News 18 Odia Digital
ମୁମ୍ବାଇ : ସେୟାର ବଜାରର ବିଗବୁଲ ରାକେଶ ଝୁନଝୁନୱାଲାଙ୍କ ୬୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା,ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନାନୁସାରେ, ସକାଳ ପ୍ରାୟ ୬.୪୫ ସମୟରେ ରାକେଶ ଝୁନଝୁନୱାଲା ଡାକ୍ତରଖାନା ଅଣାଯାଇଥିଲ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମେଡିକାଲରେ ରମେଶ ଡମାନି, ରାମଦେଓ ଅଗ୍ରୱାଲ, ଆରକେଡି ଶେଷ ଦର୍ଶନ କରିଛନ୍ତି `
ଝୁନଝୁନୱାଲା ଅନେକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ । ଦୁଇ କିଡିନୀ ଫେଲ୍ ହେବା ଯୋଗୁଁ ତାଙ୍କର ଡାଇଲିସିସ୍ ହେଉଥିଲା । ଏଥିପାଇଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ମେଡ଼ିକାଲର କର୍ତ୍ତୃପକ୍ଷ କହିଛନ୍ତି । ତାଙ୍କୁ ଗୋଟେ ସପ୍ତାହ ପୂର୍ବରୁ ଆକାଶ ଏୟାରଲାଇନ୍ସ ଲଞ୍ଚ ସମୟରେ ଦେଖିବାକୁ ମିଳିଥିଲା ।
ତାଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ରାକେଶ ଝୁନଝୁନୱାଲା ଜଣେ ଅବିସ୍ମରଣୀୟ ବ୍ୟକ୍ତିତ୍ବ । ସେ ସେୟାର ବଜାରର ଅବିସ୍ମରଣୀୟ ଅବଦାନ ଛାଡି ଦେଇ ଯାଇଛନ୍ତି । ତାଙ୍କର ପରଲୋକ ସମସ୍ତଙ୍କ ପାଇଁ ଦୁଃଖଦାୟକ ଘଟଣା । ତାଙ୍କର ଅମର ଆତ୍ମର ସତଗତି୍ ହେଉ ଓ ତାଙ୍କ ପରିବାର ଲୋଙ୍କୁ ସମବେଦନା ଜଣାଇଛନ୍ତି
ଡାକ୍ତରଖାନା ସୂତ୍ର ଅନୁଯାୟୀ, ସକାଳ ୬.୪୫ ରେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ସେ କିଛି ଦିନ ପୂର୍ବରୁ ଡାକ୍ତରଖାନା ମଧ୍ୟ ଯାଇଥିଲେ। ୨-୩ ସପ୍ତାହ ପୂର୍ବରୁ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।