News 18 Odia Digital
ଓଡ଼ିଶା : ଓଡ଼ିଶା ପୋଲିସର ବଡ଼ ସଫଳତା । ୩୧୩ ସକ୍ରିୟ ମାଓବାଦୀ ଏବଂ ୭୦୦ରୁ ଅଧିକ ସକ୍ରିୟ ସମର୍ଥକମାନେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶା ପୋଲିସ୍ ଓ ବିଏସ୍ଏଫ୍ ର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଓଡିଶା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ପୋଲିସ ଦ୍ୱାରା ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ,ଏମାନେ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ଭଜାଗୁଡା, ବିସାଇଗୁଡା, ଖାଲଗୁଦା, ପାଟ୍ରାପୁଟ, ଓଣ୍ଡାଇପାଦର, ସମ୍ବଲପୁର ଏବଂ ସିନ୍ଧିପୁଟ ଗ୍ରାମ ଏବଂ ଆନ୍ଧ୍ରପ୍ରଦେଶର ରାଜୁ ଜିଲ୍ଲାର ଆଲୁରୀ ସୀତାରାମ, ପାଦଲପୁଟ, କୁସୁମ୍ପୁଟ, ମାତାମ୍ପଟ ଏବଂ ଯୋଡିଗୁମ୍ମା ଗ୍ରାମର । ଦୀର୍ଘ ଦିନ ହେବ ଏମାନେ ମାଓ କାର୍ଯ୍ୟରେ ଲିପ୍ତ ଥିଲେ । କୋରାପୁଟ ଡିଆଇଜି ରାଜେଶ ପଣ୍ଡିତ, ମାଲକାନଗିରି ଏସପି ନୀତେଶ ୱାଡୱାନି,ଡିଆଇଜି ବିଏସଏଫ କୋରାପୁଟ ମଦନ ଲାଲ ଏବଂ ୨ ଆଇସି, ବିଏସଏଫ ଜଗଦୀଶ ଦଲାଇଙ୍କ ଉପସ୍ଥିତିରେ ମାଲକାନଗିରି ପୋଲିସ ଏବଂ ବିଏସଏଫ ଆଗରେ ଆତ୍ମସମର୍ପଣ କରିଛନ୍ତି ।
ରାଜ୍ୟ ସରକାରଙ୍କ ବିକାଶମୂଳକ ପଦକ୍ଷେପ ଗ୍ରାମବାସୀଙ୍କୁ ମୁଖ୍ୟ ସ୍ରୋତରେ ଯୋଗଦେବାକୁ ପ୍ରେରଣା ଦେଇଥିଲା । ନୂତନ ସଡ଼କ, ସେତୁ, ଚିକିତ୍ସା ସୁବିଧା, ମୋବାଇଲ୍ ଟାୱାର ସ୍ଥାପନ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଅଞ୍ଚଳର ସମସ୍ତ ଘରକୁ ବିଦ୍ୟୁତ୍ ଯୋଗାଣ ଭଳି ବିକାଶମୂଳକ କାର୍ଯ୍ୟଗୁଡିକରେ ସେମାନଙ୍କୁ ମୁଖ୍ୟ ସ୍ରୋତରେ ଯୋଗଦେବା ପାଇଁ ଏବଂ ବିକାଶ ପ୍ରକ୍ରିୟାରେ ଭାଗ ନେବାକୁ ଉତ୍ସାହିତ କଲା ବୋଲି କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।