News 18 Odia Digital
ମୁମ୍ବାଇ : ରିଲାଏନ୍ସ ରିଟେଲ୍ ଜିଓମାର୍ଟ ଓ ସ୍ମାର୍ଟ ଷ୍ଟୋର ‘ଫେଷ୍ଟିଭାଲ୍ ସେଲ’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛନ୍ତି । ଏହା ଭାରତର ସର୍ବବୃହତ୍ ଓମନିଚାନେଲ୍ ଦୀପାବଳି ପର୍ବ ଯାହାକି ୧୪ ରୁ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ । ଏଥିରେ ଇ-ମାର୍କେଟ୍ପ୍ଳେସର ଦ୍ରୁତ ସଂପ୍ରସାରଣ ହେଉଛି ଯେଉଁଥିରେ ଅନେକ ଗୁଡ଼ିଏ ନୂଆ ବର୍ଗ ଗୁଡ଼ିକୁ ସାମିଲ୍ କରାଯାଇଛି । ଏଗୁଡ଼ିକ ହେଉଛି ଫେସନ ଓ ଲାଇଫଷ୍ଟାଇଲ୍, କଞ୍ଜୁମର ଇଲେକ୍ଟ୍ରୋନିକ୍ସ, ହୋମ୍ ଓ କିଚେନ୍ । ଏହି ସେଲ୍ ଜିଓମାର୍ଟରେ, ଇ-ମାର୍କେଟ୍ପ୍ଲେସ ପ୍ଲାଟଫର୍ମରେ ତଥା ୩୦୦୦ରୁ ଅଧିକ ସ୍ମାର୍ଟ ଷ୍ଟୋରରେ ଉପଲବ୍ଧ ହେବ ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ସାରା ଦେଶର ସ୍ମାର୍ଟ ବଜାର, ସ୍ମାର୍ଟ ସୁପର ଷ୍ଟୋର ଓ ସ୍ମାର୍ଟ ପଏଂଟ ।
ଗତ ୨ ବର୍ଷ ଧରି, ସ୍ମାର୍ଟ ଷ୍ଟୋର ଭାଲ୍ୟୁ ସପିଂ, ଡେଷ୍ଟିନେସନ ସପିଂ ଓ ସୁବିଧାଜନକ ସପିଂ ଫର୍ମାଟକୁ ସଂପ୍ରସାରିତ କରିଛି । ଫିଜିକାଲ୍ ଷ୍ଟୋରର ବ୍ୟାପକ ନେଟୱର୍କ ସହିତ ଦୃଢ଼ ପାର୍ଟନର ନେଟୱର୍କ, ଗ୍ରହଣ କରିବା କ୍ଷମତା ଓ ଡିପ୍ ଇନ୍ସାଇଟ୍ ଆଦି ସୁବିଧା ସହିତ ରିଲାଏନ୍ସ ରିଟେଲର ୨୦ କୋଟି ରୁ ଅଧିକ ପଞ୍ଜୀକୃତ ଗ୍ରାହକଙ୍କୁ ଏହାର ସେବା ପ୍ରଦାନ କରୁଛି । ଚଳିତ ବେଷ୍ଟିଭାଲ୍ ସେଲରେ ନେଇ ଆସିଛି ଏକ୍ସକ୍ଲୁସିଭ୍ ଅଫର ଓ ଡିଲ୍, ବ୍ୟାଙ୍କ ଟାଏଅପ୍ସ ଓ ଦିପାବଳୀ ସାମଗ୍ରୀ ଓ ଜେନେରାଲ୍ ମର୍ଚ୍ଚାଣ୍ଡାଇଜ୍ ଉପରେ ସ୍ୱତନ୍ତ୍ର ରିହାତି ସୁବିଧା । ଏହା ସହିତ ଆପାରେଲ୍, ବ୍ୟୁଟି ଉତ୍ପାଦ, ଇଲେକ୍ଟ୍ରୋନିକ୍ ସାମଗ୍ରୀ ଗୁଡ଼ିକ ମଧ୍ୟ ଜିଓମାର୍ଟରେ ଏକ୍ସକ୍ଲୁସିଭ୍ ଭାବରେ ଉପଲବ୍ଧ ଓ ଏହା ଆପଣଙ୍କର ନିକଟତମ ସ୍ମାର୍ଟ ଷ୍ଟୋରରେ ମଧ୍ୟ ଉପଲବ୍ଧ ରହିଛି । ଏହା ସହାୟତାରେ ଗ୍ରାହକମାନେ ସର୍ବୋତ୍କୃଷ୍ଟ କ୍ରୟ ଅନୁଭୂତି ପାଇ ପାରୁଛନ୍ତି ଓ ନିଜ ମନ ମୁତାବକ କ୍ରୟ ପ୍ରଣାଳୀକୁ ମଧ୍ୟ ବାଛି ପାରୁଛନ୍ତି – ଏହା ଅନଲାଇନ୍ ହେଉଛ ବା ନେବରହୁଡ ଷ୍ଟୋର ହେଉ ଯାହାକି ଏକ ବାସ୍ତବିକ ଓମନିଚ୍ୟାନେଲ୍ ଅନୁଭବ ପ୍ରଦାନ କରୁଛି ।
ଦାମୋଦଲ୍ ମଲ୍, ସିଇଓ, ଗ୍ରୁପ୍ ରିଲାଏନ୍ସ ରିଟେଲ୍, ଏହି ଅବସରରେ କହିଛନ୍ତି ଯେ, “୩୦୦୦ରୁ ଅଧିକ ସ୍ମାର୍ଟ ଷ୍ଟୋରର ଶକ୍ତିଶାଳୀ ସମନ୍ୱୟ ଓ ଜିଓମାର୍ଟ ଭାରତୀୟ ଗ୍ରାହକମାନଙ୍କୁ ଅନେକ ସୁବିଧା ପ୍ରଦାନ କରୁଛି । ଷ୍ଟୋର ଓ ଜିଓମାର୍ଟର ଗ୍ରହଣ କରିବା କ୍ଷମତା ଚଳିତ ବେଷ୍ଟିଭାଲ୍ ସେଲରେ ଅତୁଳନୀୟ ମୂଲ୍ୟ ସୁବିଧା ପ୍ରଦାନ କରୁଛି । ଏହି ଦେଶବ୍ୟାପୀ ନେଟୱର୍କର ସମାହାର ଓ ଡିଜିଟାଲ୍ ସପିଂ ଗ୍ରାହକମାନଙ୍କୁ ଅନେକ ଅଫର ପ୍ରଦାନ କରୁଛି ଓ ଏହା ରିଟେଲ୍ କ୍ଷେତ୍ରରେ ସ୍ୱତନ୍ତ୍ର ଅଟେ । ମୁଁ ନିଶ୍ଚିତ ଯେ, ଗ୍ରାହକମାନେ ସେମାନଙ୍କର ଗ୍ରୋସେରି ସାମଗ୍ରୀକୁ ଉଭୟ ଇନ-ଷ୍ଟୋର ଓ ଆପ୍ ମାଧ୍ୟମରେ ଚଳିତ ଋତୁରେ କିଣାକିଣି କରିପାରିବେ ।
ସନ୍ଦୀପ ଭରଗଂଟି, ସିଇଓ, ଜିଓମାର୍ଟ କହିଛନ୍ତି ଯେ, “ଆମେ ଆମର କ୍ରସ-କାଟେଗୋରି ସଂପ୍ରସାରଣର ସଫଳତା ନେଇ ବହୁତ ଉତ୍ସାହୀ ଅଛୁ ଯାହାକୁ ସାରା ଦେଶରେ ଗ୍ରହଣ କରାଯାଇଛି । ଆମେ ଅଣ-ଗ୍ରୋସେରି ବର୍ଗରେ ଗତ ୧୫ ଦିନ ମଧ୍ୟରେ ବିକ୍ରିରେ ୩ ଗୁଣା ବୃଦ୍ଧି ପରିଲକ୍ଷିତ କରିଛୁ । ଏହି ସାମଗ୍ରୀକ କ୍ଷେତ୍ରରେ ଆମେ ଆଶା ଠାରୁ ଅଧିକ ସଫଳତା ହାସଲ କରିଛୁ ।”
ଜିଓମାର୍ଟ ବର୍ତମାନ ଏହାର ସମସ୍ତ ବର୍ଗରେ ୧୯,୦୦୦ ପିନକୋଡକୁ ଏହାର କାର୍ଯ୍ୟ ସଂପ୍ରସାରିତ କରିଛି ଓ ଗ୍ରାହକମାନେ ଭାରତର ସର୍ବବୃହତ୍ ଇ-ମାର୍କେଟ୍ ପ୍ଲେସରୁ କ୍ରୟ କରିବାର ସୁବିଧ ପାଇ ପାରୁଛନ୍ତି । ଏହି ଦ୍ରୁତ ସଂପ୍ରସାରଣ ମଧ୍ୟରେ ଜିଓମାର୍ଟ ଦେଶରେ ପ୍ରସ୍ତୁତ ସର୍ବବୃହତ୍ ଇ-ମାର୍କେଟପ୍ଲେସର ଲକ୍ଷ୍ୟକୁ ପୂରଣ କରିବା ଲକ୍ଷ୍ୟ ନେଇ ଅଗ୍ରସର ହେଉଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।