତି ଉଭୟଙ୍କ ମଧ୍ୟରେ ଆସନ ବାଣ୍ଟିବା ପାଇଁ ସେମାନେ ଏକ ସ୍ଥିର ଫର୍ମୁଲା ବ୍ୟବହାର କରନ୍ତି ।

ଶୁକ୍ରବାର ଦିନ ବିହାର ନିର୍ବାଚନର ତାରିଖ ଘୋଷଣା କରି ନିର୍ବାଚନ ଆୟୋଗ କରୋନା କାଳରେ ନିର୍ବାଚନ କରିବା ପାଇଁ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ବାଚନ ଆୟୋଗର ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜନୈତିକ ଦଳ, ପ୍ରାର୍ଥୀ, ଭୋଟର, ଅଧିକାରୀ ଓ ନିର୍ବାଚନ ସହ ଜଡ଼ିତ କର୍ମଚାରୀମାନଙ୍କୁ କରୋନା ମାସ୍କ, ସାନିଟାଇଜର ଓ ଗ୍ଲୋଭସ୍ ବ୍ୟବହାର କରିବାକୁ ହେବ ଓ ସବୁ କଟକଣା ମାନିବାକୁ ହେବ ।

ଏହା ବି ପଢ଼ନ୍ତୁ ଚାକିରି କରୁଥିବା ଲୋକଙ୍କ ପାଇଁ ଖୁସି ଖବର: EPF ରେ ମିଳୁଥିବା ସୁଧ ହାର ସ୍ଥିର ହେଲା; ଏହି ମାସରେ ଆସିବ ଟଙ୍କା

ଏହି ବି ପଢ଼ନ୍ତୁ ଏଣିକି ଟ୍ରେନ୍ ଭିତରେ ଭିକ ମାଗିଲେ ଓ ସିଗାରେଟ୍ ଟାଣିଲେ ଜେଲ୍ ଦଣ୍ଡ ହେବ ନାହିଁ; ବଦଳୁଛି ନିୟମ

ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ:

କେବଳ ପାଞ୍ଚ ଜଣ ଲୋକଙ୍କ ସମୂହକୁ ଘର ଘର ବୁଲି ପ୍ରଚାର କରିବାକୁ ଅନୁମତି ଦିଆଯିବ । ଅର୍ଥାତ୍ ପ୍ରାର୍ଥୀ ତାଙ୍କ ସହିତ କେବଳ ଚାରି ଜଣଙ୍କୁ ନେଇପାରିବେ । ଏହା ବ୍ୟତୀତ ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରାର୍ଥୀଙ୍କୁ ତାଙ୍କ ସହିତ ଦୁଇ ଜଣ ଲୋକ ଓ ଦୁଇଟି ଯାନ ନେବାକୁ ଅନୁମତି ଦିଆଯିବ ।



ଏହା ସହିତ ପ୍ରଥମ ଥର ପାଇଁ ଅନଲାଇନରେ ଜମାନତ ରାଶି ପୂରଣ କରିବାର ସୁବିଧା ବି ଦିଆଯାଇଛି । ସାଧାରଣ ସଭାକ ଓ ରୋଡ୍ ଶୋ’ ପାଇଁ ଅନୁମତି ଗୃହ ମନ୍ତ୍ରଣାଳୟଙ୍କ ପକ୍ଷରୁ ରାଜ୍ୟ କରୋନା ନିର୍ଦ୍ଦେଶାବଳୀ ଅନୁଯାୟୀ ଦିଆଯିବ । ରୋଡ୍ ଶୋ’ରେ ପାଞ୍ଚ-ପାଞ୍ଚଟି ଗାଡ଼ି ମଧ୍ୟରେ ଅଧ ଘଣ୍ଟାର ବ୍ୟବଧାନ ରହିବ ।
Published by: Anand Shankar Thankur Das
First published: September 25, 2020, 1:59 PM IST
corona virus btn
corona virus btn
Loading