News 18 Odia Digital
Uttar Pradesh: ଗ୍ୟାଙ୍ଗଷ୍ଟର ଆତିକ ଅହମ୍ମଦ ଓ ଭାଇ ଅଶ୍ରଫଙ୍କୁ ହତ୍ୟା । ମେଡିକାଲ ଚେକ୍ଅପ୍ ପାଇଁ ଯିବା ସମୟରେ କେହି ଅତି ନିକଟରୁ ଗୁଳିମାଡ କରିଥିବା ଜଣାପଡ଼ିଛି । ମୁଣ୍ଡରେ ବନ୍ଧୁଲ ଲଗାଇ ଆତିକଙ୍କୁ ପଏଣ୍ଟ ବ୍ଲାଙ୍କରୁ ଫାୟାରିଂର ଏକ ଭିଡିଓ ଘୂରି ବୁଲୁଛି ।
ଅତି ପାଖରୁ ମୁଣ୍ଡକୁ ଫାୟାରିଂ ହୋଇଥିବା ପ୍ରାଥମିକ ତଥ୍ୟ ସାମ୍ନାକୁ ଆସିଛି । ଘଟଣାର ଫଟୋ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି । ହତ୍ୟା ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗୁଳିମାଡ଼ରେ ଜଣେ ପୋଲିସ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି । ୧୩ରେ ଆତିକର ପୁଅ ଆସଦକୁ ଏନକାଉଣ୍ଟର କରିଥିଲା ପୋଲିସ ଗ୍ୟାଙ୍ଗଷ୍ଟର ଆତିକର ଭାଇ ହେଉଛି ଗ୍ୟାଙ୍ଗଷ୍ଟର ଆଶ୍ରଫ ।
ଡାକ୍ତରୀ ପରୀକ୍ଷା ପାଇଁ ଆତିକ୍ ଅହମ୍ମଦକୁ ନେଇ ଯାଉଥିବା ପୋଲିସ କନଭେନ ଉପରେ ଆକ୍ରମଣ ହୋଇଛି। ଆତିକ ଓ ଆଶ୍ରାଫକୁ ନେଇ ଯାଉଥିବା ବେଳେ ପୋଲିସ ଉପରେ ତୀବ୍ର ଗୁଳି ଚାଳନା ହୋଇଛି । ଏହି ଆକ୍ରମଣରେ ଆତିକ ଓ ଆଶରଫର ମୃତ୍ୟୁ ହୋଇଛି। ମେଡିକାଲ କଲେଜ ନିକଟରେ ଆତିକ ଅହମ୍ମଦ ଓ ଆଶ୍ରାଫକୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଯେତେବେଳେ ଏହି ଆକ୍ରମଣ ଘଟିଥିଲା ସେତେବେଳେ ଉଭୟଙ୍କୁ ତଦନ୍ତ ପାଇଁ ନିଆଯାଉଥିଲା। ଉଭୟଙ୍କ ମୃତଦେହ ମେଡିକାଲ କଲେଜ ଭିତରକୁ ନିଆଯାଇଛି। ଏହି ସମୟରେ ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ଶୁଣାଯାଇଥିବା କୁହାଯାଉଛି। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି।
ସୂଚନାନୁସାରେ, ଏହି ଆକ୍ରମଣ ପ୍ରୟାଗରାଜର କଲଭିନ ହସ୍ପିଟାଲ ନିକଟରେ ଘଟିଥିଲା ଯେତେବେଳେ ପୋଲିସ ଟିମ୍ ଆତିକ ଓ ଅହମ୍ମଦଙ୍କୁ ନେଇଯାଉଥିଲେ। ଏହି ସମୟରେ ତିନିଜଣ ଆକ୍ରମଣକାରୀ ହଠାତ୍ ମଝିକୁ ଆସି ଦ୍ରୁତ ଗତିରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ପୋଲିସ ଘଟଣାସ୍ଥଳରୁ ଆକ୍ରମଣକାରୀଙ୍କୁ ଗିରଫ କରିଛି। ଏହି ପୁରା ଆକ୍ରମଣ ଗଣମାଧ୍ୟମ ଓ ପୋଲିସ ସାମ୍ନାରେ ହୋଇଥିଲା। ଯେତେବେଳେ ଉଭୟଙ୍କ ଉପରେ ଗୁଳି ବିନିମୟ ହୋଇଥିଲା, ପୁରା ଘଟଣା ମଧ୍ୟ କ୍ୟାମେରାରେ କଏଦ ହୋଇଛି। ଏହି ଆକ୍ରମଣରେ ଜଣେ ପୋଲିସ କନଷ୍ଟେବଳ ମଧ୍ୟ ଆହତ ହୋଇଛନ୍ତି, ଯାହାଙ୍କର ନାମ ମ୍ୟାନ ସିଂ। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି।
ତେବେ ସାମ୍ବାଦିକ ବେଶରେ ଆସିଥିଲେ ତିନିଜଣ ଅଭିଯୁକ୍ତ । ଅଭିଯୁକ୍ତ ଗୋଟିଏ କ୍ୟାମେରା ଓ ବୁମ୍ ମଧ୍ୟ ନେଇକି ଆସିଥିଲେ । ତିନି ଅଭିଯୁକ୍ତ ହେଲେ ଶନି, ଅରୁଣ ଏବଂ ଲବଲେଶ୍ ।
ସିଏମ ଯୋଗୀ ଉଚ୍ଚ ସ୍ତରୀୟ ବୈଠକ ଡାକି ଆଲୋଚନା କରିଛନ୍ତିଏହି ଘଟଣା ପରେ ପ୍ରୟାଗରାଜରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ଆତଙ୍କ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। କୁହାଯାଉଛି ଯେ ସିଏମ୍ ଯୋଗୀ ଏହି ଘଟଣାରେ କ୍ରୋଧିତ ଅଛନ୍ତି ଓ ଏହି ବୈଠକରେ ୟୁପି ପୋଲିସର ଉଚ୍ଚ ପଦାଧିକାରୀଙ୍କଠାରୁ ରିପୋର୍ଟ ମାଗିପାରନ୍ତି । ମୁଖ୍ୟମନ୍ତ୍ରୀ ଡିଜିପି ଏବଂ ଏଡିଜିଙ୍କୁ ଡକାଇଛନ୍ତି। ବର୍ତ୍ତମାନ ପୋଲିସ ପକ୍ଷରୁ ଏ ବାବଦରେ କୌଣସି ସୂଚନା ଦିଆଯାଇ ନାହିଁ । ଖୁବ୍ ଶୀଘ୍ର ଉଚ୍ଚ ପୋଲିସ ଅଧିକାରୀ ଏହି ଘଟଣା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରିପାରନ୍ତି।
https://fb.watch/jWESCJD3N1/?mibextid=6aamW6
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଶେଷ ହେଉଛି ମାଫିଆ ରାଜ୍ । ବାହୁବଳୀଙ୍କ ବିରୋଧରେ ହେଉଛି କାର୍ଯ୍ୟାନୁଷ୍ଠାନ । ଯାହା ନାଁ ଶୁଣିଲେ ଥରି ଉଠୁଥିଲା ଉତ୍ତର ପ୍ରଦେଶ, ଆଜି ତାହାର ସାମ୍ରାଜ୍ୟ ମାଟିରେ ମିଶିଛି । ବାହୁବଳୀ ରାଜନେତା ତଥା ଗ୍ୟାଙ୍ଗଷ୍ଟର ଆତିକ ଅହମ୍ମଦର ପୁଅ ଅସଦ ମହମ୍ମଦକୁ ଏନକାଉଣ୍ଟର ଏବେ ଆତିକ ଅହମ୍ମଦକୁ ଗୁଳିମାଡ । ଉତ୍ତର ପ୍ରଦେଶର ଝାନ୍ସୀରେ ଅପରାହ୍ନ ସାଢ଼େ ୧୨ଟାରେ ଅସଦକୁ ଗୁଳି ମାଡ଼ କରିଥିଲା ଉତ୍ତର ପ୍ରଦେଶ STF । ଅସଦ ସହ ସାଥୀରେ ଥିଲା ସୁଟର ଗୁଲାମ । ଦୁଇ ଜଣଙ୍କୁ ପିଛା କରି ଟ୍ରାକ୍ କରିଥିଲେ STFର ୧୨ ଜଣିଆ ଟିମ୍ । ଉଭୟ ମୋବାଇଲ୍ ସିମ୍ କାର୍ଡ ବାରମ୍ବାର ପରିବର୍ତ୍ତନ କରୁଥିବାରୁ ଟ୍ରାକ୍ କରିବା ପାଇଁ ସହଜ ହେଉନଥିଲା । ଶେଷରେ ଝାନ୍ସୀର ବଡ଼କା ଗାଁ ନିକଟରେ ଏକ ଘଞ୍ଚ ଜଙ୍ଗଲ ନିକଟରେ ବାଇକରେ ଖସି ଯିବା ସମୟରେ ଏନକାଉଣ୍ଚର କରିଥିଲା ପୋଲିସ । ପାଲଟା ଗୁଳି ଚଳାଇଥିଲେ ଅସଦ ଓ ଗୁଲାମ । ହେଲେ ପୋଲିସର ଆଖି ବୁଜା ୪୦ ରାଉଣ୍ଡ ଫାୟାରରେ ଟଳି ପଡ଼ିଥିଲେ ଅସଦ ଓ ଗୁଲାମ ।
https://www.youtube.com/watch?v=Cmyq8GQR4Wk
ଅନେକ ଦିନ ଧରି ଅସଦ ଓ ଗୁଲାମକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଥିଲା ପୋଲିସ । ଉଭୟଙ୍କ ଉପରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଉତ୍ତର ପ୍ରଦେଶରୁ ମଧ୍ୟପ୍ରଦେଶକୁ ଖସି ଯିବା ପାଇଁ ଚାଲ୍ କରିଥିଲେ ଅସଦ ଓ ଗୁଲାମ । ଏଥି ପାଇଁ ସିମ୍ କାର୍ଡ ପରିବର୍ତ୍ତନ କରୁଥିଲେ ଓ ବିଦେଶୀ ହଥିଆର ରଖୁଥିଲେ । ପୋଲିସ ଘଟଣାସ୍ଥଳରୁ କିଛି ବିଦେଶୀ ହଥିଆର ଜବତ କରିଥିବା ଜଣାପଡ଼ିଛି । ଅସଦ ଉମେଶ ପାଲଙ୍କୁ ହତ୍ୟା କରିବା ପରେ ଲକ୍ଷ୍ନୌ ଯାଇଥିଲେ । ଏହାପରେ ଲକ୍ଷ୍ନୌରୁ କାନପୁର ଓ ଏକ ସପ୍ତାହ ପରେ ମେରଠ ଯାଇଥିଲେ । ମେରଠରୁ ଦିଲ୍ଲୀ ସଙ୍ଗମ ବିହାର ଓ ପୁଣି ଉତ୍ତର ପ୍ରଦେଶର ଝାନ୍ସୀ ଆସିଥିଲେ । ବାଇକରେ ମଧ୍ୟ ପ୍ରଦେଶ ଖସିଯିବା ପାଇଁ ପ୍ଲାନ୍ କରୁଥିବାବେଳେ ଟ୍ରାକ୍ କରି ଏନକାଉଣ୍ଟର କରିଥିଲା ପୋଲିସ..
ଅସଦ୍ ହେଉଛନ୍ତି ଆତିକଙ୍କ ତୃତୀୟ ପୁଅ ଓ ଗ୍ୟାଙ୍ଗ ସଦସ୍ୟ । ଅସଦର ବୟସ ମାତ୍ର ୨୩ ବର୍ଷ । ଆଇନଜୀବୀ ଉମେଶ ପାଲ୍ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ଅସଦ ଅହମ୍ମଦ ଓ ଅସଦଙ୍କୁ ସହଯୋଗ କରୁଥିଲେ ଗୁଲାମ । ହତ୍ୟାକାଣ୍ଡ ସମୟର ସିସିଟିଭିରେ ନଜର ଆସିଥିଲେ ଅସଦ, ଯେକି ଉମେଶ ପାଲଙ୍କୁ ଗୁଳି କରିଥିଲା । ଅସଦର ଏନକାଉଣ୍ଟର ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କୃତଜ୍ଞତା ଜଣାଇଛନ୍ତି ଉମେଶ ପାଲଙ୍କ ମାଆ ଶାନ୍ତି ଦେବୀ ଓ ପତ୍ନୀ ଜୟା ପାଲ୍ । ଏବେ ମୋ ପୁଅର ଆତ୍ମାକୁ ଶାନ୍ତି ମିଳିଥିବା କହିଛନ୍ତି ଶାନ୍ତି ଦେବୀ ।
ମାଫିଆ ରାଜ୍ ଉପରେ ହେଉଛି ଏନକାଉଣ୍ଟର । ଯୋଗୀ ସରକାରଙ୍କ ଆକସନରୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ୟୁପି ଏସଟିଏଫଙ୍କୁ ପ୍ରଶଂସା କରିଛନ୍ତି । ଉତ୍ତର ପ୍ରଦେଶରେ ଅପରାଧୀଙ୍କ ପାଇଁ କୌଣସି ସ୍ଥାନ ନାହିଁ । ଯିଏ ବି ଅପରାଧ କରିବ ତା ବିରୋଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।