ବଡ଼ ଖବର: ୪୦୦ ରୁ ଅଧିକ ୱିକେଟ୍ ନେଇଥିବା ପାକିସ୍ତାନୀ ବୋଲର ନେଲେ ଅବସର

Pakistan Fast Bowler Umar Gul Retires: ଉମର ଗୁଲ (Umar Gul) 2009 ରେ ପାକିସ୍ତାନ ଟି-୨୦ ବିଶ୍ୱକପ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ବଡ଼ ଖବର: ୪୦୦ ରୁ ଅଧିକ ୱିକେଟ୍ ନେଇଥିବା ପାକିସ୍ତାନୀ ବୋଲର ନେଲେ ଅବସର
ଉମର ଗୁଲ ନେଲେ ଅବସର
  • News18 Odia
  • Last Updated: September 24, 2020, 7:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପାକିସ୍ତାନର ଦ୍ରୁତ ବୋଲର ଉମର ଗୁଲ (Umar Gul Retires) ଗୁରୁବାର ଦିନ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି । ୩୬ ବର୍ଷର ଉମର ଗୁଲ ପାକିସ୍ତାନ ପାଇଁ ୪୭ଟି ଟେଷ୍ଟ, ୬୦ଟି ଟି-୨୦ ଓ ୧୩୦ଟି ODI ମ୍ୟାଚ ଖେଳିଥିଲେ । ଏହି ଦ୍ରୁତ ବୋଲର ୨୦୦୯ ମସିହାରେ ଟି -୨୦ ବିଶ୍ୱକପ ଜିତିବାରେ ପାକିସ୍ତାନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ବର୍ତ୍ତମାନ ସେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି । ଉମର ଗୁଲ ଅବସର ପରେ ବର୍ତ୍ତମାନ କୋଚିଂ ପାଇଁ ମନ ବଳାଇଚନ୍ତି । ସେ ଲେଭଲ୍ ୧ ଓ ଲେଭଲ୍ ୨ ର କୋଚିଂର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ବର୍ତ୍ତମାନ ତାଙ୍କର ଇଛା ଯେ ହେଉଛି ଲେଭଲ୍ ୩ ପାସ୍ କରିବା ।

ଓମାର ଗୁଲଙ୍କ କରିୟର
ଉମର ଗୁଲ ୨୦୦୩ ମସିହାରେ ପାକିସ୍ତାନୀ ଦଳରେ ସ୍ଥାନ ପାଇଥିଲେ ଓ ୨୦୧୬ ରେ ସେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଏହି ଡାହାଣ ହାତର ଦ୍ରୁତ ବୋଲର ୟର୍କର୍ ପାଇଁ ଜଣାଶୁଣା । ଡେଥ୍ ଓଭରରେ ତାଙ୍କର ବେଷ୍ଟ ୟର୍କର୍ ଦ୍ୱାରା ଖେଳାଳୀଙ୍କୁ ଅନେକ ସମୟରେ ହଇରାଣ କରୁଥିଲେ । ଉମର ଗୁଲ ତାଙ୍କ ଅନ୍ତର୍ଜାତୀୟ କରିୟରରେ ମୋଟ ୪୨୭ଟି ୱିକେଟ୍ ନେଇଥିଲେ । ସେ ଟେଷ୍ଟରେ ୧୬୩ଟି ୱିକେଟ୍ ନେଇଥିଲେ । ODI ରେ ଏହି ଦ୍ରୁତ ବୋଲରଙ୍କ ନାମରେ ୧୭୯ଟି ୱିକେଟ୍ ଥିବାବେଳେ ଟି-୨୦ ରେ ତାଙ୍କ ନାମରେ ୮୫ଟି ୱିକେଟ୍ ରହିଛି । ଏହି ଦ୍ରୁତ ବୋଲର ମଧ୍ୟ ୬ଟି ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ ଯେଉଁଥିରେ ତାଙ୍କ ନାମରେ ୧୨ଟି ୱିକେଟ୍ ଅଛି ।

ଏହା ବି ପଢ଼ନ୍ତୁ | ଡ୍ରଗ୍ସ ମାମଲାରେ NCB ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଓ ସାରା ଅଲି ଖାନଙ୍କୁ ସମନ ପଠାଇଲା

ଏହା ବି ପଢ଼ନ୍ତୁ | ଅକ୍ଟୋବର ପହିଲାରୁ ରାଜ୍ୟରେ ବଢ଼ିବ ବିଜୁଳି ଦର; ୟୁନିଟ୍‌ ପିଛା ୨୦ ପଇସା ମହଙ୍ଗା ହେବ

ପାକିସ୍ତାନ କ୍ରିକେଟରେ ଉମର ଗୁଲଙ୍କ ଅବଦାନ
୨୦୦୩ ରୁ ୨୦୧୬ ପର୍ଯ୍ୟନ୍ତ ଉମର ଗୁଲ ପାକିସ୍ତାନ କ୍ରିକେଟ୍ ଖୁବ ସେବା କରିଥିଲେ । ଶୋଏବ ଅଖତର ଓ ମହମ୍ମଦ ଆସିଫ ବିବାଦରେ ଫସିବା ସମୟରେ ଉମର ଗୁଲ ପାକିସ୍ତାନୀ ପେସ ଆକ୍ରମଣର ଅଗ୍ରଣୀ ବୋଲର ଭାବେ ଉଭା ହୋଇଥିଲେ । ଏହା ବ୍ୟତୀତ ଉମର ଗୁଲ ଆଇପିଏଲ୍ ୨୦୦୮ ରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳିଥିଲେ ।



ଉମର ଗୁଲ ହେବେ କୋଚ୍!
ଭବିଷ୍ୟତରେ ସେ ଜଣେ ପ୍ରଶିକ୍ଷକ ହୋଇପାରିବେ ବୋଲି ଉମର ଗୁଲ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ସେ କହିଥିଲେ ଯେ ବର୍ତ୍ତମାନ ସେ ଏହି ପ୍ରସଙ୍ଗରେ ସ୍ପଷ୍ଟ ଭାବରେ କହିପାରିବେ ନାହିଁ କିନ୍ତୁ କରିୟର ଶେଷ ହେବା ପରେ ସେ କୋଚ୍ ହେବାକୁ ଚିନ୍ତା କରିବେ କାରଣ ସେ ଲେଭଲ୍ ୧ ଓ ଲେଭଲ୍ ୨ କୋଚିଂର ପରୀକ୍ଷାରେ ଉତ୍ତୀର୍ଣ୍ଣ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଓମର ଗୁଲ ପାକିସ୍ତାନର ଜାତୀୟ ଟି -୨୦ କପରେ ବାଲୁଚିସ୍ତାନ ପାଇଁ ଖେଳିବେ । ଖେଳିବା ବ୍ୟତୀତ ସେ ଏହି ଦଳର ପରାମର୍ଶଦାତା ମଧ୍ୟ ହେବେ ।
Published by: Jagdish Barik
First published: September 24, 2020, 7:39 PM IST
corona virus btn
corona virus btn
Loading