ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ବଡ ଖବର: ବିରାଟ କୋହଲିଙ୍କ ଏହି କାର୍ଯ୍ୟକଳାପ ପାଇଁ ତାଗିଦ କଲେ ମ୍ୟାଚ୍ ରେଫରି

ବଡ ଖବର: ବିରାଟ କୋହଲିଙ୍କ ଏହି କାର୍ଯ୍ୟକଳାପ ପାଇଁ ତାଗିଦ କଲେ ମ୍ୟାଚ୍ ରେଫରି

ବିରାଟ କୋହଲିଙ୍କ (Virat Kohli) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସନରାଇଜର୍ସ ହାଇଦ୍ରାବାଦ ଦଳକୁ ୬ ରନରେ ପରାସ୍ତ କରି ଆଇପିଏଲର ଚଳିତ ସିଜିନରେ କ୍ରମାଗତ ଦ୍ୱିତୀୟ ବିଜୟ ପଞ୍ଜିକରଣ କରିଛି ।

ବଡ ଖବର: ବିରାଟ କୋହଲିଙ୍କ ଏହି କାର୍ଯ୍ୟକଳାପ ପାଇଁ ତାଗିଦ କଲେ ମ୍ୟାଚ୍ ରେଫରି
ବିରାଟ କୋହଲିଙ୍କ ଏହି କାର୍ଯ୍ୟକଳାପ ପାଇଁ ତାଗିଦ କଲେ ମ୍ୟାଚ୍ ରେଫରି
  • News18 Odia
  • Last Updated: April 15, 2021, 12:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ନିଜର ଉଭୟ ପ୍ରାରମ୍ଭିକ ମ୍ୟାଚ୍ ଜିତିବା ପରେ ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲିଙ୍କୁ (Virat Kohli) ତାଗିଦ କରାଯାଇଛି ଓ ବର୍ତ୍ତମାନ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ଆଇପିଏଲର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆରସିବି ଏକ ରୋମାଞ୍ଚକ ଭାବେ ୬ ରନରେ ବିଜୟ ପଞ୍ଜିକରଣ କରିଛି । ଗୋଟିଏ ପଟରେ ଏହି ବିଜୟ ପରେ ପ୍ରଶଂସକମାନେ କୋହଲିଙ୍କୁ ପ୍ରଶଂସା କରୁଥିବାବେଳେ ଅନ୍ୟପଟେ ଅଧିନାୟକଙ୍କୁ ମଧ୍ୟ ତାଗିଦ କରାଯାଇଛି । ବାସ୍ତବରେ ଆରସିବିର ଅଧିନାୟକ ଆଇପିଏଲ ଆଚରଣ ବିଧି ଉଲ୍ଲଂଘନ କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି କାରଣରୁ ମ୍ୟାଚ୍ ରେଫରି ଭି ନାରାୟଣ କୁଟି କୋହଲିଙ୍କୁ ଭର୍ତ୍ସନା କରିଥିଲେ ।

ବାସ୍ତବରେ କୋହଲି ହାଇଦ୍ରାବାଦ ବିପକ୍ଷରେ ୨୯ ବଲରୁ ୩୩ ରନ୍ ସଂଗ୍ରହ କରିଥିଲେ । ଜେସନ ହୋଲଡରଙ୍କ ବଲକୁ ଖେଳିବାକୁ ଯାଇ କୋହଲି ବିଜୟ ଶଙ୍କର ହାତରେ କ୍ୟାଚ ହୋଇଥିଲେ । ୩୩ ରନ୍ କରି ପାଭିଲିୟନକୁ ଫେରିଥିବା କୋହଲି କ୍ରୋଧିତ ଭାବରେ ନିଜ ବ୍ୟାଟ୍ ଦ୍ୱାରା ଚେୟାରକୁ ବାଡ଼ାଇଥିଲେ ।



କୋହଲି କେବଳ ଚେୟାରକୁ ନୁହେଁ ବରଂ ବାଉଣ୍ଡ୍ରି ଲାଇନରେ ଥିବା ବିଜ୍ଞାପନ ବୋର୍ଡକୁ ମଧ୍ୟ ନିଜ ବ୍ୟାଟ୍ ଦ୍ୱାରା ବାଡ଼ାଇଥିଲେ । ତାଙ୍କୁ ଲେଭଲ ୧ ର ୨.୨ ର ଉଲ୍ଲଂଘନ କରିବା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି । ଯେଉଁଥିରେ କ୍ରିକେଟ୍ ଉପକରଣ, ଗ୍ରାଉଣ୍ଡ୍ ସରଞ୍ଜାମ ପ୍ରତି କ୍ଷତି କିମ୍ବା ଅପମାନର ମାମଲା ରହିଛି ।

୨୦୧୬ ରେ କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଗୌତମ ଗମ୍ଭୀରଙ୍କ ଆରସିବି ବିପକ୍ଷରେ ସମାନ କ୍ରୋଧ ଦେଖାଇଥିଲେ ଓ ସେହି ସମୟରେ ଗମ୍ଭୀରଙ୍କୁ ମ୍ୟାଚ୍ ଫିସର ୧୫ ପ୍ରତିଶତ ଜରିମାନା କରାଯାଇଥିଲା ।

ଆରସିବି ଓ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବିଷୟରେ ଆଲୋଚନା କରିବାକୁ ଗଲେ ଆରସିବି ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦକୁ ୧୫୦ ରନ୍ ଟାର୍ଗେଟ୍ ଦେଇଥିଲା । ଏହାର ଜବାବରେ ହାଇଦ୍ରାବାଦ ୯ ୱିକେଟ ହରାଇ କେବଳ ୧୪୩ ରନ୍ କରି କରିପାରିଥିଲା ଓ ଏହି ମ୍ୟାଚକୁ ୬ ରନରେ ହାରିଯାଇଥିଲା ।
Published by: Jagdish Barik
First published: April 15, 2021, 12:57 PM IST