ବଡ଼ ଖବର- ବର୍ତ୍ତମାନ ଆମାଜନରୁ ବୁକ୍ କରିପାରିବେ ଟ୍ରେନ୍ ଟିକେଟ୍; ସାଥିରେ ମିଳିବ ଅନେକ ସୁବିଧା

Train Ticket Booking: ​​ଆମାଜନର ପ୍ଲାଟଫର୍ମରେ ଆପଣ ଏକ ସମୟରେ ୬ଜଣଙ୍କ ପାଇଁ ଟ୍ରେନ୍ ଟିକେଟ୍ ବୁକ୍ କରିପାରିବେ । ତତ୍କାଳ ଟିକେଟ୍ ବୁକିଂ କ୍ଷେତ୍ରରେ ଗୋଟିଏ ଟ୍ରାନ୍ଜେକ୍ସନରେ ୪ଜଣଙ୍କ ପାଇଁ ଟିକେଟ୍ ବୁକ୍ କରାଯାଇ ପାରିବ ।

ବଡ଼ ଖବର- ବର୍ତ୍ତମାନ ଆମାଜନରୁ ବୁକ୍ କରିପାରିବେ ଟ୍ରେନ୍ ଟିକେଟ୍; ସାଥିରେ ମିଳିବ ଅନେକ ସୁବିଧା
ପ୍ରଥମ ଟ୍ରେନ୍ ଟିକେଟ୍ ବୁକିଂରେ ୧୦% କ୍ୟାସବ୍ୟାକ୍ ଉପଲବ୍ଧ ମିଳିବ
  • News18 Odia
  • Last Updated: October 8, 2020, 1:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆମାଜନ୍ ଇଣ୍ଡିଆ (Amazon) ମାଧ୍ୟମରେ ମଧ୍ୟ ବର୍ତ୍ତମାନ ଟ୍ରେନ୍ ଟିକେଟ୍ ବୁକ୍ କରାଯାଇପାରିବ । ଏଥିପାଇଁ ଆମାଜନ ଓ IRCTC ସହଭାଗୀ ହୋଇଛନ୍ତି । ଆମାଜନ୍ ନିଜ ୱେବସାଇଟରେ ପ୍ରଥମ ଟ୍ରେନ୍ ଟିକେଟ୍ ବୁକିଂରେ ଆମାଜନ ୧୦% କ୍ୟାସବ୍ୟାକ୍ ଦେବ । ଯାହା ୱେବସାଇଟରେ ଟିକେଟ୍ ସଂରକ୍ଷଣରେ ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏଥି ସହିତ ପ୍ରାଇମ ମେମ୍ବରମାନେ ୧୨ପ୍ରତିଶତ କ୍ୟାସବ୍ୟାକ୍ ପାଇବେ । କ୍ୟାସବ୍ୟାକ୍ ଅଫର୍ ଏକ ସୀମିତ ସମୟ ପାଇଁ ବୈଧ ଅଟେ । ନୂତନ ବୈଶିଷ୍ଟ୍ୟ ଅନୁଯାୟୀ କମ୍ପାନୀ ପ୍ରାରମ୍ଭିକ ଅବଧି ପାଇଁ ସେବା ଓ ଦେୟ ଗେଟୱେ କାରବାର ଶୁଳ୍କ ଛାଡ କରିଛି । ଏହା ଏକ ସୀମିତ ଅବଧି ଅଫର୍ ହେବ । ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଆପ୍ ବ୍ୟବହାରକାରୀଙ୍କ ପାଇଁ ଆମାଜନର ଟ୍ରେନ୍ ଟିକେଟ୍ ବୁକିଂ ବୈଶିଷ୍ଟ୍ୟ ଉପଲବ୍ଧ ।

ଗୋଟିଏ ଥରରେ କେତୋଟି ଟିକେଟ୍ ହୋଇ ପାରିବ ବୁକିଂ - ଆମାଜନ୍ ପ୍ଲାଟଫର୍ମରେ ଆପଣ ଏକ ସମୟରେ 6ଜଣଙ୍କ ପାଇଁ ଟ୍ରେନ୍ ଟିକେଟ୍ ବୁକ୍ କରିପାରିବେ । ତତ୍କାଳ ଟିକେଟ୍ ବୁକିଂ କ୍ଷେତ୍ରରେ ୪ଜଣଙ୍କ ପାଇଁ ଟିକେଟ୍ ଗୋଟିଏ ଟ୍ରାନ୍ଜେକ୍ସନରେ ବୁକ୍ କରାଯାଇପାରିବ । ଏଥିରେ ଯାତ୍ରାର ୧୨୦ ଦିନ ପୂର୍ବରୁ ଟିକେଟ୍ ବୁକ୍ କରାଯାଇପାରିବ ।

ପ୍ରାୟ ଦେଢ଼ ବର୍ଷ ପୂର୍ବେ ଆମାଜନ ଏହାର ପ୍ଲାଟଫର୍ମ ମାଧ୍ୟମରେ ବିମାନ ଟିକେଟ ବୁକିଂ କରିବାର ସୁବିଧା ଆରମ୍ଭ କରିଥିଲା । ଏହା ପରେ ନଭେମ୍ବର ୨୦୧୯ରେ ବସ୍ ଟିକେଟ ବୁକିଂ କରିବାର ବୈଶିଷ୍ଟ୍ୟ ଯୋଡିଛି । ବର୍ତ୍ତମାନ କମ୍ପାନୀ ଗ୍ରାହକଙ୍କୁ ରିଜରଭେସନ ଟ୍ରେନ୍ ଟିକେଟ ବୁକ୍ କରିବାକୁ ଏହି ସୁବିଧା ଦେଇଛି ।

ଆମାଜନରେ କିପରି କରିବେ ଟ୍ରେନ୍ ଟିକେଟ୍ ବୁକ୍ - ଆମାଜନ ପେରେ ଅନ୍ୟ ଏକ କେଟେଗୋରି ଯୋଡ଼ା ଯାଇଛି । ଯେଉଁଠାରେ ଗ୍ରାହକଙ୍କ ପାଇଁ ବିମାନ, ବସ୍ ଓ ଟ୍ରେନ୍ ଟିକେଟ ବୁକିଂ ପାଇଁ ଏକ ଷ୍ଟପ୍-ଶୋପ ଦିଆଯାଉଛି । ଏଠାରୁ ଟିକେଟ୍ କରିବା ପରେ ଆପଣଙ୍କୁ ଏହି ଆପରେ PNRର ସ୍ଥିତି ଯାଞ୍ଚ, ଲାଇଭ୍ ଟ୍ରେନ୍ ଟ୍ରାକିଂ, ଟିକେଟ୍ ଡାଉନଲୋଡ୍, ଓ ଟିକେଟ ବାତିଲ୍ କରିବାର ସୁବିଧା ମଧ୍ୟ ପାଇବେ । ଏଥି ସହିତ ଆମାଜନ ପେ ସହିତ ପେମେଣ୍ଟ କରୁଥିବା ଗ୍ରାହକମାନେ ଟିକେଟ୍ ବାତିଲ ହେବା ପରେ ତୁରନ୍ତ ଫେରସ୍ତ ପାଇବେ । ଆମାଜନ ଆପରେ ଥିବା ଆମାଜନ ପେ ଟ୍ୟାବରେ ଟ୍ରାଭେଲ ବର୍ଗରେ ଫ୍ଲାଇଟ୍, ବସ୍ ଓ ଟ୍ରେନ୍ ଟିକେଟ୍ ବୁକିଂ ବୈଶିଷ୍ଟ୍ୟ ରଅଛି ।



ଆମାଜନରେ ତୁରନ୍ତ ମିଳିବ ଫେରସ୍ତ- ଗ୍ରାହକମାନେ ଯଦି ଆମାଜନ ପେ ବାଲାନ୍ସ ବ୍ୟବହାର କରି ବୁକ୍ ହୋଇଥିବା ଟ୍ରେନ୍ ଟିକେଟ୍ ବାତିଲ୍ କରନ୍ତି କିମ୍ବା ବୁକିଂ ବିଫଳ ହୁଏ ତେବେ ତୁରନ୍ତ ଫେରସ୍ତ ମିଳିବ ।

ଟ୍ରେନ୍ ଟିକେଟ୍ କିପରି ଓ କେଉଁଠାରେ ପାଇବେ - ଆମାଜନ୍ର ଟ୍ରେନ୍ ଟିକେଟ୍ ବୁକିଂ ବୈଶିଷ୍ଟ୍ୟ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଆପ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ।ଭ୍ରମଣ ବର୍ଗ ଅନ୍ତର୍ଗତ ଫ୍ଲାଇଟ୍, ବସ୍ ଏବଂ ଟ୍ରେନ୍ ଟିକେଟ୍ ବୁକିଂ ବୈଶିଷ୍ଟ୍ୟ ଆମାଜନ ଆପରେ ଆମାଜନ ପେ ଟ୍ୟାବରେ ଉପଲବ୍ଧ ।

ଉପଭୋକ୍ତାମାନେ ସହଜରେ ରେଳ ଯାତ୍ରାର ମାର୍ଗ, ଯାତ୍ରୀଙ୍କ ତାରିଖ ଇତ୍ୟାଦି ଚୟନ କରିପାରିବେ ଓ ସମସ୍ତ ଉପଲବ୍ଧ ଟ୍ରେନର ଏକ ତାଲିକା ସେମାନଙ୍କ ସାମ୍ନାକୁ ଆସିବ ।

ପେମେଣ୍ଟ ପାଇଁ ଆମାଜନ ପେ ବାଲାନ୍ସ / ଆମାଜନ ପେ ଆଇସିଆଇସିଆଇ କ୍ରେଡିଟ କାର୍ଡ କିମ୍ବା ଅନ୍ୟାନ୍ୟ ଡିଜିଟାଲ ପେମେଣ୍ଟ ମାଧ୍ୟମ ବ୍ୟବହାର କରାଯାଇପାରିବ ।ଆମାଜନରୁ ବୁକ୍ ହୋଇଥିବା ଟ୍ରେନ୍ ଟିକେଟ୍ ବାତିଲ୍ କରିବାକୁ 'ୟୌର ଅର୍ଡରସ' ବିଭାଗକୁ ଯାଇ ଏହା କରାଯାଇପାରିବ । ବୁକ୍ ହୋଇଥିବା ଟିକେଟ୍ ମଧ୍ୟ ଏହି ବିଭାଗରେ ଦେଖାଯିବ ।
Published by: Jagdish Barik
First published: October 8, 2020, 1:05 PM IST
corona virus btn
corona virus btn
Loading