କରଦାତା ମାନଙ୍କ ପାଇଁ ବଡ଼ ଆରାମ! FY-୨୦ ପାଇଁ ଆୟକର ରିଟର୍ଣ୍ଣ ସମୟସୀମା ବୃଦ୍ଧି ହେଲା; ଜାଣନ୍ତୁ ନୂଆ ତାରିଖ

ITR Deadline: ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖର ସମୟସୀମା ଏକ ମାସ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (CBDT) ଏହି ବିଷୟରେ ସୂଚନା ଦେଇଛି ।

କରଦାତା ମାନଙ୍କ ପାଇଁ ବଡ଼ ଆରାମ! FY-୨୦ ପାଇଁ ଆୟକର ରିଟର୍ଣ୍ଣ ସମୟସୀମା ବୃଦ୍ଧି ହେଲା; ଜାଣନ୍ତୁ ନୂଆ ତାରିଖ
FY-୨୦ ପାଇଁ ଆୟକର ରିଟର୍ଣ୍ଣ ସମୟସୀମା ବୃଦ୍ଧି ହେଲା
  • News18 Odia
  • Last Updated: October 24, 2020, 4:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କେନ୍ଦ୍ର ସରକାର ଆଜି ଟିକସଦାତାଙ୍କୁ ଏକ ବଡ଼ ଆରାମ ଦେଇଛନ୍ତି । ସରକାର ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଆୟକର ରିଟର୍ଣ୍ଣ (Income Tax Return) ଦାଖଲ କରିବାର ସମୟସୀମାକୁ ଏକ ମାସ ବୃଦ୍ଧି କରିଛନ୍ତି । ଏହା ପରେ ବର୍ତ୍ତମାନ ଆୟକର ରିଟର୍ଣ୍ଣ ଦାଖଲ କରିବାର ନୂତନ ତାରିଖ ୩୧ ଡିସେମ୍ବର ୨୦୨୦ ହୋଇଯାଇଛି । କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (CBDT) ଏ ବିଷୟରେ ସୂଚନା ଦେଇଛି । ସିବିଡିଟି ଏହାର ବିବୃତ୍ତିରେ କହିଛି ଯେ ଟିକସଦାତାଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସିବିଡିଟି କହିଛି ଯେ ସମୟସୀମା ବୃଦ୍ଧି କରାଯାଇଛି ଯାହା ଦ୍ୱାରା ଟିକସଦାତାମାନେ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ଅତିରିକ୍ତ ସମୟ ପାଇପାରିବେ ।

ଏଗୁଡିକ ପାଇଁ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି ପାଇଲା ସମୟସୀମା

ଯେଉଁ ଟିକସଦାତାଙ୍କ ଆକାଉଣ୍ଟ ଅଡିଟ୍ ହେବାକୁ ଅଛି ଆୟକର ସେମାନଙ୍କ ରିଟର୍ଣ୍ଣ ଦାଖଲ କରିବାର ସମୟସୀମା ଦୁଇମାସ ପାଇଁ ୩୧ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛି । ସିବିଡିଟି ନିଜ ବିବୃତ୍ତିରେ କହିଛି, 'ଟିକସଦାତାଙ୍କ ପାଇଁ ITR ଦାଖଲ କରିବାର ଶେଷ ତାରିଖ ଯାହାର ଆକାଉଣ୍ଟ ଅଡିଟ୍ ହେବା ଆବଶ୍ୟକ (ଯେଉଁଥିପାଇଁ I-T ଅଧିନିୟମ ଅନୁଯାୟୀ ଧାର୍ଯ୍ୟ ତାରିଖ ୩୧ ଅକ୍ଟୋବର ୨୦୨୦ ହୋଇଛି) ୩୧ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।'



ପ୍ରଥମେ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି ପାଇଲା ସମୟସୀମା

ଏହାପୂର୍ବରୁ ସରକାର ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖକୁ ୩୧ ଜୁଲାଇ ୨୦୨୦ ରୁ ୩୦ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । କରୋନା ଭୂତାଣୁ ମହାମାରୀକୁ ଦୃଷ୍ଟିରେ ରଖି ସରକାରଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡିଥିଲା । ଯାହା ଦ୍ଵରା ଟିକସ ଅନୁପାଳନ ବୃଦ୍ଧି ପାଇବ ଓ ବର୍ତ୍ତମାନର ସଙ୍କଟ ମଧ୍ୟରେ ଟିକସଦାତାମାନେ କିଛି ମାତ୍ରାରେ ଆରାମ ପାଇପାରିବେ ।
Published by: Jagdish Barik
First published: October 24, 2020, 4:47 PM IST
corona virus btn
corona virus btn
Loading