AC ରେ ଯାତ୍ରା କରୁଥିବା ରେଳ ଯାତ୍ରୀଙ୍କୁ ବଡ଼ ଝଟକା! ଖୁବ୍ ଶୀଘ୍ର ରେଲୱେ ଆଦାୟ କରିବ ଏହି ସ୍ୱତନ୍ତ୍ର ଚାର୍ଜ

ଏସି କୋଚରେ ଯାତ୍ରୀମାନେ ଅଧିକ ଉପଭୋକ୍ତା ଫି ପ୍ରଦାନ କରିବେ। AC ୧ ରେ ଯାତ୍ରା କରୁଥିବା ଲୋକଙ୍କୁ ୩୦ ଟଙ୍କା ୟୁଜର୍ ଫି ଭାବରେ ଦେବାକୁ ପଡିପାରେ ।

AC ରେ ଯାତ୍ରା କରୁଥିବା ରେଳ ଯାତ୍ରୀଙ୍କୁ ବଡ଼ ଝଟକା! ଖୁବ୍ ଶୀଘ୍ର ରେଲୱେ ଆଦାୟ କରିବ ଏହି ସ୍ୱତନ୍ତ୍ର ଚାର୍ଜ
AC ରେ ଯାତ୍ରା କରୁଥିବା ରେଳ ଯାତ୍ରୀଙ୍କୁ ବଡ଼ ଝଟକା!
  • News18 Odia
  • Last Updated: September 28, 2020, 4:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ବର୍ତ୍ତମାନ ଆପଣଙ୍କୁ ଟ୍ରେନରେ ଯାତ୍ରା କରିବା ମହଙ୍ଗା ହୋଇଯିବ । ବାସ୍ତବରେ ରେଳବାଇ ଅନେକ ବଡ ଷ୍ଟେସନରେ ଉପଭୋକ୍ତା ଫି ସଂଗ୍ରହ କରିବାକୁ ପ୍ରସ୍ତୁତ ହେଉଛି । ଏହା ଟ୍ରେନ୍ ଟିକେଟ୍ ର ଏକ ଅଂଶ ହେବ । TOI ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏସି କୋଚ୍ ପାସେଞ୍ଜର ଗୁଡିକରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ଅଧିକ ୟୁଜର୍ ଫି ଦେବାକୁ ପଡିବ । AC ୧ ରେ ଯାତ୍ରା କରୁଥିବା ଲୋକଙ୍କୁ ୩୦ଟଙ୍କା ୟୁଜର୍ ଫି ଭାବରେ ଦେବାକୁ ପଡିପାରେ । AC ୨ ଓ AC ୩ ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ, ୟୁଜର୍ ଫିସ୍ କମ୍ ଥିବାବେଳେ ସ୍ଲିପର କ୍ଲାସର ଯାତ୍ରୀଙ୍କ ପାଇଁ ସାମାନ୍ୟ ରହିବ ।

ଯାତ୍ରୀମାନଙ୍କଠାରୁ ସର୍ବନିମ୍ନ ଉପଭୋକ୍ତା ଶୁଳ୍କ ସଂଗ୍ରହ କରାଯିବ କି ନାହିଁ ?
TOI ରିପୋର୍ଟ ଅନୁଯାୟୀ ସର୍ବନିମ୍ନ ଉପଭୋକ୍ତା ଦେୟ ୧୦ ଟଙ୍କା ହେବ । ଏହି ପରିପ୍ରେକ୍ଷୀରେ ରେଳ ମନ୍ତ୍ରଣାଳୟ ଏକ ପ୍ରସ୍ତାବ ଉପରେ କାର୍ଯ୍ୟ କରୁଛି, ଯାହା ଖୁବ ଶୀଘ୍ର ମନ୍ତ୍ରିମଣ୍ଡଳରେ ଅନୁମୋଦନ ପାଇଁ ରଖାଯିବ । ସୂଚନାନୁସାରେ ଅଣ-ସଂରକ୍ଷିତ ବର୍ଗ ଓ ଉପାନ୍ତ ସହର ରେଳ ଯାତ୍ରୀଙ୍କ ଠାରୁ ସର୍ବନିମ୍ନ ଉପଭୋକ୍ତା ଶୁଳ୍କ ସଂଗ୍ରହ କରାଯିବ କି ସେମାନଙ୍କୁ ଏଥିରୁ ମୁକ୍ତ ରଖାଯିବ ସେନେଇ ଆଲୋଚନା ଚାଲୁଛି ।

ରେଳ ମନ୍ତ୍ରଣାଳୟ କ୍ୟାବିନେଟର ଅନୁମୋଦନ ପାଇଁ ପ୍ରସ୍ତାବ ତିଆରି କରୁଛି । ଏହା ଅନୁଯାୟୀ ଯାତ୍ରା କରିବା ପରେ ମଧ୍ୟ ଯାତ୍ରୀଙ୍କୁ ଉପଭୋକ୍ତା ଫି ଦେବାକୁ ପଡିବ । ଏଥିସହ, ଯଦି ଆପଣ କାହାକୁ ଛାଡିବାକୁ କିମ୍ବା ନେବାକୁ ରେଳ ଷ୍ଟେସନକୁ ଆସନ୍ତି ତେବେ ପ୍ଲାଟଫର୍ମ ଟିକେଟ୍ ବ୍ୟତୀତ ଆପଣଙ୍କୁ ଭିଜିଟର ଫି ମଧ୍ୟ ଦେବାକୁ ପଡିପାରେ ।

ଉପଭୋକ୍ତା ଦେୟରୁ ଅନେକ କମ୍ପାନୀ ହେବେ ଉପକୃତ
ରେଳ ବୋର୍ଡର ସିଇଓ ତଥା ଚେୟାରମ୍ୟାନ୍ ଭି.କେ ଯାଦବ ନିକଟରେ କହିଛନ୍ତି ଯେ ବ୍ୟବହାରକାରୀ ଫି ଯୋଗୁଁ ସାଧାରଣ ଯାତ୍ରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଆସନ୍ତା ମାସରେ ଉପଭୋକ୍ତା ଦେୟ ସମ୍ବନ୍ଧରେ ବିଜ୍ଞପ୍ତି ଜାରି କରାଯାଇ ପାରେ । ନୂଆଦିଲ୍ଲୀ ରେଳ ଷ୍ଟେସନ ଓ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାସର ପୁନଃନିର୍ମାଣ ପାଇଁ ଘରୋଇ କମ୍ପାନୀଗୁଡିକରୁ ବୋଲି ଗ୍ରହଣ କରିବାର ଶେଷ ତାରିଖ ଭାବରେ ରେଳବାଇ ନଭେମ୍ବର ୬ କୁ ସ୍ଥିର କରିଛି । ଉପଭୋକ୍ତା ଦେୟ ଅନେକ କମ୍ପାନୀ ପାଇଁ ରାଜସ୍ୱର ଗ୍ୟାରେଣ୍ଟି ହେବ ।

ଏହା ବି ପଢ଼ନ୍ତୁ | IPL: ଧୋନି ପୁଣି ଚାରି ନମ୍ବରରେ ବ୍ୟାଟିଂ ପାଇଁ ଆସିଲେନି; ସେହାଗ କହିଲେ - ‘ମୋଦୀଜୀ ଆପଣ କିଛି ବୁଝାନ୍ତୁ ତାକୁ’

ଏହା ବି ପଢ଼ନ୍ତୁ | ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସବୁ ଠିକ୍ ଜାଗାରେ ନ ଥିଲେ, ତଥାପି ୯୯ ବର୍ଷ ଯାଏଁ ବଞ୍ଚିଲେ ମହିଳା

୫୦ଟି ଷ୍ଟେସନର ପୁନଃବିକାଶ ପାଇଁ ବ୍ୟବହାରକାରୀ ଫି ଆଦାୟ କରିବାକୁ ଯୋଜନା
ନଗଦ ସଙ୍କଟ ଦେଇ ଗତି କରୁଥିବା ରେଳବାଇ ପିପିପି ମୋଡରେ ୫୦ଟି ଷ୍ଟେସନର ପୁନଃନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଯାତ୍ରୀଙ୍କ ଉପରେ ଉପଭୋକ୍ତା ଶୁଳ୍କ ଲାଗୁ କରିବାକୁ ଯୋଜନା କରୁଛି ।



ଏହି ପ୍ରସ୍ତାବ ଅନୁଯାୟୀ ଟ୍ରେନରୁ ଓହ୍ଲାଇଥିବା ଯାତ୍ରୀଙ୍କ ଠାରୁ ଉପଭୋକ୍ତା ଶୁଳ୍କର ୫୦ ପ୍ରତିଶତ ସମାନ ଅର୍ଥ ସଂଗ୍ରହ କରାଯିବ । ସେହିଭଳି ଯେଉଁମାନେ ପ୍ଲାଟଫର୍ମ ଟିକେଟ୍ କିଣୁଛନ୍ତି ସେମାନଙ୍କ ପାଇଁ ୧୦ ଟଙ୍କା ଭିଜିଟର ଫି ମଧ୍ୟ ଆଦାୟ କରାଯିବ ।
Published by: Jagdish Barik
First published: September 28, 2020, 4:34 PM IST
corona virus btn
corona virus btn
Loading