News18 Odia Digital
ନୂଆ ଦିଲ୍ଲୀ: ୨୦୨୩ ମସିହାରେ, ଜ୍ୟୋତିଷମାନେ ରାଜନୀତିରେ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନୂଆ ବର୍ଷ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ପାଇଁ କଷ୍ଟସାଧ୍ୟ ହେବାର ସମ୍ଭାବନା ରହିଛି। ୨୦୨୩ ବର୍ଷ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ଆଣିବାକୁ ଯାଉଛି। ଜ୍ୟୋତିଷଙ୍କ ଅନୁଯାୟୀ, ଅତ୍ୟଧିକ ବିଶ୍ୱାସ ହେତୁ ନୂଆ ବର୍ଷରେ କେଜ୍ରିୱାଲଙ୍କର କ୍ଷତି ହୋଇପାରେ। ଏଥି ସହିତ ଋଷ-ୟୁକ୍ରେନ ଶାନ୍ତି ଚୁକ୍ତିରେ ଅବଦାନ ଯୋଗୁଁ ପ୍ରଧାନମନ୍ତ୍ରୀ ନୂଆ ବର୍ଷରେ ଶାନ୍ତି ନୋବେଲ ପୁରସ୍କାର ମଧ୍ୟ ପାଇପାରନ୍ତି।
ଜୋର୍ତିବିଦ୍ୟ ପୂଜା ଭାଟିଆଙ୍କ ସୂଚନାନୁସାରେ, ବିଶ୍ୱ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦି ସମ୍ମାନିତ ହେବେ। ଋଷ ୟୁକ୍ରେନ ଯୁଦ୍ଧରେ ତାଙ୍କ ଅବଦାନ ପାଇଁ ତାଙ୍କୁ ନୋବେଲ ପୁରସ୍କାର ମଧ୍ୟ ମିଳିପାରେ। ୨୦୨୩ରେ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ ବୋଲି ଜ୍ୟୋତିଷଙ୍କ ମତ। ଆଗାମୀ ବର୍ଷ ପିଏମ୍ ଅଧିକ ଲାଇମ ଲାଇଟରେ ରହିପାରନ୍ତି।
ଅନ୍ୟ ଜଣେ ଜୋର୍ତିବିଦ୍ୟ ଡ଼ା ନୀତି ଶର୍ମାଙ୍କ ଅନୁସାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପାଇଁ ୨୦୨୩ ଖରାପ ହେବ। ଏହି ସମୟରେ ୨ଗ୍ରହ ଶନି ଯାହା ଜନତାଙ୍କ କାରକ ଭାବେ ଜଣାଶୁଣା ଓ ମଙ୍ଗଳ ଯାହା ପରାକ୍ରମର କାରକ ଭାବେ ପରିଚିତ, ଦୁଇ ଗ୍ରହ କେନ୍ଦ୍ରରେ ରହିବ। ୨୦୨୩ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବହୁତ କଠିନ ରହିପାରେ। ଫ୍ରି ବି, ନିର୍ବାଚନକୁ ନେଇ ଗୁଜୁରାଟରେ ହାତ ଲେଖା, ଅଧିକ ଆତ୍ମ ବିଶ୍ୱାସ ତାଙ୍କ ପାଇଁ କଠିନ ସୃଷ୍ଟି କରିପାରେ ବୋଲି ଜୋର୍ତିବିଦ୍ୟଙ୍କ ମତ। ସେହିଭଳି ରାହୁଲ ଗାନ୍ଧି ଭାରତ ଯୋଡ଼ କଂଗ୍ରେସ ପାଇଁ ଆର୍ଶୀବାଦ ହୋଇପାରେ। କଂଗ୍ରେସ ଭୋଟର ସଂଖ୍ୟା ବଢ଼ିପାରେ। କଂଗ୍ରେସ ନିଜର ପରିଚୟ ସୃଷ୍ଟି କରିପାରେ।
ଡ଼ା ତୋଷିକା ରୋଜିକାଙ୍କ ମତରେ ମୋଦିଙ୍କ ବୃଷ ରାଶି ଓ ବୃଷ ଲଗ୍ନ ଯୋଗୁଁ ତାଙ୍କୁ ଖ୍ୟାତି ଓ ସମ୍ମାନ ପ୍ରାପ୍ତ ହେବ। ବିଶ୍ଵର ଅନ୍ୟ ଦେଶମାନଙ୍କ ଦ୍ୱାରା ସମ୍ମାନିତ ହୋଇପାରନ୍ତି ମୋଦି। କେଜ୍ରିୱାଲଙ୍କ ପାଇଁ ସମସ୍ୟା ଆଣିପାରେ ୨୦୨୩।।ନିଜ ଦଳ ଭିତରେ ସମସ୍ୟା ସୃଷ୍ଟି ହୋଇପାରେ। ରାଜନୀତିରେ ନିନ୍ଦା ପାଇ ପାରନ୍ତି। ମିଛ ପ୍ରତିଜ୍ଞା ଯୋଗୁଁ ସବୁ ଆଡେ ଅସୁବିଧା ଭୋଗିବାକୁ ପଡ଼ିବ।
ରାହୁଲ ଗାନ୍ଧିଙ୍କ ସଂଘର୍ଷ ସମୟ ଶେଷ ହୋଇଯାଇଛି। କଂଗ୍ରେସ ଦଳର କେତୁ ପ୍ରଧାନ ଗ୍ରହ। ଭାରତ ଲଗ୍ନରେ ଥିବା ମଙ୍ଗଳ ବକ୍ରୀ ହୋଇ ଚାଲିଛି। ରାହୁଲ ଗାନ୍ଧି ସହ କଂଗ୍ରେସ ପାର୍ଟି ଉନ୍ନତି ପଥରେ ଅଗ୍ରସର କରିବ। ୨୦୨୩ ସାତ ଅଙ୍କ ବିଶିଷ୍ଟ ଓ ସାତ ଅଙ୍କର ପ୍ରଧାନ ଗ୍ରହ ହେଉଛି କେତୁ। ୨୦୨୩ରେ ସାତଟି ରାଜ୍ୟରେ କଂଗ୍ରେସ ସତ୍ତାକୁ ଆସିବ ବୋଲି ଜ୍ୟୋତିଷ ରାଜକୁମାର ଶାସ୍ତ୍ରୀ ଜଣାଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।