News 18 Odia Digital
ଭୁବନେଶ୍ୱର: ରାଜ୍ୟରେ ଆଉ ନୂଆ ଠିପି ବନ୍ଦ ମଦ ଦୋକାନ (fl off shop) ଖୋଲିବାକୁ ଅନୁମତି ମିଳିବ ନାହିଁ । ଗ୍ରାମାଞ୍ଚଳରେ କୌଣସି ପ୍ରକାରର ଠିପି ଖୋଲା ମଦ ଦୋକାନ ଲାଇସେନ୍ସ (license) ମିଳିବ ନାହିଁ। କେବଳ ସହରାଞ୍ଚଳରେ ତାରକା ହୋଟେଲ ଓ ଅନ୍ୟ ହୋଟେଲ (hotel) ଗୁଡ଼ିକର ରୁମ୍ ସଂଖ୍ୟାକୁ ଦୃଷ୍ଟିରେ ରଖି ଠିପି ଖୋଲା ଲାଇସେନ୍ସ ପ୍ରଦାନ କରିହେବ।
ଏଣିକି ବିୟର ପାର୍ଲରରେ ୱାଇନ୍ ଉପଲବ୍ଧ ହେବ। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜାରି ହୋଇଥିବା ଅବକାରୀ ନୀତିରେ ଏଭଳି ପରିବର୍ତ୍ତନ ରହିଛି। ଏପ୍ରିଲ୍ ପହିଲାରୁ ଏହାକୁ ଲାଗୁ କରାଯିବ। ନୂଆ ଅବକାରୀ ନୀତି ମୁତାବକ, କୌଣସି ମଦ ଦୋକାନୀ ତାଙ୍କ ଦୋକାନରେ ‘ସରକାରୀ’ (govt) ବୋଲି ଉଲ୍ଲେଖ କରିବେ ନାହିଁ। ସେମାନେ ତାଙ୍କ ସାଇନ୍ ବୋର୍ଡରେ ‘ସ୍ବୀକୃତିପ୍ରାପ୍ତ ମଦ ଦୋକାନ’ ବୋଲି ଲେଖିବେ। ଦୋକାନର ନାମ ଦେବାଦେବୀ କିମ୍ବା ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ରଖିପାରିବେ ନାହିଁ। ଦୋକାନ ସାମ୍ନାରେ ମୂଲ୍ୟ ସୂଚୀ ଝୁଲାଇବେ। ଖୋଲିବା ଏବଂ ବନ୍ଦ ହେବା ସମୟ ମଧ୍ୟ ଉଲ୍ଲେଖ କରିବେ। ଯେଉଁ ବୟସ (age)ର ବ୍ୟକ୍ତି ମଦ କିଣିବା ପାଇଁ ଅଯୋଗ୍ୟ, ସେହି ବୟସ ସମ୍ବନ୍ଧରେ ସର୍ବସାଧାରଣ (public)ରେ ଅବଗତ କରାଇବେ। ମଦ୍ୟପାନ ‘ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ’ ବୋଲି ବଡ଼ ବଡ଼ ଅକ୍ଷରେ ଲେଖିବେ।
ପୂର୍ବଭଳି ହୋମ୍ ଡେଲିଭରି ଜାରି ରହିବ। ସେପଟେ ସମୁଦ୍ର କୂଳରେ ମଦ ବିକ୍ରି ପ୍ରସଙ୍ଗରେ ଅବକାରୀ ମନ୍ତ୍ରୀଲ ଅଶ୍ବିନୀ ପାତ୍ର (aswin patra) କହିଛନ୍ତି, ଯାହା ପ୍ରୋସେସ ଥିବ, ସେହି ଅନୁଯାୟୀ ହେବ । ମଦ ପିଇବାରେ କାହାକୁ ମନା ନାହିଁ । କୋଭିଡ ସମୟରେ ମଦ ପିଇବା ପାଇଁ କେମିତି ଲୋକ ବ୍ୟାକୁଳ ଥିଲେ, ଲାଇନ ଦେଇ ଆଣୁଥିଲେ । ଲୋକଙ୍କ ଘରେ ପହଞ୍ଚାଇବାକୁ ପଡିଲା ନଚେତ ଦେହ ଖରାପ ହୋଇଯିବ । ଭେଜାଲ ମଦ (duplicate liquor) ପିଅନ୍ତୁ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।
ଏହି ଖବର ପଢ଼ନ୍ତୁ -
Puffed Rice; ସାବଧାନ ଆସିଲା ସାଂଘାତିକ ସତ... ମୁଢିରେ ମିଶୁଛି ବିଷ !Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।