ବଡ଼ ଧକ୍କା ! ଜଣେ ବ୍ୟକ୍ତି ଅସୁସ୍ଥ ହେବା ପରେ ଅକ୍ସଫୋର୍ଡ କରୋନା ଟିକାର ପରୀକ୍ଷଣ ବନ୍ଦ କଲା

Coronavirus vaccine update: ଆଷ୍ଟ୍ରାଜେନେକା ଟିକାର ନାମକୁ AZD1222 ରଖା ଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ଏହା ବିଶ୍ୱରେ ଅନ୍ୟ ଟିକା ପରି ପରୀକ୍ଷଣରେ ଆଗରେ ଥିଲା । ଭାରତ ସମେତ ଅନେକ ଦେଶ ଅକ୍ସଫୋର୍ଡ ୟୁନିଭରସିଟି ଟିକା ଉପରେ ନଜର ରଖିଛନ୍ତି ।

ବଡ଼ ଧକ୍କା ! ଜଣେ ବ୍ୟକ୍ତି ଅସୁସ୍ଥ ହେବା ପରେ ଅକ୍ସଫୋର୍ଡ କରୋନା ଟିକାର ପରୀକ୍ଷଣ ବନ୍ଦ କଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 9, 2020, 9:38 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଲଣ୍ଡନ: କରୋନା ଭାଇରସ୍ (Coronavirus) ବିରୋଧରେ ଚାଲିଥିବା ଲଢ଼େଇର ଏକ ବଡ଼ ଧରଣର ଅଘଟଣ ଘଟିଛି । ଆଷ୍ଟ୍ରାଜେନେକା (AstraZeneca) ଓ ଅକ୍ସଫୋର୍ଡ ୟୁନିଭରସିଟି ଟିକାର (Oxford COVID-19 Vaccine) ମାନବ ପରୀକ୍ଷଣରେ ସାମିଲ ଥିବା ଜଣେ ବ୍ୟକ୍ତି ଅସୁସ୍ଥ ହେବା ପରେ ଏହି ପରୀକ୍ଷଣକୁ ସ୍ଥଗିତ କରି ଦିଆଯାଇଛି । ଆଷ୍ଟ୍ରା ଜେନେଙ୍କା ଏକ ବିବୃତ୍ତି ଜାରି କରି କହିଛି ଯେ ଏହା ଏକ ନିତ୍ୟ ବ୍ୟବହାର୍ଯ୍ୟ ବାଧା, କାରଣ ପରୀକ୍ଷଣରେ ଜଡିତ ଥିବା ବ୍ୟକ୍ତିଙ୍କ ଅସୁସ୍ଥତା ବିଷୟରେ ଏପର୍ଯ୍ୟନ୍ତ କିଛି ବୁଝିହେଉ ନାହିଁ ।

ଏହି ଟିକାଟିର ନାମ AZD1222 ରଖା ଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ଏହା ବିଶ୍ୱର ଅନ୍ୟ ଟିକା ପରୀକ୍ଷଣ କ୍ଷେତ୍ରରେ ଆଗରେ ଥିଲା । ଭାରତ ସମେତ ଅନେକ ଦେଶ ଅକ୍ସଫୋର୍ଡ ୟୁନିଭରସିଟି ଟିକା ଉପରେ ନଜର ରଖିଛନ୍ତି । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ବଜାରକୁ ଆସିଥିବା ପ୍ରଥମ ଟିକା ମଧ୍ୟରେ ଅକ୍ସଫୋର୍ଡ ୟୁନିଭରସିଟିରେ ହେଉ ।





AFP ଖବର ଅନୁଯାୟୀ ସମଗ୍ର ବିଶ୍ୱରେ ଚାଲିଥିବା ଏହି ପରୀକ୍ଷାକୁ ବନ୍ଦ କରି ଦିଆଯାଇଛି ଏବଂ ବର୍ତ୍ତମାନ ଏହା ଏକ ନିରପେକ୍ଷ ତଦନ୍ତ ପରେ ହିଁ ଆରମ୍ଭ ହୋଇପାରିବ । ଟିକା ପରୀକ୍ଷଣର ତୃତୀୟ ପର୍ଯ୍ୟାୟରେ ହଜାର ହଜାର ଲୋକ ଜଡିତ ଅଛନ୍ତି ଓ ଏହା ଅନେକ ବର୍ଷ ଲାଗିଥାଏ । କରୋନା ଟିକା ର ତୃତୀୟ ପର୍ଯ୍ୟାୟରେ ପ୍ରାୟ 30,000 ଲୋକ ଜଡିତ ଅଛନ୍ତି ।

ଅକ୍ସଫୋର୍ଡ ୟୁନିଭରସିଟିର ମୁଖପାତ୍ର କହିଛନ୍ତି ''ଏକ ବଡ଼ ପରୀକ୍ଷଣରେ ଅସୁସ୍ଥ ହେବାର ସମସ୍ତ ସମ୍ଭାବନା ଅଛି, କିନ୍ତୁ ଏହାକୁ ଯତ୍ନର ସହ ଯାଞ୍ଚ କରିବା ପାଇଁ ସ୍ୱାଧୀନ ପରୀକ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।'' କହିବାକୁ ଗଲେ ଏହା ଦ୍ୱିତୀୟ ଥର ଯେତେବେଳେ ଅକ୍ସଫୋର୍ଡ ୟୁନିଭରସିଟିରେ କରୋନା ଭୁତାଣୁ ଟିକା ପରୀକ୍ଷା ବନ୍ଦ କରାଗଲା।
Published by: Jagdish Barik
First published: September 9, 2020, 9:38 AM IST
corona virus btn
corona virus btn
Loading